ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟରେ ବିରାଟ ଫାଟ, ଖୁବ୍‌ଶୀଘ୍ର ମରାମତି କରିବ ଏଏସ୍‌ଆଇ

ପୁରୀ ୦୫/୦୨: ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟର ଡାହାଣ ପାର୍ଶ୍ବର ବିରାଟ ଫାଟ ସୃଷ୍ଟି ହୋଇଛି । କିଛି ସ୍ଥାନରୁ ପଥର ଭାଙ୍ଗି ତଳେ ପଡ଼ିଛି । ଉତ୍ତରଦ୍ୱାର ବାହାର ପାର୍ଶ୍ବର ତାଟିରେ ସୃଷ୍ଟି ଏହି ଫାଟକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ  ପାଇଛି । ଏହା ଜଣାପଡ଼ିବା ପରେ ଏଏସ୍‌ଆଇ ଯନ୍ତ୍ରୀମାନେ ସ୍ଥିତି ନିରୀକ୍ଷଣ  କରିଛନ୍ତି । 

ଏଏସ୍‌ଆଇ ଯନ୍ତ୍ରୀଙ୍କ କହିବା  ମୁତାବକ, ଦୀର୍ଘଦିନ ଧରି ଏହି ସ୍ଥାନ  ୩ରୁ ୪ ଫୁଟ ପୋତି ହୋଇ ରହିଥିଲା ।  ମାଟି ହଟା ଯିବା ପରେ ଏହି ଫାଟ ନଜର  ଆସିଛି । ଏହାକୁ ମରାମତି କରାଯିବ । ଠଣା ପଥର ଓ ତାଟି ପଥର ନଷ୍ଟ ହୋଇଥିଲେ ଏଠାରେ ନୂଆ ପଥର ଲଗାଯିବ । ଉତ୍ତର ଦ୍ୱାର ମରାମତି ଓ  କେମିକାଲ ୱାର୍ସ ଚାଲିଛି । ତେଣୁ ଉକ୍ତ ଫାଟ ସୃଷ୍ଟି ସ୍ଥାନକୁ ମଧ୍ୟ ମରାମତି କରି  କେମିକାଲ ୱାର୍ସ କରାଯିବ । ଏଠାରେ କୌଣସି ଗୁରୁତର ଫାଟ ସୃଷ୍ଟି ହୋଇଥିବା ନଜର ଆସୁନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.