ପ୍ରମୂଖ ଖବର

ଏସଟିଏଫ୍ କବଜାରେ ନିଶା ବେପାରୀ, ୨ କେଜିରୁ ଉର୍ଦ୍ଧ୍ଵ ଅଫିମ ଓ ୩ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ

ଭୁବନେଶ୍ଵର, ୧୮/୦୯ : କ୍ରାଇମବ୍ରାଞ୍ଚ ଏସଟିଏଫ୍ କବଜାରେ ନିଶା ବେପାରୀ। ବୌଦ୍ଧ ପୁରୁଣାକଟକ ଚାରି ଛକ ରୋଡରେ ଚଢାଉ। ଚଢାଉ ବେଳେ ୨ କେଜି ୮୮୦ ଗ୍ରାମ ଅଫିମ, ୩ କେଜି ୮୧୦ ଗ୍ରାମ ଗଞ୍ଜେଇ ପାଉଡର, ଓ ୬୦ ପ୍ୟାକେଟ୍ ସିଗାରେଟ୍ ଜବତ ହୋଇଛି। ଏହା ସହ ସନାତନ ପ୍ରଧାନ ନାମକ ଜଣେ ନିଶା ବେପାରୀ ଗିରଫ ହୋଇଛନ୍ତି। ଜବତ ଅଫିମର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ଓ ଗଞ୍ଜେଇ ପାଉଡରର ମୂଲ୍ୟ ୫୦ ହଜାର ହେବ ବୋଲି ସୂଚନା ମିଳିଛି। 

ଏତଦ୍ ବ୍ୟତୀତ ଚଢାଉ ବେଳେ ସନାତନଙ୍କ ଘରୁ ହରିଣ ଛାଲ, କଇଁଛ ଛାଲ ଓ ବାରାହା ଦାନ୍ତ ଜବତ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.