ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଅଗ୍ନି ବଳୟରେ କେନ୍ଦୁଝର, ଜନଜୀବନ ଅସ୍ତବ୍ୟସ୍ତ

କେନ୍ଦୁଝର ସଦର,୨୯/୪ : ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଲୋକେ ଅତ୍ୟଧିକ ଗରମ ଗୁଳୁଗୁଳିରୁ ତ୍ରାହି ପାଇ ପାରୁ ନାହାଁନ୍ତି । ଅତ୍ୟଧିକ ଗରମ ସହିତ ଝାଞ୍ଜି ଖରା ଲୋକଙ୍କୁ ଅସ୍ତ ବ୍ୟସ୍ତ କରି ପକାଉଛି । ଲୋକେ କିଏ ଗଛ ମୂଳେ ତ କିଏ ଛାଇ ମୂଳରେ ଖରା ଦାଉରୁ ରକ୍ଷା ପାଇବା ପାଇଁ ବିଶ୍ରାମ ନେଉଛନ୍ତି । ସକାଳ ୮ଟାରୁ ଟାଣ ଖରା ଆରମ୍ଭ ହୋଇ ଯାଉଥିବାବେଳେ ୯ଟା ସୁଦ୍ଧା ୩୨ଡିଗ୍ରୀ ସେଲସିୟସ ଉପରେ ତାପମାତ୍ରା ରହୁଛି । ପୁଣି ମଧ୍ୟାହ୍ନ ସୁଦ୍ଧା ତାପମାତ୍ରା ବଢ଼ି ପ୍ରତେକ ଦିନ ୪୦.୬/୪୧.୫/୪୨/୪୩ଡିଗ୍ରୀ ସେଲସିୟସ ତାପମାତ୍ରା ଉପରେ ରହୁଛି । ଦିନ ରାତି  ବିନା ଫ୍ୟାନ, କୁଲର, ଏସସି ନ ହେଲେ ଲୋକେ ରହି ପାରୁନାହାନ୍ତି । 

ପୂର୍ବେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା ଏ ଅଞ୍ଚଳ । ଜନବସତି ବଢ଼ିବା ସହ ଖଣି ଖଦାନ ଶିଳ୍ପ ପାଇଁ ଜଙ୍ଗଲ କାଟି ସଫା କରିଦେବା ଫଳରେ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି ଏବେ । ଖଣି ଦୁର୍ନିତୀ ପାଇଁ ଶାହା କମିଶନ ଚିହ୍ନଟ ଓ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାରୁ ଜଣା ପଡ଼ିଛି ଯେ, ଖଣି ଲିଜ ଅନୁମତିଠାରୁ ୩ଗୁଣା ଅଧିକ ଅଞ୍ଚଳ ଜଙ୍ଗଲ କାଟି ସଫା କରି ଖଣି କମ୍ପାନୀ ଗୁଡ଼ିକ ନିଜର କାୟା ବିସ୍ତାର କରିଥିଲେ କିନ୍ତୁ ଜଙ୍ଗଲ ବିଭାଗ ହାତ ବାନ୍ଧି ଏବେ ବି ବସିଛି  । ଏବେ ବି ଜଙ୍ଗଲ ବିଭାଗର ନିଘା ନାହିଁ । 

ରାସ୍ତା ସମ୍ପ୍ରସାରଣ ହେଲା । ରାସ୍ତା ସମ୍ପ୍ରସାରଣ ନାମରେ ଆବଶ୍ୟକତାଠାରୁ ଅଧିକ ଗଛ କଟାଗଲା । ଜାତୀୟ ରାଜପଥ୨୦ ଓ ୫୨୦ନମ୍ବର ରଜା ରାଜୁଡ଼ା ଅମଳର ବିରାଟକାୟ ଗଛ ସବୁ କାଟି ଦିଆଗଲା ତା ବଦଳରେ କୌଣସିଠାରେ ଜଙ୍ଗଲ ବିଭାଗ କିମ୍ବା ରାସ୍ତା ଠିକାଦାର ଦ୍ଵାରା ବୃକ୍ଷରୋପଣ କରାଯାଇନାହିଁ । ଗାଡ଼ି ମୋଟର ଓ ଖଣି ଖାଦାନ ଶିଳ୍ପ କଳ କାରଖାନା ଅବିରତ ଚାଲିବା ଯୋଗୁଁ ସୁନିଶ୍ଚିତ ଗରମର ପ୍ରକୋପ ବଢ଼ିବ । କିନ୍ତୁ ଏ ସବୁକୁ ବିଚାର କରି ଯଦି ଆମେ ଓ ସରକାର  ବେଳରୁ ସଚେତନ ଓ  ସାବଧାନ ନହେବା ତେବେ ଭବିଷ୍ୟତରେ ଆମକୁ ଆହୁରି ବିଷମ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିବ ବୋଲି ସମାଜସେବୀ ଜୟକୃଷ୍ଣ ନାଏକ କହିଛନ୍ତି । ଏଣୁ ଜଙ୍ଗଲ ବିଭାଗ ଓ ଜନସାଧାରଣ ଉଭୟ ମିଳିତ ଭାବେ ବର୍ଷା ଦିନ ପୂର୍ବରୁ ବିଭିନ୍ନ ସ୍ଥାନରେ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବାକୁ ସଚେତନ ବାର୍ତ୍ତା ପ୍ରଦାନ କରିବା ସହ ନିଜେ ନିଜ ଅଞ୍ଚଳରେ ବୃକ୍ଷ ରୋପଣ କରିବାକୁ ସରୋଜ ସାହୁ, ହାଡିବନ୍ଧୁ ନାଏକ, ଶମ୍ଭୁନାଥ ନାଏକ, ଶୈଳବାଳା ପରିଡ଼ା, ପୁଷ୍ପାଞ୍ଜଳି ବେହେରା, ରଶ୍ମି ରେଖା ପ୍ରଧାନ, ପ୍ରେମା ସିଂ, ମମତା ସିଂ, ସୁଜନ ଦେହୁରୀ, ପ୍ରଶ୍ନ ମହାପାତ୍ର, ବିପିନ ବିହାରୀ ମିଶ୍ର ପ୍ରମୁଖ ସମସ୍ତଙ୍କୁ ନିବେଦନ କରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.