ପ୍ରମୂଖ ଖବର
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ମଦ ନୀତି ଦୁର୍ନୀତି ମାମଲା; ଇଡି ଗିରଫଦାରି ଉପରେ କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

Published By : Prameya | April 15, 2024 10:53 AM

Image source: NDTV

ନୂଆଦିଲ୍ଲୀ,୧୫/୦୪: ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନକୁ ଏପ୍ରିଲ ୧୫ ସୋମବାର ଦିନ ସୁପ୍ରିମକୋର୍ଟ ଶୁଣାଣି କରିବେ। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବ। କେଜ୍ରିୱାଲଙ୍କ ଗିରଫଦାରୀକୁ ଦିଲ୍ଲୀ ହାଇକୋର୍ଟ ଯୁକ୍ତିଯୁକ୍ତ ବୋଲି କହିଛନ୍ତି। ଏହା ପରେ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ। ତାଙ୍କ ପିଟିସନରେ ସେ ଗିରଫ ଏବଂ ରିମାଣ୍ଡକୁ ଚ୍ୟାଲେଞ୍ଜ କରିଛନ୍ତି। କେଜ୍ରିୱାଲ ଏହାକୁ ବେଆଇନ ବୋଲି କହିଥିଲେ।

କେଜ୍ରିୱାଲ ତାଙ୍କ ଆବେଦନରେ କହିଛନ୍ତି ଯେ ତାଙ୍କ ଗିରଫ ଅବିଶ୍ୱସନୀୟ ଦଲିଲ ଉପରେ ଆଧାରିତ। ଇଡିରେ ପାଖରେ ଏପରି କୌଣସି ତଥ୍ୟ ଅଛି ଯାହା ଆଧାରରେ ଗିରଫ କରାଯାଇପାରିବ ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିଓ୍ବାଲ। ଏଥି ସହିତ ତାଙ୍କ ଆବେଦନରେ ତମାମ ଗିରଫଦାରିକୁ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂହଭି କୋର୍ଟରେ ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ଦାବି କରିଥିଲେ। ତେବେ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ତୁରନ୍ତ ଶୁଣିବାକୁ ମନା କରିଦେଇଥିଲେ।

କେଜ୍ରିଓ୍ବାଲଙ୍କ ଆବେଦନର ଆଧାର: 

କେଜ୍ରିୱାଲଙ୍କ ଆବେଦନରେ ଦର୍ଶାଯାଇଛି ଯେ ଲୋକସଭା ନିର୍ବାଚନ ମଧ୍ୟରେ ଏବଂ ବିଶେଷ କରି ନିର୍ବାଚନ ଘୋଷଣା ପରେ ଏକ ସୁଚିନ୍ତିତ ଷଡଯନ୍ତ୍ର କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସେକ୍ସନ୍ ୧୯ ପିଏମ୍ଏଲ୍‌ଏ ଅଧୀନରେ ବେଆଇନ ଭାବେ ଗିରଫ କରାଯାଇଛି। ଗିରଫ କେବଳ ସହ-ଅଭିଯୁକ୍ତଙ୍କ ଦ୍ବାରା ବିରୋଧୀ ତଥା ବିଳମ୍ବିତ ବିବୃତ୍ତି ଆଧାରରେ କରାଯାଇଥିଲା, ଯେଉଁମାନେ ବର୍ତ୍ତମାନ ସରକାରୀ ସାକ୍ଷୀ ପାଲଟିଛନ୍ତି। ଆବେଦନରେ କୁହାଯାଇଛି ଯେ ଗତ ୯ ମାସ ଧରି ଏଭଳି ବିବୃତ୍ତି ଏବଂ ତଥ୍ୟ ଇଡି ପାଖରେ ଥିଲା, ତଥାପି କେଜ୍ରିୱାଲଙ୍କୁ ନିର୍ବାଚନ ମଝିରେ ବେଆଇନ ଭାବେ ଗିରଫ କରାଯାଇଥିଲା। ତମାମ ଗିରଫଦାରିକୁ ବିରୋଧ କରି କେଜ୍ରିଓ୍ବାଲ ପ୍ରଥମେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସସ୍ଥ ହୋଇଥିଲେ ହେଁ କୋର୍ଟ ଗିରଫଦାରିକୁ ଯୁକ୍ତିଯୁକ୍ତ ବୋଲି କହିଥିଲେ। ତେବେ ପରେ ତମାମ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କେଜ୍ରିଓ୍ବାଲ। ଆଜି ଏହି ଆବେଦନର ଶୁଣାଣୀ କରିବେ ସର୍ବୋଚ୍ଚ ଅଦାଲତ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.