ୱାଶିଂଟନ : ମହାକାଶରେ ଫସିବା ଘଟଣାରେ ନିଜର ପ୍ରତିକ୍ରିୟା ଦେଲେ ସୁନୀତା ୱିଲିୟମଙ୍କ ସ୍ୱାମୀ ଓ ମାଆ। ମହାକାଶଚାରୀ ସୁନୀତାଙ୍କ ମାଆ ବୋନି ପାଣ୍ଡ୍ୟା କହିଛନ୍ତି , ନିକଟରେ ମୁଁ ମୋ ଝିଅ ସହ କଥା ହୋଇଛି ଏବଂ ସେ କହିଛନ୍ତି , ସବୁକିଛି ଠିକ୍ ଅଛି , ଚିନ୍ତା କରିବାକୁ ମନା କରିଛନ୍ତି।
କହି ରଖୁଛୁ କି, ଚଳିତ ବର୍ଷ ଜୁନ୍ର ଆରମ୍ଭରେ ସ୍ପେସ୍ ଷ୍ଟେସନକୁ ଯାଇଥିବା ଦୁଇ ଆଷ୍ଟ୍ରୋନାଟ୍ସ ସୁନୀତା ୱିଲିୟମ୍ସ ଓ ବୈରୀ ୱିଲମୋର, ପୃଥିବୀକୁ ଫେରିବାରେ ଆସନ୍ତା ବର୍ଷ ଫେବ୍ରୁଆରୀ ହୋଇଯାଇ ପାରେ। ନାସାର ଉଭୟ ଆଷ୍ଟ୍ରୋନାଟ୍ସ ବୋଇଂର ଷ୍ଟାରଲାଇନର ସ୍ପେସ୍କ୍ରାଫ୍ଟରେ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ପହଞ୍ଚି ଥିଲେ ଏବଂ ଗୋଟଏ ସପ୍ତାହରେ ହିଁ ପୁଣି ପୃଥିବୀରୁ ଫେରି ଆସିବାର ଥିଲା , କିନ୍ତୁ ସ୍ପେସ୍କ୍ରାଫ୍ଟରେ ସମସ୍ୟା ଦେଖା ଦେବା ପରେ ,ଏବେ ଏହି ଦୁଇ ମହାକାଶଚାରୀଙ୍କୁ ମହାକାଶରେ ଦୀର୍ଘ ଦିନ ବିତେଇବାକୁ ପଡ଼ିବ। ଏହି ସମୟରେ ସୁନୀତା ଓ ବୈରୀଙ୍କ ପାଇଁ ସାରା ଦୁନିଆର ଲୋକ ଚିନ୍ତା ବ୍ୟକ୍ତି କରୁଛନ୍ତି।
ଆମେରିକା ମିଡ଼ିଆ ହାଉସ୍ ୱାଲ୍ ଷ୍ଟ୍ରିଟ୍ ଜର୍ନାଲ୍କୁ ଦେଇଥିବା ସାକ୍ଷାତକାରରେ ସୁନୀତାଙ୍କ ସ୍ୱାମୀ ମାଇକଲ କହିଛନ୍ତି, ସେ ତାଙ୍କ ସ୍ଥାନରେ ଖୁସିରେ ଅଛନ୍ତି। ଏହା ବ୍ୟତୀତ ମାଆ ବୋନି ପାଣ୍ଡ୍ୟା କହିଛନ୍ତି ,ଯଦି ତାଙ୍କ ଝିଅ ପୃଥିବୀରକୁ ଫେରିବାରେ ନିର୍ଦ୍ଦିଷ୍ଟ ସମୟ ଠାରୁ ଅଧିକ ସମୟ ନେଉଛନ୍ତି ତ ଏଥିରେ ସେ ଚିନ୍ତିତ ନୁହଁନ୍ତି । ସେ କହିଛନ୍ତି କି ୱିଲମୋର ଓ ସୁନୀତା ଉଭୟ ହିଁ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ନିଜର କାମରେ ଖୁବ୍ ପରିଶ୍ରମ କରୁଛନ୍ତି।
ସାକ୍ଷାତ୍କାରରେ ସୁନୀତା ୱିଲିୟମ୍ସଙ୍କ ମାଆ ବୋନି ପାଣ୍ଡ୍ୟା ନିଜ ଝିଅକୁ ଅଭିଜ୍ଞ ମହାକାଶ ଯାତ୍ରୀ ଭାବେ ଦର୍ଶାଇଛନ୍ତି। ସେ କହିଛନ୍ତି , ମୁଁ ତାଙ୍କୁ କୌଣସି ପରାମର୍ଶ ଦିଏ ନାହିଁ। ସେ ଜାଣିଛନ୍ତି କଣ କରିବାର ଅଛି। ସେ ଜଣେ ଅନୁଭବୀ ମହାକାଶ ଯାତ୍ରୀ । ସେ ୪୦୦ ଦିନରୁ ଅଧିକ ସମୟ ଯାଏ ମହାକାଶରେ ରହିଛନ୍ତି।
କହି ରଖୁଛୁ କି ସୁନୀତାଙ୍କ ମାଆ ନିଜ ଝିଅ ସହ ଦୁଇ ଦିନ ପୂର୍ବେ ହିଁ କଥା ହୋଇ ଥିଲେ। ସୁନୀତା ନିଜ ମାଆଙ୍କୁ କହିଥିଲେ ସେ ଏହି ବିଷୟରେ ଚିନ୍ତା କରନ୍ତୁ ନାହିଁ , ସବୁ କିଛି ଠିକ୍ ହୋଇଯିବ।ସେମାନେ ଭଲରେ ଅଛନ୍ତି।
ଉଲ୍ଲେଖନୀୟ ଯେ, ସୁନୀତା ୱିଲିୟମ୍ସ ଓ ବୈରା ୱିଲମୋରଙ୍କ ଫେରିବା ବୋଇଂ ସ୍ପେସ୍କ୍ରାଫ୍ଟରେ ହିଲିୟମ୍ ଲିକ୍ ଓ ଥ୍ରଷ୍ଟରରେ ସମସ୍ୟା ଆସିବା ପରେ ସ୍ଥଗିତ ଅଛି। ନାସା ଆଡମିନିଷ୍ଟ୍ରେଟର ବିଲ୍ ନେଲସନ ଗତ ଦିନରେ କହିଥିଲେ କି, ସ୍ପେସ୍ଏକ୍ସ କ୍ୟାପସୁଲ୍ ମାଧ୍ୟମରେ ଦୁଇ ମହାକାଶ ଯାତ୍ରୀ ଏବେ ଆସନ୍ତା ବର୍ଷ ଫେବ୍ରୁଆରୀରେ ଫେରିବେ ଏବଂ ଷ୍ଟାରଲାଇନରଟି ବିନା କ୍ରୁରେ ପୃଥିବୀକୁ ଲେଉଟିବ।