ନୂଆଦିଲ୍ଲୀ,୨୨/୦୯: ବର୍ତ୍ତମାନ ଭାରତର ସବୁଠାରୁ ଧନୀ ବ୍ୟକ୍ତି ତଥା ଦୁନିଆର ଜଣେ ଧନୀ ବ୍ୟବସାୟୀ ମଧ୍ୟରୁ ଅନ୍ୟତମ ମୁକେଶ ଅମ୍ବାନୀ। ସେ ତାଙ୍କ ଦୂରଦୃଷ୍ଟି ଏବଂ ନିଜର ନିଷ୍ପତ୍ତି ପାଇଁ ବେଶ୍ ଜଣାଶୁଣା । ତାଙ୍କ ନେତୃତ୍ୱ ଯୋଗୁଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ପ୍ରମୁଖ କମ୍ପାନୀ ହୋଇପାରିଛି। ନିକଟରେ ସେ ତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପାଇଁ ଭବ୍ୟ ସମାରୋହର ଆୟୋଜନ କରିଥିଲେ । ଯେଉଁଥିରେ ଦେଶ ବିଦେଶର ବହୁ ବରିଷ୍ଠ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏହି ଆୟୋଜନରେ ପ୍ରାୟ ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରିଦେଲେ । ଏବେ ଚର୍ଚ୍ଚା ହେଉଛି କି ଅମ୍ବାନୀ ଫ୍ୟାମିଲି ପାଖରେ ସମୁଦାୟ କେତେ ଟଙ୍କା ଅଛି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ କାହାର କେତେ ଭାଗିଦାରୀ ରହିଛି ।
ଆପଣ ଚିନ୍ତା କରୁଥିବେ କି ରିଲାଏନ୍ସର ସବୁଠାରୁ ଅଧିକ ଅଂଶଧନ ମୁକେଶ ଅମ୍ବାନୀ କିମ୍ବା ନୀତା ଅମ୍ବାନୀଙ୍କ ପାଖରେ ଥିବ । କିମ୍ବା ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ବା ଅନନ୍ତ ଅମ୍ବାନୀଙ୍କ ପାଖରେ ଥାଇପାରେ ।କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ରିଲାଏନ୍ସରେ ସବୁଠାରୁ ବଡ ଭାଗିଦାରୀ ଅମ୍ବାନୀ ପରିବାରର ସବୁଠାରୁ ବରିଷ୍ଠ ସଦସ୍ୟ କୋକିଲାବେନ୍ ଅମ୍ବାନୀଙ୍କର । ରିଲାଏନ୍ସ ପ୍ରମୋଟର ଗ୍ରୁପରେ ଅମ୍ବାନୀ ପରିବାରର ସେୟାର ରହିଛି ଏବଂ ତାଙ୍କ ପାଖରେ କମ୍ପାନୀର ସମୁଦାୟ ୫୦.୩୯ ପ୍ରତିଶତ ଅଂଶଧନ ରହିଛି । ସେହିପରି ମୁକେଶ ଅମ୍ବାନୀଙ୍କ ସମୁଦାୟ ସମ୍ପତ୍ତି ୧୧୭ ବିଲିୟନ୍ ଡଲାର ଟଙ୍କା ।
ଯଦିଓ ବାକି ଅନ୍ୟ ଅଂଶଧନ ୪୯.୬୧ ପ୍ରତିଶତ ସେୟାର ପବ୍ଲିକ୍ ସେୟାରହୋଲ୍ଡର୍ସଙ୍କ ପାଖରେ ରହିଛି । କୋକିଲାବେନ୍ ଅମ୍ବାନୀ ଯଦିଓ ବ୍ୟବସାୟରେ ଏତେ ସକ୍ରିୟ ନାହାଁନ୍ତି କିନ୍ତୁ ତାଙ୍କ ପାଖରେ ସମୁଦାୟ ୧,୫୭,୪୧,୩୨୨ ସେୟାର୍ ରହିଛି ଏବଂ କମ୍ପାନୀରେ ତାଙ୍କ ଭାଗିଦାରୀ ୦.୨୪ ପ୍ରତିଶତ ରହିଛି । ସେହିଭଳି ମୁକେଶ ଓ ପରିବାରର ଅନ୍ୟମାନଙ୍କର ସେୟାର ୯୦,୫୨,୦୨୧ ଟଙ୍କା ଏବଂ ଏହା କମ୍ପାନୀର ୦.୧୨ ପ୍ରତିଶତ ।