ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଏହା ଅନ୍ତିମ ସୁଯୋଗ ଦେଉଛୁ’, ଆପ୍କୁ ୨ ସପ୍ତାହର ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୬:  ଆମ୍ ଆଦମୀ ପାର୍ଟିକୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ଥି। ସର୍ବୋଚ୍ଚ ଅଦାଲତ ରାଉଜ ଏଭିନ୍ୟୁ ସ୍ଥିତ ପାର୍ଟି ଅଫିସକୁ ଖାଲିବାର ଧାର୍ଯ୍ୟ ତାରିଖବୁ ବଢାଇ ଦେଇଛନ୍ତି। ଆପ୍‌କୁ ଏବେ ପ୍ରାୟ ଦୁଇ ମାସର ଅତିରିକ୍ତ ସମୟ ମିଳି ଯାଇଛି। ସୁପ୍ରିମକୋର୍ଟ ଅଫିସ ଖାଲି କରିବା ପାଇଁ ୧୦ ଅଗଷ୍ଟର ସମୟ ସୀମା ଧାର୍ଯ୍ୟ କରିଦେଇଛନ୍ତି। ଏହା ସହ ସ୍ପଷ୍ଟ କରିଛନ୍ତି ଏହା ହେଉଛି ଶେଷ ସୁଯୋଗ।

ସୁପ୍ରିମକୋର୍ଟ ଆପ୍‌କୁ ଏହି ଆଶ୍ବସ୍ଥି ସହ ସେହି ଆବେଦନ ଉପରେ ଶୁଣାଣି କରିଛି, ଯେଉଁଥିରେ ପାର୍ଟିର ପୂର୍ବ ନିର୍ଦ୍ଧାରିତ ସମୟସୀମାକୁ ବୃଦ୍ଧି କରିବାର ଦାବି କରାଯାଇଥିଲା। ୪ ମାର୍ଚ୍ଚରୁ କୋର୍ଟ‌େ‌ ୧୫ ଜୁନ୍‌ ପର୍ଯ୍ୟନ୍ତ ଅଫିସ ଖାଲି କରିବାର ନିର୍ଦେଶ ଦେଇଥିଲେ। କୋର୍ଟ ଆପ୍‌କୁ କହିଥିଲେ ଶେଷ ଥର ସୁଯୋଗ ଦିଆଯାଉଛି ଓ ଏହି ଶପଥପତ୍ର ଦିଆଯାଉ ଯେ, ସମତ୍ତିକୁ ୧୦ ଅଗଷ୍ଟ ପର୍ଯ୍ୟନ୍ତ ହସ୍ତାନ୍ତର କରାଯିବ। ଜଷ୍ଟିସ୍‌ ବିକ୍ରମନାଥ ଓ ସନ୍ଦୀପ ମେହେତକାଙ୍କ ଅବକାଶକାଳୀନ ଖଣ୍ଡପୀଠ ଆପ୍‌ ପକ୍ଷରୁ କେସ୍ ଲଢୁଥିବା ବରିଷ୍ଠ ଆଇନଜୀକୁ ଅଭିଷେକ ମନୁ ସିଙ୍ଘଭିଙ୍କ ଆବେଦନ ଗ୍ରହଣ କରିଛନ୍ତି। ଏହା ସହ ସମୟ ସୀମା ୧୦ ଅଗଷ୍ଟକୁ  ବଢାଇବାର ନିର୍ଦେଶ ଦେଇଛନ୍ତି। 

ଉଲ୍ଳେଖନୀୟ ଯେ, ଏହି ପରିସର ଦିଳ୍ଲୀ ହାଇକୋର୍ଟଙ୍କୁ ଆବଣ୍ଟିତ କରାଯାଇଥିଲା, ଯେଉଁଠି ଜିଲ୍ଲା ଅଦାଲତ ପାଇଁ ଇନଫ୍ରାଷ୍ଟ୍ରକଚରର ବିକାଶ କରିବାର ପ୍ରସ୍ତାବିତ ରହିଛି। କୋର୍ଟ ଏହି ଜମି ୨୦୨୦ ରେ ଆବଣ୍ଟିତ କରିଥିଲେ। ବରିଷ୍ଠ ଆଇନଜୀବି ଅଭିଷେକ ମନୁ ସିଙ୍ଘଭି କହିଛନ୍ତି, ୧୦ ଅଗଷ୍ଟ ପର୍ଯ୍ୟନ୍ତ ସମୟ ମଗାଯାଇଛି। କାରଣ ଦିଲ୍ଲୀର ହାଇକୋର୍ଟ ନିକଟରେ କେନ୍ଦ୍ର ସରକାରଙ୍କୁ ଆପ୍ ପାର୍ଟିର ଅପିଲ ପରେ ବୈକଳ୍ପିକ ଅଫିସ ପାଇଁ ୬ ସପ୍ତାହରେ ସ୍ଥାନ ଦେବାକୁ କହିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.