ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲରେନ୍ସ ବିଷ୍ଣୋଇର ସୁପାରୀ; ୧୮ ମାସର ଷଡ଼ଯନ୍ତ୍ର, ଗୋଗାମେଡି ହତ୍ୟା ମାମଲାର ଜେଲ୍‌ ନେଟଓ୍ବର୍କ

  • କର୍ଣ୍ଣି ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ହତ୍ୟା
  • ୧୮ ମାସ ପୂର୍ବରୁ ଜେଲ୍‌ ଭିତରୁ ହତ୍ୟା ଷଡ଼ଯନ୍ତ୍ର କରିଥିଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ
  • ସହଯୋଗୀ ତିକ୍ଷ୍ନ ଶୁଟର୍‌ ସମ୍ପତ ନେହେରାକୁ ଦେଇଥିଲା ଦାୟିତ୍ବ 
  • ସମ୍ପତର ସୁପାରୀ ନେଇଥିଲା ନୂଆକରି ଅପରାଧ ଜଗତରେ ପାଦ ଦେଇ‌ଥିବା ରାଜସ୍ଥାନର ରାକେଶ ଗୋଦାରା

 ଜୟପୁର,୦୬/୧୨: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପାଇଁ ସୁଖଦେବ ସିଂ ଗୋଗାମେଡିଙ୍କୁ ହତ୍ୟା କରିବା କୌଣସି ସହଜ କାମ ନଥିଲା। ଲରେନ୍ସ ରାଜସ୍ଥାନର ଜେଲ୍‌ରେ ଥାଇ ମଧ୍ୟ ପାଖାପାଖି ୧୮ ମାସ ପୂର୍ବରୁ ଏହାର ଡାହାଣ ହାତ ସମ୍ପତ ନେହେରାକୁ ଏହି ଦାୟିତ୍ବ ଦେଇଥିଲା। ସେତେବେଳେ ସମ୍ପତ ନେହେରା ନିଜେ ବଥିଣ୍ଡା ଜେଲରେ ଥିଲା। ସମ୍ପତକୁ ଏହି ଦାୟିତ୍ବ ଦେବାବେଳେ ଲରେନ୍ସ ତାଙ୍କୁ ଜଣାଇଥିଲା ଯେ, ସେମାନେ ସଲମାନ ଖାନ୍‌ଙ୍କୁ ହତ୍ୟା କରିବାରେ ବିଫଳ ହୋଇଛନ୍ତି। ଏପରି ପରିସ୍ଥିତିରେ, ଏହି ସୁପାରୀ ଯେପରି ବିଫଳ ନହୁଏ, ସେନେଇ ସମ୍ପତକୁ ଚେତାଇଥିଲା ଲରେନ୍ସ। ସେତେବେଳେ ସମ୍ପତ ନେହେରା ରାଜସ୍ଥାନର ନୂଆକରି ଅପରାଧ ଦୁନିଆରେ ପାଦ ଥାପୁଥିବା ଗ୍ୟାଙ୍ଗଷ୍ଟର ରାକେଶ ଗୋଦାରାକୁ ଏହି ଦାୟିତ୍ୱ ଦେଇଥିଲା। 

ପଢ଼ନ୍ତୁ: ସ୍ପେନ୍‌ ରାଣୀଙ୍କ ପରକୀୟା ପ୍ରୀତିର ଖୁଲାସା କଲେ ପୂର୍ବତନ ପ୍ରେମିକ, ବିବାହର ବର୍ଷେ ପରେ ବି ପ୍ରେମରେ ବୁଡ଼ି ରହିଥିଲେ ଲେଟିଜିଆ !

ପଞ୍ଜାବ ପୁଲିସ୍‌କୁ ମିଳିଥିଲା ଇନ୍‌ପୁଟ୍: 

ଏହା ପରେ ରାକେଶ ଗୋଦାରା ପାଖାପାଖି ୧୮ ମାସ ଧରି ପିଛା କରିବା ପରେ ତା ଟାର୍ଗେଟକୁ ରାସ୍ତାରୁ ହଟାଇଥିଲା। ସୂଚନାନୁସାରେ, ମୂଳ କର୍ନି ସେନାଠାରୁ ଅଲଗା ହେବା ପରେ ସୁଖଦେବ ସିଂ ଗୋଗାମେଡିଙ୍କ ପ୍ରଭାବ ରାଜପୁତ ସାମ୍ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଥିଲା। ବିଶେଷ କରି ପଦ୍ମାବତ ଫିଲ୍ମର ସୁଟିଂ ସମୟରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କୁ ଚାପୁଡ଼ା ମାରିବା ପରେ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇଥିଲା। ଏହି ଘଟଣା ପରେ ସେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଟାର୍ଗେଟକୁ ଅସିଥିଲେ। ସେତେବେଳେ ଲରେନ୍ସର ଦୁଇଟି ବଡ଼ ଟାର୍ଗେଟ ଥିଲା। ପ୍ରଥମ ଥିଲା ସଲମାନ ଖାନଙ୍କୁ ହତ୍ୟା କରିବା ଏବଂ ଦ୍ୱିତୀୟଟି ହେଲା ଗୋଗାମେଡିକୁ ଜୀବନରୁ ହଟାଇଦେବା।  

ଲରେନ୍ସ ତାର ସବୁଠାରୁ ବିଶ୍ୱସ୍ତ ତୀକ୍ଷ୍ଣ ସୁଟର ସମ୍ପତ ନେହେରାକୁ ଏହି ଦାୟିତ୍ବ ଦେଇଥିଲା। ପ୍ରାୟ ବର୍ଷେ ଧରି ପିଛା କରିବା ପରେ ମଧ୍ୟ ସମ୍ପତ ସଲମାନଙ୍କୁ ହତ୍ୟା କରିପାରିନଥିଲା ଏବଂ ଶେଷରେ ୨୦୧୯ ରେ ହାଇଦ୍ରାବାଦରେ ହରିୟାଣା ଏସଟିଏଫ ଦ୍ୱାରା ଧରାପଡିଥିଲେ। ପ୍ରାୟ ୧୮ ମାସ ପୂର୍ବେ, ରାଜସ୍ଥାନର ଜେଲରେ ଥିବାବେଳେ ଲରେନ୍ସ ପୁଣି ଥରେ ସମ୍ପତକୁ ଏହି ଦୁଇଟି ପ୍ରକଳ୍ପ ବିଷୟରେ ମନେ ପକାଇଥିଲା। ସେ ବ୍ୟଙ୍ଗାତ୍ମକ ଭାବରେ କହିଥିଲା ଯେ, ଯଦି ସେ ସଲମାନଙ୍କୁ ହତ୍ୟା କରିବାରେ ବିଫଳ, ତେବେ କେବଳ ଗୋଗାମେଡିଙ୍କୁ ହତ୍ୟା କର।

ପଢ଼ନ୍ତୁ: ୩୭୦ ହଟିବା ପରେ ଜମ୍ମୁ-କାଶ୍ମୀରରେ ଏବେ ହେବାକୁ ଯାଉଛି ଏହି ପରିବର୍ତ୍ତନ, ସଂସଦରେ ବିଲ୍ ଆଗତ କଲେ ଅମିତ ଶାହ

ହତ୍ୟା ସମୟର ଘଟଣା/ ଆଜି ଜୟପୁର ବନ୍ଦ: 

ବିଶିଷ୍ଟ ରାଜପୁତ ନେତା ସୁଖଦେବ ସିଂ ଗୋଗାମେଡିଙ୍କୁ ତାଙ୍କ ଘରେ ଗୁଳି କରି ହତ୍ୟା କରିବା ପରେ ତାଙ୍କ ସମର୍ଥକମାନେ ଆଜି 'ଜୟପୁର ବନ୍ଦ' ଡାକରା ଦେଇଛନ୍ତି। ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଗୋଗାମେଡିଙ୍କ ସମର୍ଥକମାନେ ରାଜ୍ୟବ୍ୟାପୀ ବନ୍ଦ ଧମକ ଦେଇଛନ୍ତି। ସିସିଟିଭି ଫୁଟେଜରୁ ଜଣାପଡିଛି ଯେ, ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣୀ ସେନା ନାମକ ଏକ ସୀମାନ୍ତ ସଂଗଠନର ନେତୃତ୍ବ ନେଉଥିବା ଗୋଗାମେଡିଙ୍କୁ ତାଙ୍କ ବାସଭବନରେ ହତ୍ୟା ମଙ୍ଗଳବାର ହତ୍ୟା କରାଯାଇଛି। ହତ୍ୟା କରିଥିବା ତିନି ଜଣ ଯୁବକ ତାଙ୍କ ସହିତ ଚା ପିଉଥିବା ସିସିଟିଭି ଫୁଟେଜ୍‌ ଆଧାରରୁ ଜଣାପଡ଼ିଛି। 

You can also read: ହମାସ ଆତଙ୍କବାଦୀଙ୍କ ଯୋଜନା ଭଣ୍ଡୁର ପାଇଁ ଇସ୍ରାଏଲର କୃତ୍ରିମ ବନ୍ୟା ଯୋଜନା, ପାଣି ପମ୍ପ ଲଗାଇ ଭସାଇ ଦେବ ଟନେଲ !


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.