ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ଫିରିଙ୍ଗିଆରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା

ଫିରିଙ୍ଗିଆ,୧୫l ୯ ଫିରିଙ୍ଗିଆ ବ୍ଲକର ଫିରିଙ୍ଗିଆ ପଞ୍ଚାୟତ ସମିତି ମୁଖ୍ୟାଳୟ ଫିରିଙ୍ଗିଆ ପଞ୍ଚାୟତରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବ୍ଲକ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଫିରିଙ୍ଗିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଜଳନ୍ଧର କହଁର, ସମ୍ୱନ୍ୱିତ ଶିଶୁ ବିକାଶ ଅଧିକାରିଣୀ, ମିଶନ ଶକ୍ତି ଫିରିଙ୍ଗିଆ ବ୍ଲକ ସଂଯୋଜକ ବାଦଲ ନୟାକ, ଓ ଏଲ ଏମ ସଂଗ୍ରାମ କେଶ୍ବରୀ ସାହୁ,ଫିରିଙ୍ଗିଆ ପଞ୍ଚାୟତ ସମିତି ସଭ୍ୟା ମୌସୁମୀ ପ୍ରଧାନଙ୍କ ସହ ପଞ୍ଚାୟତର ସ୍ୱୟଂ ସହାୟିକା ଗୋଷ୍ଠୀ ବ୍ଲକ ସଭାପତି ମାମୁନି ପ୍ରଧାନ ଏବଂ ପଞ୍ଚାୟତର ସି ଆର ପି, ଏମ ବି କେ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ l ପ୍ରଥମେ ଫିରିଙ୍ଗିଆର ଅଧିଷ୍ଠାତ୍ରୀ ଦେବୀ ମାଁ ପୀତବାଳିଙ୍କ ମନ୍ଦିର ପ୍ରାଙ୍ଗଣରେ ଶତାଧିକ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ରହି ମାଁ ଙ୍କ ପୂଜାର୍ଚନା ପରେ ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ପଦଯାତ୍ରା ରେ ବାହାରି ଫିରିଙ୍ଗିଆ ବାଣିଜ୍ୟ ଭଣ୍ଡାର, ଇନ୍ଦିରା ଗାନ୍ଧୀ ଛକ, ବଜାର ଏବଂ ବ୍ଲକ ଛକ ଦେଇ ଫିରିଙ୍ଗିଆ ବ୍ଲକକୁ ପହଞ୍ଚିଥିଲେ l 

ହାତରେ ସୁଭଦ୍ରା ଯୋଜନା ପତ୍ରିକା ସହ ପ୍ଲା କାର୍ଡ ଧରି ବିଭିନ୍ନ ନାରା ଦେଇଥିଲେ l ଫିରିଙ୍ଗିଆ ବ୍ଲକ ପ୍ରାଙ୍ଗଣରେ ଏକ ବୈଠକ ଆୟୋଜନ କରାଯାଇ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ଉପସ୍ଥିତ ସମସ୍ତ ଅତିଥି ମାନେ ସୁଭଦ୍ରା ଯୋଜନା ବିଷୟରେ ସଚେତନ କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ମିଶନ ଶକ୍ତି ବ୍ଲକ ସଂଯୋଜକ ବାଦଲ ନାୟକ ଓ ଓ ଏଲ ଏମ ସଂଗ୍ରାମ କେଶ୍ବରୀ ସାହୁ ପରିଚାଳନା କରିଥିଲେ l ଅନୁରୂପ ଭାବରେ ଆଜି ଫିରିଙ୍ଗିଆ ବ୍ଲକ ଡ଼ିମିରି ଗୁଡା ପଞ୍ଚାୟତ, ଡିଣ୍ଡିରା ଗାଁ ପଞ୍ଚାୟତ, ନୂଆ ପଦର ପଞ୍ଚାୟତ,  କେଲାପଡା ପଞ୍ଚାୟତ ନୂଆ ପାଦର ପଞ୍ଚାୟତ ସହ ୨୪ ଟି ପଞ୍ଚାୟତ ରେ ସୁଭଦ୍ରା ଯୋଜନା ସମ୍ପର୍କିତ ପଦ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଓ ଏହି କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ପଞ୍ଚାୟତ ର ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସମସ୍ତ କର୍ମକର୍ତ୍ତା ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମ ସମ୍ପାଦନ କରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.