ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ: କୋଲକାତାରେ କୁଏତକୁ ଭେଟିବ ଭାରତ, କ୍ୟାରିୟରରେ ଶେଷ ମ୍ୟାଚ୍‌ ଖେଳିବେ ଛେତ୍ରୀ

କୋଲକାତା,୦୬/୦୬: ସଲ୍ଟ ଲେକ୍‌ ଷ୍ଟାଡିୟମରେ ଗୁରୁବାର ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ଲଢ଼େଇରେ ମୁହାଁମୁହିଁ ହେବେ ଭାରତ ଓ ଭ୍ରମଣକାରୀ କୁଏତ। ଅଧିନାୟକ ସୁନୀଲ  ଛେତ୍ରୀଙ୍କ ଏହା କ୍ୟାରିୟରରେ ଶେଷ ମ୍ୟାଚ୍‌ । ଭାରତ ଏହି ମ୍ୟାଚ୍‌ ଜିତି ପାରିଲେ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇପାରିବ । ସେମିତି ଛେତ୍ରୀଙ୍କ ପାଇଁ ଏହି ମ୍ୟାଚ୍‌ ଜିତି ଟିମ୍‌ ଇଣ୍ଡିଆ ତାଙ୍କ ବିଦାୟକୁ ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଛି । 

ଗୁରୁବାର ମ୍ୟାଚ୍‌ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ । ଦୀର୍ଘ ୧୯ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ଛେତ୍ରୀ ପୂର୍ଣ୍ଣଚ୍ଛେଦ ପକାଇବେ । ଶେଷ ମ୍ୟାଚ୍‌ରେ ଦଳକୁ ଜିତାଇବା ନେଇ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି । ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ରାଉଣ୍ଡରେ ଭାରତ ଗ୍ରୁପ୍‌ ଏ’ରେ ରହିଛି । ଏହି ଗ୍ରୁପ୍‌ରେ କତାର ୪ଟି ମ୍ୟାଚ୍‌ରେ ବିଜୟୀ ୧୨  ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଥିବାବେଳେ ଭାରତ ଗୋଟିଏ ବିଜୟ ଓ  ଗୋଟିଏ ଡ୍ର’ ସହ ୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛି । ଯଦି କୁଏତକୁ  ଦଳ ଘରୋଇ ଗ୍ରାଉଣ୍ଡରେ ପରାଜିତ କରିବାରେ ସଫଳ ହେଉଛି,ତେବେ ତୃତୀୟ ରାଉଣ୍ଡକୁ ଉନ୍ନୀତ ହେବାର ଯଥେଷ୍ଟ ସୁଯୋଗ ରହିଛି ।  

ଏହାର ପୂର୍ବ ମ୍ୟାଚ୍‌ଟି ଭାରତ ଭୁବନେଶ୍ୱରରେ କତାରକୁ  ଭେଟିଥିଲା । କିନ୍ତୁ ଭ୍ରମଣକାରୀ ଦଳ ୩-୦ ଗୋଲରେ ଏହି ମ୍ୟାଚ୍‌ ଜିତି ନେଇଥିଲା । ହେଲେ ପ୍ରଥମ ଭେଟରେ ଭାରତ ଗତ ନଭେମ୍ବର ୧୬  ତାରିଖରେ କୁଏତକୁ ତା’ର ଘରୋଇ ଗ୍ରାଉଣ୍ଡରେ ହରାଇ ଥିଲା । ଯାହା  ଏକ ଐତିହାସିକ ସଫଳତା ରହିଥିଲା । ଏଥର ମଧ୍ୟ ଘରୋଇ ଗ୍ରାଉଣ୍ଡରେ  ପୂର୍ବ ଧାରା ବଜାୟ ରଖିବାକୁ ବେଶ ଭଲ ଭାବରେ ପ୍ରସ୍ତୁତ ହୋଇଛି ।  

ଭାରତୀୟ କୋଚ ଇଗୋର ଷ୍ଟିମାକ ଅଧିକରୁ ଅଧିକ ସଂଖ୍ୟାରେ ଷ୍ଟାଡିୟମକୁ ଆସି ଟିମ୍‌ ଇଣ୍ଡିଆକୁ ଉତ୍ସାହିତ କରିବାକୁ  ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ‘ଯଦି ଆମେ  କୁଏତକୁ ପରାଜିତ କରିବାରେ ସଫଳ ହେଉଛୁ, ତେବେ ଏହା  ହେବ ମୋ ଖେଳ ଓ ପ୍ରଶିକ୍ଷଣ ଜୀବନର ବହୁ ବଡ଼ ମୁହୂର୍ତ୍ତ ।’ 

ସମ୍ଭାବ୍ୟ ଭାରତୀୟ ଦଳ

ଗୋଲକିପର-ଗୁରପ୍ରୀତ ସିଂ ସାନ୍ଧୁ, ଅମରିନ୍ଦର ସିଂ, ବିଶାଲ କାଇଥ । 

ଡିଫେଣ୍ଡର-ଆମେ ରାନାୱାଡ, ଅନୱାର ଅଲି, ଜୟ ଗୁପ୍ତା, ଲାଲଚୁଙ୍ଗନୁଙ୍ଗା, ମେହତାପ ସିଂ, ନରେନ୍ଦର, ନିଖିଲ ପୂଜାରୀ, ରାହୁଲ  ଭେକ, ସୁଭାଶିଷ ବୋଷ । 

ମିଡଫିଲ୍ଡର-ଅନିରୁଦ୍ଧ ଥାପ୍ପା, ବ୍ରାଣ୍ଡନ ଫର୍ଣ୍ଣାଡେଜ, ଏଡମୁଣ୍ଡ  ଲାଲରିଣ୍ଡିକା, ଜାକସନ ସିଂ ଥୌନାଓଜାମ, ଲାଲିଆନଜୁଆଲା ଛାଙ୍ଗତେ,  ଲିଷ୍ଟନ କୋଲାକୋ, ମହେଶ ସିଂ ନାଓରେମ, ନନ୍ଦକୁମାର ଶେକର,  ସାହଲ ଅବଦୁଲ ସମାଦ, ସୁରେଶ ସିଂ ୱାଙ୍ଗଜାମ । ଫରୱାର୍ଡ: ଡେଭିଡ୍‌ ଲାଲଲାନସାଙ୍ଗା, ସୁନୀଲ ଛେତ୍ରୀ, ମାନବୀର  ସିଂ, ରହିମ ଅଲି ଓ ବିକ୍ର ପ୍ରତାପ ସିଂ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.