ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରୀଲଙ୍କାର କଡ଼ା ନିର୍ଦ୍ଦେଶ; ଦୁଇ ସପ୍ତାହ ମଧ୍ୟରେ ଦେଶ ଛାଡ଼ନ୍ତୁ ଋଷ-ୟୁକ୍ରେନ ଶରଣାର୍ଥୀ

Image source:

କଲମ୍ବୋ,୨୫/୦୨: ଗତ ଦୁଇ ବର୍ଷ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ପରିସ୍ଥିତି ଭୟଙ୍କର, କୁଢ଼କୁଢ଼ ଶବର ପାହାଡ଼ ଆଉ ନିମିଷକେ ବଳୀପଡ଼ିଯାଉଛି ଜୀବନ। ଯେଉଁଠାରେ ପୂର୍ବରୁ ଜନବସତି ଥିଲା, ଆଜି ସେଠାରେ ରକ୍ତ ମାଂସ ଖିନ୍‌ଭିନ୍‌ ହୋଇ ପଡ଼ିଛି। ଏହି ଯୁଦ୍ଧ ଅନେକଙ୍କୁ କରିିଛି ବାସହରା...ଆଉ ଅନେକେ ଦେଶାନ୍ତର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଶ୍ରୀଲଙ୍କାରେ ମଧ୍ୟ ଶରଣ ନେଇଥିଲେ। ତେବେ ବର୍ତ୍ତମାନ ଶ୍ରୀଲଙ୍କାରେ ରହୁଥିବା ଏହି ଶରଣାର୍ଥୀମାନଙ୍କ ପାଇଁ ଏକ ନୂଆ ସମସ୍ୟା ଉପୁଜିଛି।

ଯୁଦ୍ଧ ହେତୁ ଶ୍ରୀଲଙ୍କାରେ ରହୁଥିବା ହଜାର ହଜାର ଋଷ ଏବଂ ୟୁକ୍ରେନୀୟଙ୍କୁ ଦୁଇ ସପ୍ତାହ ମଧ୍ୟରେ ଶ୍ରୀଲଙ୍କା ଛାଡ଼ିବାକୁ କୁହାଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ଇମିଗ୍ରେସନ କଣ୍ଟ୍ରୋଲର ପର୍ଯ୍ୟଟନ ମନ୍ତ୍ରଣାଳୟକୁ ଏକ ବିଜ୍ଞପ୍ତି ଜାରି କରିଛନ୍ତି ଯେ ଭିସା ସମାପ୍ତ ହୋଇଥିବାରୁ ଋଷ ଏବଂ ୟୁକ୍ରେନୀୟ ପର୍ଯ୍ୟଟକଙ୍କୁ ଦୁଇ ସପ୍ତାହ ମଧ୍ୟରେ ଦେଶ ଛାଡ଼ିବାକୁ ପଡ଼ିବ।

ଯାଞ୍ଚ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି ବିକ୍ରମାସିଙ୍ଘେ: 

ଏହି ଖବର ପରେ ସେଠାରେ ରହୁଥିବା ଶରଣାର୍ଥୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି, ସେମାନେ ବର୍ତ୍ତମାନ କେଉଁଠାକୁ ଯିବେ ସେନେଇ ଚିନ୍ତାରେ ରହିଛି କାରଣ ହୋଇଛି। ତେବେ ରାଷ୍ଟ୍ରପତି ରାନିଲ ବିକ୍ରମାସିଙ୍ଘେଙ୍କ କାର୍ଯ୍ୟାଳୟ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ 'ଭିସା ବଢ଼ାଇବା ନିଷ୍ପତ୍ତି ଉପରେ ପରାମର୍ଶ ନ ଦେଇ ଲୋକଙ୍କୁ କିପରି ନୋଟିସ ଜାରି କରାଯାଇଛି ସେ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ରପତିଙ୍କ ମିଡିଆ ବିଭାଗ କହିଛି ଯେ ଏହି ପର୍ଯ୍ୟଟକମାନଙ୍କୁ ପୂର୍ବରୁ ଦିଆଯାଇଥିବା ଭିସା ସମ୍ପ୍ରସାରଣକୁ ବାତିଲ କରିବାକୁ ଶ୍ରୀଲଙ୍କା ସରକାର ଆନୁଷ୍ଠାନିକ ଭାବେ ନିଷ୍ପତ୍ତି ନେଇ ନାହାଁନ୍ତି। ବର୍ତ୍ତମାନ ଶ୍ରୀଲଙ୍କାରେ ବର୍ଦ୍ଧିତ ଭିସା ଉପରେ କେତେ ଲୋକ ନିର୍ଭରଶୀଳ, ସେ ସମ୍ବନ୍ଧରେ କୌଣସି ସରକାରୀ ତଥ୍ୟ ନାହିଁ, କିନ୍ତୁ ଏହା ନିଶ୍ଚିତ ଯେ ଦେଶରୁ ବାହାରିବା ନିର୍ଦ୍ଦେଶ ପରେ ଲୋକମାନଙ୍କ ମଧ୍ୟରେ ଏକ ଚିନ୍ତା ସୃଷ୍ଟି ହୋଇଛି। 

ଇମିଗ୍ରେସନ ଅଧିକାରୀଙ୍କୁ ମିଳିଛି ଅଭିଯୋଗ: 

ଦୁଇ ୟୁରୋପୀୟ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଋଷ ଏବଂ ୟୁକ୍ରେନ ଶରଣାର୍ଥୀଙ୍କୁ ଦେଶରେ ବିସ୍ତାରିତ ଭିସା ଦିଆଯାଇଥିଲା। ୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରାୟ ୩ ଲକ୍ଷ ଏବଂ ୨୦ ହଜାର ୟୁକ୍ରେନୀୟ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ଯଦିଓ ଏହା ଏକ ସରକାରୀ ଆକଳନ ନୁହେଁ, ଅଧିକାରୀମାନେ କହିଛନ୍ତି ଯେ ବିମାନ ଅଭାବ ହେତୁ ସେମାନଙ୍କୁ ଦୀର୍ଘ ସମୟ ରହିବାକୁ ଅନୁମତି ଦିଆଯାଇଥିଲା। ଇମିଗ୍ରେସନ ଅଧିକାରୀ କହିଛନ୍ତି ଯେ ଋଷ ଏବଂ ୟୁକ୍ରେନ ନାଗରିକମାନେ ବେଆଇନ ବ୍ୟବସାୟ ଚଳାଉଛନ୍ତି, ବିଦେଶୀମାନଙ୍କୁ ନିୟୋଜିତ କରୁଛନ୍ତି ଏବଂ ସ୍ଥାନୀୟ ବ୍ୟବସ୍ତାକୁ ଅତିକ୍ରମ କରି ସେବା ପାଇଁ ଦେୟ ପଦ୍ଧତି ନିୟୋଜିତ କରିଛନ୍ତି। ଭିସାର ଅପବ୍ୟବହାର କରାଯାଉଥିବା ଭଳି ଅଭିଯୋଗ ଗ୍ରହଣ କରିଥିଲେ ଇମିଗ୍ରେସନ୍‌ ଅଧିକାରୀ। 

You can also read: ଦ୍ୱାରକାରେ ସମୁଦ୍ର ତଳେ ପ୍ରଧାନମନ୍ତ୍ରୀ କଲେ ପୂଜା , ଭଗବାନ କୃଷ୍ଣଙ୍କୁ ମୋଦି ପ୍ରଦାନ କଲେ ତାଙ୍କର ପ୍ରିୟ ଜିନିଷ


 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.