ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

୧୭ରେ ସୁନାବେଶ, ସନ୍ଧ୍ୟା ୬ରୁ ରାତି ୧୦ଟା ସୁନାବେଶ ଦର୍ଶନ

ପୁରୀ, ୨୬/୦୬ : ଚଳିତ ବର୍ଷ ନବଦିନାଙ୍କ ରଥଯାତ୍ରା ବିରଳ ଯୋଗରେ ଅନୁଷ୍ଠିତ ହେବାକୁ ଯାଉଛି । ୯ ତାରିଖରେ ମହାପ୍ରଭୁ ଆଡ଼ପ ମଣ୍ଡପରେ ବିଜେ କରିବେ । ଏହା ପରଦିନ ମିଳିବ ଆଡ଼ପ ଅବଢ଼ା । ଦିନ ସାଢ଼େ ୧୨ରୁ ସାଢ଼େ ୧ଟା ଭିତରେ ଆଡ଼ପ ଅବଢ଼ା ଶ୍ରଦ୍ଧାଳୁଙ୍କୁ ମିଳିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସମୟରେ ପ୍ରଥମ ଭୋଗ ମଣ୍ଡପ ଉଠିବ । ସେହିପରି ଦିନ ୫ଟାରୁ ସାଢ଼େ ୬ଟା ଭିତରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବ । ସନ୍ଧ୍ୟା ଆଳତି ସାଢ଼େ ୮ଟା, ମଇଲମ ଓ ଚନ୍ଦନଲାଗି ୧୧ଟା, ବଡ଼ସିଂହାର ବେଶ ରାତି ସାଢ଼େ ୧୨ ଓ ରାତ୍ର ପହୁଡ଼ ସାଢ଼େ ୧ଟା ସୁଦ୍ଧା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି କରିଛି । 

ସେହିପରି ୧୧ ତାରିଖରେ ହେରାପଞ୍ଚମୀ ପାଳିତ ହେବ । ୧୨ ତାରିଖରେ ରଥ ଦକ୍ଷିଣ ମୋଡ଼, ୧୪ ତାରିଖରେ ସନ୍ଧ୍ୟା ଦର୍ଶନ ହେବ । ସନ୍ଧ୍ୟା ୭ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ କରାଯାଇ ସର୍ବସାଧାରଣ ଦର୍ଶନ ବନ୍ଦ କରିବାକୁ ପ୍ରଶାସନ ପ୍ରସ୍ତୁତି କରିଛି । ୧୫ ତାରିଖ ବାହୁଡ଼ା ଯାତ୍ରା ହେବ । ବାହୁଡ଼ା ପହଣ୍ଡି ଦିନ ୧୨ରୁ ସାଢ଼େ ୨ଟା ଭିତରେ ଶେଷ କରାଯିବା ପରେ ୪ଟା ସୁଦ୍ଧା ରଥ ଟଣା ହେବ । ୧୬ ତାରିଖ ରଥରେ ଠାକୁର ରହିବେ ଓ ନୀତି ରଥ ଉପରେ ଚାଲିବ । ୧୭ ତାରିଖ ସୁନାବେଶ ଓ ଶ୍ରୀହରିଶୟନ ନୀତି ହେବ । ଦିନ ୫ଟାରୁ ସାଢ଼େ ୬ଟା ଭିତରେ ସୁନାବେଶ ସରିବ ଓ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେବେ । ସୁନାବେଶ ଦର୍ଶନ ରାତି ୧୦ଟା ପର୍ଯ୍ୟନ୍ତ ହେବ । ରାତି ୧ଟାରେ ଶ୍ରୀହରି ଶୟନ ନୀତି ହେବ । ୧୮ ତାରିଖରେ ଅଧରପଣା ନୀତି ରଥ ଉପରେ ହେବ । ସନ୍ଧ୍ୟାରେ ଅଧରପଣା ନୀତି ଆରମ୍ଭ ହୋଇ ରାତି ୮ଟା ସୁଦ୍ଧା ଶେଷ ହେବ । ପରେ ରାତି ୨ଟା ସୁଦ୍ଧା ଗରୁଡ଼ ଶୟନ ନୀତି ହେବ । ୧୯ ତାରିଖ ନୀଳାଦ୍ରି ବିଜେ ନୀତି ହେବ । ଅପରାହ୍ଣ ସାଢ଼େ ୧ଟାରୁ ସାଢ଼େ ୩ଟା ଭିତରେ ଚାର ବନ୍ଧା ଶେଷ କରାଯିବା ପରେ ୪ଟାରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟା ସୁଦ୍ଧା ସରିବ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.