ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଡୁଆରେ ବଲିଉଡ ଅଭିନେତା ସନ୍ନି ଦେଓଲ, ଠକେଇ ଏବଂ ଜାଲିଆତି ଅଭିଯୋଗ ଆଣିଲେ ଫିଲ୍ମ ପ୍ରଯୋଜକ…

ନୂଆଦିଲ୍ଲୀ: ଅଡୁଆରେ ବଲିଉଡ ଅଭିନେତା ସନ୍ନି ଦେଓଲ । 'ଗଦର ୨'ର ତାର ସିଂଙ୍କ ଉପରେ ଠକେଇ ଓ ମିଥ୍ୟା ପ୍ରତିଶ୍ରୁତିର ଅଭିଯୋଗ ଆସିଛି । ବଲିଉଡ ପ୍ରଯୋଜକ ସୌରଭ ଗୁପ୍ତା ଅଭିନେତାଙ୍କ ବିରୋଧରେ ଠକେଇ, ଜୋରଜବରଦସ୍ତି ଆଦାୟ ଏବଂ ଜାଲିଆତି ଅଭିଯୋଗ ଆଣିଛନ୍ତି । କେବଳ ଏତିକି ନୁହେଁ ସେ ତାଙ୍କ ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗ କରିଛନ୍ତି । ସାଉଣ୍ଡାଉନ୍ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡର ସୌରଭ ଗୁପ୍ତା ଦାବି କରିଛନ୍ତି ଯେ, ୨୦୧୬ ରେ ସେ ତାଙ୍କ ଫିଲ୍ମରେ ମୁଖ୍ୟ ଭୂମିକା ପାଇଁ ସନ୍ନି ଦେଓଲଙ୍କ ସହ ୪ କୋଟି ଟଙ୍କାରେ ଚୁକ୍ତି ସ୍ବାକ୍ଷର କରିଥିଲେ । ବର୍ତ୍ତମାନ କୋଟି କୋଟି ଟଙ୍କାର ଏହି ଡିଲରେ ହୋଇଥିବା ପରିବର୍ତ୍ତନକୁ ନେଇ ଅଭିଯୋଗ ଆଣିଛନ୍ତି । 

ପ୍ରଯୋଜକ ସୌରଭ ଗୁପ୍ତା କହିଛନ୍ତି ଯେ, ୨୦୧୬ ମସିହାରେ ସନ୍ନି ଦେଓଲ ତାଙ୍କର ଗୋଟିଏ ଚଳଚ୍ଚିତ୍ର ପାଇଁ ଦସ୍ତଖତ କରିଥିଲେ ଏବଂ ଏଥିପାଇଁ ଅଭିନେତା ମଧ୍ୟ ତାଙ୍କଠାରୁ ୪ କୋଟି ଟଙ୍କା ନେଇଥିଲେ । ସେ ସନ୍ନି ଦେଓଲଙ୍କୁ ୧ କୋଟି ଟଙ୍କା ଅଗ୍ରୀମ ଦେଇଥିବା ବେଳେ ପରେ ୨.୫୫ କୋଟି ଅଭିନେତା ନେଇଥିଲେ । ତଥାପି ସନ୍ନି ଦେଓଲ ଫିଲ୍ମର ସୁଟିଂ ଆରମ୍ଭ କରିନାହାଁନ୍ତି ଏବଂ ଏହା ବଦଳରେ ୨୦୧୭ରେ ଫିଲ୍ମ ‘ପୋଷ୍ଟର ବଏଜ’ର ସୁଟିଂ ଆରମ୍ଭ କରିଥିଲେ । 

ସୌରଭ ଗୁପ୍ତା ଆହୁରି କହିଛନ୍ତି ଯେ, ୨୦୨୩ ମସିହାରେ ସନ୍ନି ଦେଓଲ ତାଙ୍କ କମ୍ପାନୀ ସହିତ ଏକ ଜାଲିଆତି ଚୁକ୍ତି କରିଥିଲେ । ଆଉ 'ଯେତେବେଳେ ଆମେ ଏଗ୍ରିମେଣ୍ଟ ପେପର ପଢିଥିଲୁ ସେତେବେଳେ ସନ୍ନି ମଝି ପୃଷ୍ଠା ବଦଳାଇ ଦେଇଥିଲେ, ଆଉ ଫି ପରିମାଣକୁ ୪ କୋଟିରୁ ୮ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ । ଏହି ମାମଲାରେ ଜାଲିଆତି ଅଭିଯୋଗରେ ସେ ସନ୍ନି ଦେଓଲଙ୍କ ବିରୋଧରେ ପୋଲିସ୍ ଅଭିଯୋଗ କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.