ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ ପହଞ୍ଚିଲେ କଟିବ ଦରମା

ଭୁବନେଶ୍ୱର,୦୯/୦୫: ଅଫିସ ୧୦ଟାରେ । ହଲି ହଲି ପହଞ୍ଚିଲା ବେଳକୁ ୧୧ଟା ୧୫ । କମ୍ପ୍ୟୁଟର ଖୋଲି ୧୦ ମିନିଟ୍‌ ଚେୟାରରେ ବସିଲା ପରେ ସିଧା ତୃତୀୟ ମହଲା ମିଲେଟ୍‌ ମିଶନ ଚା ଖଟିରେ । ଦେଢ଼ ଘଣ୍ଟା ଲଞ୍ଚ ବ୍ରେକ, ଘଣ୍ଟାରେ ୫ଟା ବାଜିଲେ ଫାଇଲ ଛାଡ଼ି ଘର ମୁହାଁ । ତେଣୁ ବୁଧବାର କର୍ମଚାରୀଙ୍କ ପ୍ରତି କଠୋର ନିୟମ ଆଣିଛି ବିଏମ୍‌ସି । ଏଣିକି ବିଳମ୍ବରେ ପହଞ୍ଚିଲେ ଦରମା କାଟ୍‌ ହେବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି ।

ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ ବିଳମ୍ବରେ ପହଞ୍ଚୁଥିବା କର୍ମଚାରୀଙ୍କୁ ତାଗିଦ୍‌ କରିଛନ୍ତି । ଅଧିକାଂଶ ବିଏମ୍‌ସି ଅଧିକାରୀ, ଚୁକ୍ତିଭିତ୍ତିକ କର୍ମଚାରୀ, ଡିଏଲ୍‌ଆର ଓ ସିଏଲ୍‌ଆର ମାନେ ବିଳମ୍ବରେ ଅଫିସ ଆସୁଛନ୍ତି । ଫଳରେ କାମରେ ବାଧା ଉପୁଜୁଛି । ତେଣୁ ଏଣିକି ପ୍ରତିଦିନ ୧୦ଟାରେ ଅଫିସ ପହଞ୍ଚିବାକୁ କୁହାଯାଇଛି ।  ଯଦି ୧୦ଟା ୩୦ ପରେ କୌଣସି କର୍ମଚାରୀ ଅଫିସ ଆସନ୍ତି ତା’ହେଲେ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୁଇରୁ ଅଧିକ ଦିନ ବିଳମ୍ବ ହେଲେ ଅଧାଦିନର ସିଏଲ୍‌ କଟିବ । ୧୦ରୁ ଅଧିକ ବିଳମ୍ବ ହେଲେ ଚାକିରିରେ ନାଲି ଗାର ବାଜିବ । ଯେଉଁମାନଙ୍କ କ୍ଷେତ୍ର ପରିଦର୍ଶନ ରହିଛି, ସେମାନେ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇବାକୁ କୁହାଯାଇଛି । ସୂଚନାଯୋଗ୍ୟ, ତତ୍‌କାଳୀନ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ପୂର୍ବରୁ ଏହି ନିୟମ ଜାରି କରିଥିଲେ । ପ୍ରତି ମହଲା ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ହେଲେ ସେ ଗଲା ପରେ ଏହି ନିୟମ କୋମାରେ । କର୍ମଚାରୀ ମନଇଚ୍ଛା ଅଫିସ୍‌ ଆସୁଥିବା କୁହାଯାଉଛି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.