ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ, ମହାକାଶ ଯାନ ଉଡ଼ାଇଥିବା ପ୍ରଥମ ମହିଳା

ନୂଆଦିଲ୍ଲୀ ୦୭/୦୬: ଭାରତୀୟ ବଂଶୋଦ୍ଭବ ମହାକାଶ ଯାତ୍ରୀ ସୁନୀତା ୱିଲିୟମ୍ସ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି । ସେ ମହାକାଶରେ ପରୀକ୍ଷଣ ମିଶନରେ ଏକ ନୂଆ ମହାକାଶ ଯାନ ଉଡ଼ାଇଥିବା ପ୍ରଥମ ମହିଳା ହୋଇଛନ୍ତି । ୫୮ ବର୍ଷୀୟା ସୁନୀତା ଗତ ବୁଧବାର ଫ୍ଲୋରିଡାର କେପ୍‌ କାନାଭରାଲରୁ ନାସାର ମହାକାଶ ଯାତ୍ରୀ ବ୍ୟାରି ବୁଚ୍‌ ୱିଲମୋରଙ୍କ ସହ ବୋଇଂର ଷ୍ଟାରଲାଇନର୍‌ କ୍ୟାପ୍‌ସୁଲରେ ଉଡ଼ାଣ ଭରିଥିଲେ । 

ଷ୍ଟାରଲାଇନର୍‌ କ୍ୟାପ୍‌ସୁଲ ଉଡ଼ାଣ ଭରିବାର ପ୍ରାୟ ୨୬ ଘଣ୍ଟା ପରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ସହ ଡକ୍‌ କରିବାକୁ ଚେଷ୍ଟା କରିଥିଲା । ଏଥିରେ ସୁନୀତା, ୱିଲମୋର ଓ ଅର୍ବିଟିଙ୍ଗ ଆଉଟ୍‌ପୋଷ୍ଟ ନିମନ୍ତେ ୫୦୦ ପାଉଣ୍ଡ୍‌ରୁ ଅଧିକ ସାମଗ୍ରୀ ରହିଛି । ଉଭୟ ସ୍ପେସ୍‌ ଷ୍ଟେସନ୍‌ରେ ପ୍ରାୟ ସପ୍ତାହେ ରହିବେ । ଏହି ସମୟରେ କିଛି ଜରୁରି ପରୀକ୍ଷଣ କରିବେ । 

ବୋଇଂ କ୍ରୁ ଫ୍ଲାଇଟ୍‌ ଟେଷ୍ଟ୍‌ (ସିଏଫ୍‌ଟି) ନାମକ ଏହି ମିଶନକୁ ନାସାର କମର୍ସିଆଲ କ୍ରୁ ପ୍ରୋଗ୍ରାମ୍‌ ରୂପେ ଲଞ୍ଚ୍‌ କରାଯାଇଥିଲା । ଏହା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପାଇଁ ନିୟମିତ କ୍ରୁ ଫ୍ଲାଇଟ୍‌ ନିମନ୍ତେ ଷ୍ଟାରଲାଇନର୍‌କୁ ପ୍ରମାଣିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଯଦି ଏହି ମିଶନ ସଫଳ ହେବ, ତେବେ ଏହା ସ୍ପେସ୍‌ଏକ୍ସର କ୍ରୁ ଡ୍ରାଗନ୍‌ ପରେ ଷ୍ଟାରଲାଇନର୍‌ ମହାକାଶ ଯାତ୍ରୀଙ୍କୁ ଲ୍ୟାବ୍‌ରୁ କକ୍ଷକୁ ନେବା ଆଣିବାର ୨ୟ ଘରୋଇ ମହାକାଶ ଯାନ ହେବ । ସୁନୀତାଙ୍କ ପାଇଁ ଏହି ଉଡ଼ାଣ ତାଙ୍କ କ୍ୟାରିଅର୍‌ର ମାଇଲଖୁଣ୍ଟ ହୋଇଛି । ଏହା ପୂର୍ବରୁ ସେ ୨୦୦୬-୨୦୦୭ ଓ ୧୦୧୨ ମସିହାରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ନିଜ ମିଶନ ସମୟରେ ଜଣେ ମହିଳା ରୂପେ ସର୍ବାଧିକ ୭ ଥର ସ୍ପେସ୍‌ୱାକ୍‌ ଓ ମହାକାଶରେ ସର୍ବାଧିକ ସମୟ (୫୦ ଘଣ୍ଟା, ୪୦ ମିନିଟ୍‌) ଚାଲିବାର ରେକର୍ଡ କରିଥିଲେ ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.