ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଦଳିବ ନୀଳଗିରି ରାଜନୈତିକ ଚିତ୍ର, ବିଧାୟକଙ୍କ ଅଫିସରୁ ହଟିଲା ବିଜେପି ହୋର୍ଡିଂ

ନୀଳଗିରି, ୨୭/୩ : ବାଲେଶ୍ଵର ଜିଲ୍ଲା ନୀଳଗିରି ରାଜନୀତିରେ ହଟଚମଟ। ନୀଳଗିରି ରଥଦାଣ୍ଡରେ ଥିବା ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ବିଜେପି ଅଫିସରୁ ହଟିଲା ହୋର୍ଡିଂ। ଇଂ ସୁକାନ୍ତ କୁମାର ନାୟକ ବିଜେପି ଛାଡି ବିଜେଡିରେ ସାମିଲ ହେବା ନେଇ ଜୋର୍ ଧରିଲା ଚର୍ଚ୍ଚା। 

ସୂଚନାନୁଯାୟୀ, ମଙ୍ଗଳବାର ଅପରାହ୍ନରେ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ବିଜେପିରୁ ଇସ୍ତଫା ଦେଇଥିବା ଶୁଣିବାକୁ ମିଳିଛି। ଏବେ ତାଙ୍କ ଅଫିସରୁ ବିଜେପି ହୋର୍ଡିଂ ହଟିବା ପରେ ନୀଳଗିରି ପାଣିପାଗ ଚିତ୍ର ବଦଳିଯାଇଥିବା ଜଣାପଡିଛି। ସେପଟେ ଭୁବନେଶ୍ୱରରେ ଆଜି ବାଲେଶ୍ଵର ବିଜେଡିକୁ ନେଇ ଅପରାହ୍ନରେ ଏକ ଜରୁରୀ ବୈଠକ ହେବ। ଏହାପରେ ସୁକାନ୍ତ ବିଜେପି ଛାଡି ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। କିଛିଦିନ ଆଗରୁ ସାଆନ୍ତା ଠାରେ ଏକ ପାର୍କରେ ବିଜେପି ଦଳର ସାଂଗଠନିକ ବୈଠକରେ ତୁମ୍ବିତୋଫାନ ଉଠିବା ପରେ ସୁକାନ୍ତଙ୍କୁ ନେଇ ଆଜିର ଚର୍ଚ୍ଚା ନୀଳଗିରି ରାଜନୀତି ପାଣିପାଗକୁ ସରଗରମ କରିଛି। ଏନେଇ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ପ୍ରତିକ୍ରିୟାରେ ଖାଲି ସମୟକୁ ଅପେକ୍ଷା କରିବାକୁ କହିଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.