ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏଲ କ୍ବାଲିଫାୟର-୨: ରାଜସ୍ଥାନକୁ ୧୭୬ ରନ୍‌ର ଟାର୍ଗେଟ ଦେଲା ହାଇଦ୍ରାବାଦ

Image Courtesy: espncricinfo

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ ୨୦୨୪ର କ୍ବାଲିଫାୟର ୨ ମ୍ୟାଚ୍‌ରେ ରାଜସ୍ଥାନ ଏବଂ ହାଇଦ୍ରାବାଦ ଲଢ଼େଇ ଜାରି ରହିଛି ।  ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ  ୧୭୫ ରନ୍‌ କରିଛି ।  ଆଜି ହେନରିକ କ୍ଲାସେନ୍ ସର୍ବାଧିକ ୫୦ ରନ୍‌ କରିଛନ୍ତି । ସେହିଭଳି ଟ୍ରେଭିସ ହେଡ୍‌ (୩୪), ଅଭିଶେଖ ଶର୍ମା (୧୨), ରାହୁଲ ତ୍ରିପାଠୀ (୩୭), ଏଡନ୍ ମାର୍କରମ (୧), ନିତୀଶ ରେଡ୍ଡୀ (୫), ଶାହବାଜ ଅହମ୍ମଦ (୧୮),  ପାଟ କମିନ୍ସ (୫*) ଏବଂ ଜୟଦେବ ଉନଦକଟ (୫)ଙ୍କ  ବଳରେ ଦଳ ରାଜସ୍ଥାନକୁ ୧୭୬ ରନ୍‌ର ଟାର୍ଗେଟ ଦେଇଛି । 

ଆଜିର ମ୍ୟାଚରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ ରୟାଲ୍ସ । ରାଜସ୍ଥାନର ଟ୍ରେଣ୍ଟ ବୋଲ୍ଟ ଏବଂ ଆଭେଶ ଖାନ ୩ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ସନ୍ଦୀପ ଶର୍ମା ୨ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ବ୍ୟାଟିଂ ବିର୍ଯ୍ୟୟର ସାମ୍ନା କରିଛି । ଦଳୀୟ ସ୍କୋର ୧୩ ରନରେ ଅଭିଷେଖ ଶର୍ମା ଆଉଟ ହୋଇଥିଲେ । ପରେ ପରେ ରାହୁଲ ତ୍ରିପାଠୀ, ଏଡନ ମାର୍କରମ, ଟ୍ରେଭିସ ହେଡ, ନୀତିଶ ରେଡ୍ଡୀ ଏବଂ ଅବ୍ଦୁଲ ସମଦ ପ୍ୟାଭିଲିୟନ ଫେରିଥିଲେ । ହେଲେ ହେନରିଚ୍‌ କ୍ଲାସେନ ଅର୍ଦ୍ଧଶତକୀୟ ପାଳି ଖେଳି ଦଳକୁ ମଜଭୁତ ସ୍ଥିତିକୁ ନେଇଥିଲେ । 

ଅନ୍ୟପଟେ ଆଜିର ମ୍ୟାଚ୍ ଉଭୟ ଟିମ୍‌ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ । କାରଣ ଆଜି ଯେଉଁ ଟିମ୍‌ ବିଜୟୀ ହେବ ସିଧା ଫାଇନାଲରେ ପହଞ୍ଚିବ । ପ୍ରଥମ କ୍ବାଲିଫାୟରରେ ପରାଜୟ ପରେ ହାଇଦ୍ରାବାଦ ଲାଗି ଏହି ମ୍ୟାଚ୍‌ ଦ୍ବିତୀୟ ସୁଯୋଗ । ସେପଟେ ଏଲିମିନେଟର ମ୍ୟାଚ୍‌ରେ ଆରସିବିକୁ ପରାସ୍ତ କରି କ୍ବାଲିଫାୟର ୨ରେ ପହଞ୍ଚିଛି ରାଜସ୍ଥାନ । ଯଦି ଆଜି ରାଜସ୍ଥାନ ହାଇଦ୍ରାବାଦକୁ ପରାସ୍ତ କରେ ତେବେ ଫାଇନାଲକୁ ଯିବ । ଆଉ ପୂର୍ବରୁ ଫାଇନାଲକୁ ପ୍ରବେଶ କରିସାରିଥିବା କେକେଆରକୁ ଭେଟିବ କ୍ବାଲିଫାୟର-୨ର ବିଜେତା ।  

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.