ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟ୍ୟୁସନରୁ ସାଇକେଲରେ ଘରକୁ ଫେରୁଥିଲେ, ହାଇଓ୍ବା ଧକ୍କାରେ ଚାଲିଗଲା ଛାତ୍ରୀଙ୍କ ଜୀବନ

ଖଣ୍ଡପଡା, ୧୧।୩ : ଭାପୁର -ରାଜସୁନାଖଳା ରାସ୍ତାର ଗୋଳାପୋଖରୀ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l ଟିୟୁସନ ସାରି ଫେରୁଥିବା ବେଳେ ଚାପିଦେଲା ମାଲ ବୋଝେଇ ହାଇୱା l ଫଳରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି l ଏ ନେଇ ଗୋଳାପୋଖରୀ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ l ମୃତକ ଜଣକ ହେଉଛନ୍ତି ଫତେଗଡ଼ ଥାନା ବେଗୁନିଆ ଗାଁର ପୂଜା ପ୍ରଧାନ, ଗୁରୁତର ଆହତ ଛାତ୍ର ଜଣକ ହେଉଛନ୍ତି ଅଭିନାଶ ପ୍ରଧାନ l ଉଭୟ ୮ମ ଶ୍ରେଣୀ ଛାତ୍ରଛାତ୍ରୀ l

 ଗୋଳାପୋଖରୀ ଗାଁରୁ ଟିୟୁସନ ସାରି ସାଇକେଲ ଯୋଗେ ସାଙ୍ଗ ସାଥି ହୋଇ ଫେରୁଥିଲେ କିଛି ଛାତ୍ରଛାତ୍ରୀ l ଏହି ସମୟରେ ବାଲି ବୋଝେଇ ଏକ ହାଇୱା ଧକ୍କା ପୂଜା ଓ ଅଭିନାଙ୍କୁ ଦେଇଥିଲା l ତୁରନ୍ତ ସେମାନଙ୍କୁ ଭାପୁର ମେଡିକାଲରେ ଭର୍ତ୍ତି କରିଥିଲେ l ହେଲେ ଡାକ୍ତର ପୂଜାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣା ସ୍ଥଳରେ ଫତେଗଡ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.