ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହିମାଚଳରେ ସୁଖୁ ହିଁ ରହିବେ ମୁଖ୍ୟମନ୍ତ୍ରୀ, ୬ ବିଦ୍ରୋହୀ ବିଧାକୟଙ୍କ ବିରୋଧରେ ଆକ୍ସନ ପରେ ଶିବକୁମାରଙ୍କ ଘୋଷଣା

ଶିମଲା,୨୯।୨:  ହିମାଚଳ ପ୍ରଦେଶରେ ଦେଖାଯାଇଥିବା ରାଜନୀତିକ ଅସ୍ଥିରତା ଏବେ କମିବାକୁ ଯାଉଥିବାର ଦେଖାଯାଉଛି।  କଂଗ୍ରେସର ବରିଷ୍ଠ ନେତା ବେଶ ବିବାଦକୁ ସମାଧାନ କରୁଥିବାର ଦେଖାଯାଇଛନ୍ତି।  କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ତଥା ହିମାଚଳ ପ୍ରଦେଶ ପାଇଁ କଂଗ୍ରେସ ନିଯୁକ୍ତ କରିଥିବା ପର୍ଯ୍ୟବେପକ୍ଷ ଡିକେ ଶିବ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏହା ଖୁବ୍ ଦୁଃଖଦ ଯେ, ଆମେ ହିମାଚଳରେ ରାଜ୍ୟସଭା ଆସନ ହରାଇ ଦେଲୁ। ପୁରା ଦେଶ ହିମାଚଳ ରାଜ୍ୟସଭା ନିର୍ବାଚନ ଦେଖିଲା।ଆମେ ଏକ କୋଅର୍ଡିନେସନ୍ କମିଟି ତିଆରି କରିଛୁ, ଯାହାକି ସରକାର ଓ ଦଳ ଭିତରେ  ବୁଝାମଣା ରଖିବ।   ଆମେ ଏକଜୁଟ ଅଛି ଓ ଆମ ପାଖରେ ପୁରା ନମ୍ବର ରହିଚି। ସୁଖବିନ୍ଦର ସିଂହ ସୁଖୁ ପୂର୍ବଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବେ।

ସମସ୍ତ ବିଧାୟକଙ୍କ ସହ ଆମେ କଥା ହୋଇଛୁ।  ସେମାନଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରାଯାଇଛି। ଏବେ ସମସ୍ତେ ଏକାଠି ରହିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି। ତେବେ ବିଜେପି ପାଇଁ ରାଜ୍ୟସଭା ନିର୍ବାଚନରେ ଭୋଟ ଦେଇଥିବା କଂଗ୍ରେସର ୬ ଜଣ ବିଧାୟକଙ୍କୁ ହିମାଚଳ ପ୍ରଦେଶ ବିଧାନସଭାର ବାଚସ୍ପତି ଅଯୋଗ୍ୟ ବିବେଚିତ କରିଛନ୍ତି। ଦଳ ବଦଳ ନିରୋଧ ଆଇନ ଅନୁସାରେ ସେମାନଙ୍କ ସଭ୍ୟ ପଦ ରଦ୍ଦ କରାଯାଇଛି। କିନ୍ତୁ ସେମାନେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।

ଶିବ କୁମାର କହିଛନ୍ତି, ରାଜ୍ୟରେ ସୁଖବିନ୍ଦର ସିଂହ ସୁଖୁ ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ। ହିମାଚଳ ପ୍ରଦେଶର ସମସ୍ତ ବିଧାୟକଙ୍କ ସହ କଥାବାର୍ତ୍ତା ହୋଇଛି। ସେମାନଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଓ ମତପାର୍ଥକ୍ୟ ଦୂର ହୋଇଛି ।  ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବିକ୍ରମାଦିତ୍ୟ ସିଂହ କହିଛନ୍ତି, ନେତୃବୃନ୍ଦଙ୍କ ସହ ଆଲୋଚନା ହୋଇ ନାହିଁ। ରାଜ୍ୟ ସରକାର କେବେ ସଙ୍କଟରେ ନଥିଲେ କିମ୍ବା ଆଗକୁ ସଙ୍କଟ ବଢ଼ିବାର ନାହିଁ ବୋଲି ସେ କହିଛନ୍ତି। ଏଥିରୁ ଲାଗୁଛି ହିମାଚଳରେ ରାଜନୈତିକ ଅସ୍ଥିରତା ହୁଏତ ଧିରେ ଧିରେ ହ୍ରାସ ପାଇପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.