ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ,ତୃତୀୟ ଥର ପାଇଁ କଲେ ମହାକାଶ ଯାତ୍ରା

ନୂଆଦିଲ୍ଲୀ,୬/୬: ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ।  ସେ ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରିଛନ୍ତି। ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ଅନ୍ତରୀକ୍ଷ ଅଭିମୁଖେ ଉଡ଼ାଣ ଭରିଛନ୍ତି ସୁନୀତା। ତେବେ ସୁନୀତାଙ୍କ ସହ ବଚ୍ ୱିଲମୋର୍ ମଧ୍ୟ ମହାକାଶ ଯାଇଛନ୍ତି। ଫ୍ଲୋରିଡାର କେପ କାନଭେରାଲ ସ୍ପେସ୍ ଫୋର୍ସ ଷ୍ଟେସନରୁ ୟୁନାଇଟେଡ୍ ଲଞ୍ଚ ଆଲାଏନ୍ସ ଆଟଲାସ୍ ଭି ରକେଟ୍ ଏବଂ ବୋଇଙ୍ଗ ଷ୍ଟାରଲିନର୍ ମହାକାଶ ଯାନରେ ଆଜି ନିର୍ଦ୍ଧାରିତ ସମୟ ଅନୁସାରେ ଉଭୟ ମହାକାଶକୁ ଯାତ୍ରା କରିଛନ୍ତି।

ତେବେ ନାସା ରୁପୋର୍ଟ ଅନୁସାରେ, ମେ ୬ରେ ସେମାନେ ମହାକାଶ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁଇ ଥର ଯାତ୍ରା ସ୍ଥଗିତ ରଖାଯାଇବା ପରେ ଆଜି ସଫଳତାପୂର୍ବକ ଉଡ଼ାଣ ଭରିଛନ୍ତି ସୁନୀତା ୱିଲିୟମ୍ସ ଓ ବଚ୍ ୱିଲମୋର। ଏହା ସଠିକ୍‌ କକ୍ଷରେ ପହଞ୍ଚି ଯାଇଛି। ଦିନକ ପରେ ଏହା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ସହ ଯୋଡ଼ି ହୋଇଯିବ। ଏବେ ଆମେରିକାର ୩ଟି ମହାକାଶ ଯାନ ବୋଇଂ ଷ୍ଟାରଲାଇନର, ସ୍ପେସ୍‌ ଏକ୍ସର କ୍ର୍ୟୁ ଡ୍ରାଗନ ଏବଂ ଆଇଏସଏସ ରହିଛି। ତେବେ ୫୯ ବର୍ଷୀୟା ସୁନୀତାଙ୍କର ଏହା ତୃତୀୟ ମହାକାଶ ଯାତ୍ରା। ଏହା ପୂର୍ବରୁ ସେ ଦୁଇ ଥର ମହାକାଶକୁ ଯାତ୍ରା କରି ସାରିଛନ୍ତି। ସେ ୨୦୦୬ ଡିସେମ୍ବର ୯ରେ ‘ଡିସକଭରୀ’ ମହାକାଶ ଯାନରେ ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରିଥିଲେ। ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟର ଅନେକ ଦିନ ଧରି ରହିଥିଲେ। ଏହି ସମୟରେ ସେ ଚାରିଥର ଆଇଏସଏସରୁ ବାହାରି ମହାକାଶରେ ପଦଯାତ୍ରା କରିଥିଲେ। ପୁଣି ୨୦୧୨ ଜୁଲାଇ ୧୫ରେ କାଜାଖସ୍ତାନର ବୈକାନୁର କସ୍ ମୋଡ୍ରମରୁ ସୋୟୁଜ-୦୫ଏମ ରକେଟ ଜରିଆରେ ଦ୍ୱିତୀୟ ଥର ମହାକାଶ ଯାତ୍ରା କରିଥିଲେ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.