ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ମାଲକାନଗିରି,୧୭/୩ : ଗୋଟିଏ ଘରୋଇ ହଷ୍ଟେଲରେ ରହି ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକ  ଅଭିଯୋଗ କରିଛନ୍ତି । ମୃତକ ଜଣକ ହେଲେ ଏମଭି ୩୦ ଗ୍ରାମର ଜଣେ ଛାତ୍ରୀ।

ଏମଭି ୩୦ ଗ୍ରାମର ଜଣେ  ଷଷ୍ଠ ଶ୍ରେଣୀ ଛାତ୍ରୀ  ଏକ ଘରୋଇ ହଷ୍ଟେଲରେ ରହି ପାଠ ପଢୁଥିଲେ।  ତେବେ ହଠାତ ଆଜି ଝିଅଟିର ଦେହ ଗୁରୁତର ଥିବା ଓ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ହଷ୍ଟେଲ ପରିଚାଳକ ଖବର ଦେଇଥିଲେ।  ପରିବାର ଲୋକେ ଚିକିତ୍ସାଳୟରେ ପହଞ୍ଚିବା ପରେ ଝିଅଟି ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ । ତେବେ ଝିଅଟିର ଦେହରେ ବିଭିନ୍ନ ଚିହ୍ନ ରହିଥିବା ପରିବାର ଲୋକେ ଦେଖିବା ସହ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରି ଏହାର ଉଚିତ ତଦନ୍ତ କରିବାକୁ ଦାବି କରିଥିଲେ । ଅନ୍ୟପକ୍ଷରେ  ହଷ୍ଟେଲ କର୍ତ୍ତୁପକ୍ଷ କିନ୍ତୁ ଝିଅଟି ଆତ୍ମହତ୍ୟା କରିଥିବା କହିଛନ୍ତି। ଏନେଇ ଖବର ପାଇ ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢନ୍ତୁ : ଖେଳୁଥିବା ବେଳେ ଝରକା ବନ୍ଧ ପଡ଼ି ଶିଶୁ ପୁତ୍ର ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.