ଭୁବନେଶ୍ୱର ୦୬/୦୯: ବିଜେଡିରେ ବିହିଷ୍କୃତ, ଇସ୍ତଫା ରାଜନୈତିକ ନାଟକ। ଦଳ ବିରୋଧି କାର୍ଯ୍ୟ ପାଇଁ ସାଂସଦ ସୁଜିତ୍ କୁମାରଙ୍କୁ ବହିଷ୍କୃତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୁଜିତ୍ ଦଳ ଏବଂ କଳାହାଣ୍ଡି ବାସିନ୍ଦାଙ୍କୁ ଧାକା ଦେଇଥିବା କହିଛି ବିଜେଡି।
ଅନ୍ୟପଟେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସୁଜିତ୍ କୁମାର। ରାଜ୍ୟସଭା ଅଧ୍ୟକ୍ଷକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ୨୦୨୦ ରେ ସେ ବିଜେଡିରୁ ନିର୍ବାଚିତ ହୋଇ ରାଜ୍ୟସଭା ଯାଇଥିଲେ। ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ ସୁଜିତ୍ କୁମାର ବିଜେପି ମୁଖ୍ୟାଳୟରେ ପହିଞ୍ଚିଛନ୍ତି । ଆଉ କିଛି ସମୟ ମଧ୍ୟରେ ପଦ୍ମ ଧରିପାରନ୍ତି ।