ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ପୃଥିବୀ ଫେରିବେ ତିନି ମହାକାଶ ଯାତ୍ରୀ, ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ୍‌ର କମାଣ୍ଡର ହେଲେ ସୁନିତା ଓ୍ବିଲିୟମ୍ସ

ନୂଆଦିଲ୍ଲୀ,୨୩।୯:  ମାତ୍ର ୮ ଦିନ ପାଇଁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍କୁ ଯାଇଥିବା ସୁନିତା ଓ୍ବିଲିୟମ ଓ ବୁଚ୍ ଓ୍ବିଲମୋର ୮ ମାସ ପାଇଁ ମହାକାଶରେ ଫଶି ଯାଇଛନ୍ତି। ଆମେରିକା ମହାକାଶ ଏଜେନ୍ସି ନାସା ପକ୍ଷରୁ ସୁନିତା ଓ ଓ୍ବିଲମୋରଙ୍କୁ ଆଣିବାକୁ ଖୁବ୍ ଚେଷ୍ଟା ହୋଇଥିଲା, କିନ୍ତୁ ଯାନ୍ତ୍ରିକ ସମସ୍ୟା କାରଣରୁ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡିବ। ବର୍ତ୍ତମାନ ସୁନିତା ଓ ଓ୍ବିଲମୋର ୬ ବେଡ୍ ଥିବା ସ୍ପେସ୍‌ ସେଣ୍ଟରରେ ୯ ଅନ୍ୟ ଲୋକଙ୍କ ସହ ଅଛନ୍ତି। ସୋମବାର ଆଇଏସ୍ଏସ୍‌ରୁ ନୂଆ ଅପଡେଟ୍ ମିଳିଛି। ସୁନିତାଙ୍କୁ ଆଇଏସଏସ୍‌ର କମାଣ୍ଡର ନିଯୁକ୍ତ କରାଯାଇଛି। ତାଙ୍କ ପୂର୍ବରୁ ଏହି ଦାୟିତ୍ବ ଗ୍ରହଣ କରୁଥିଲେ ଋଷ ମହାକାଶଯାତ୍ରର ଓଲେଗ କୋନୋନିକୋ। ସେ ଅନ୍ୟ ଦୁଇଜଣ ମହାକାଶଯାତ୍ରୀଙ୍କ ସହ ପୃଥିବୀ ଫେରୁଛନ୍ତି। ସୁନିତାଙ୍କୁ ଆଇଏସ୍ଏସର ଦାୟିତ୍ବ ଏଭଳି ସମୟରେ ଦିଆଯାଇଛି ଯେତେବେଳେ ଖୁବ୍ ଶୀଘ୍ର ତାଙ୍କ ଫେରିବା ପାଇଁ ଉଦ୍ଧାର ଅଭିଯାନ ଆରମ୍ଭ ହେବାକୁ ଯାଉଛି। 

ଏହା ଦ୍ବିତୀୟ ଥର ଯେତେବେଳେ ସୁନିତାଙ୍କୁ ଅନ୍ତର୍ଜାତୀୟ ସ୍ପେସ୍‌ ସେଣ୍ଟରର କମାଣ୍ଡର ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ସେ ୨୦୧୨ ରେ ଅଭିଯାନ ୩୩ ବେଳେ ଏହାର କମାଣ୍ଡର ହୋଇଥିଲେ।ରବିବାର ରାତି ୮ ଟା ବେଳେ ଋଷ ମହାକାଶ ଏଜେନ୍ସି ରୋସ୍କୋମୋସ୍‌ର ମହାକାଶଯାତ୍ରୀ ସୁନିତାଙ୍କୁ ଏହି ଦାୟିତ୍ବ ଦେଇଥିଲେ। ଓଲେଗ ଓ ତାଙ୍କ ସହ ପୂର୍ବରୁ  ଆଇଏଏସ୍‌ରେ ରହୁଥିବା ତିନି ମହାକାଶ ଯାତ୍ରୀ ସୋମବାର ପୃଥିବୀ ପୃଷ୍ଠକୁ ଫେରୁଛନ୍ତି। ଓଲେଗଙ୍କ ଛଡ ଟ୍ରେସି ସି ଡାୟସନ୍ ଓ ନିକୋଲାଇ ଚୁବ୍ ପୃଥିବୀ ପୃଷ୍ଠକୁ ଫେରୁଛନ୍ତି। ଉଲ୍ଳେଖନୀୟ ଯେ, ଆଇଏସ୍ଏସ୍ ମହାକାଶରେ ଏଭଳି ଏକ ସ୍ଥାନ, ଯେଉଠି ବିଭିନ୍ନ ଦେଶର ମହାକାଶ ଏଜେନ୍ସିର ମହାକାଶ ଯାତ୍ରୀ ସମୟ ସମୟରେ ସେଠାକୁ ଯାଇଥାନ୍ତି। ସେଠାରେ ରିସର୍ଚ୍ଚ କରନ୍ତି ଓ ଆଇଏସଏସ୍‌ର ଦେଖାଶୁଣା କରିଥାନ୍ତି। ଆଇଏସଏସ୍ କେବେ ବି ବିନା ମହାକାଶ ଯାତ୍ରୀରେ ଖାଲି ନଥାଏ। ଓଲେଗଙ୍କ ପରେ ଖୁବ୍ ଶୀଘ୍ର ଏକ ନୂଆ ଟିମ୍ ଆଇଏସ୍ଏସ୍‌ରେ ପହଁଞ୍ଚିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.