ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜେଲ୍‌ରୁ ବାହାରିବେ ନ୍ୟୁଜ୍‌ କ୍ଳିକ୍‌ ସମ୍ପାଦକ; ଗିରଫଦାରୀକୁ ବେଆଇନ କହିଲେ ସୁପ୍ରିମକୋର୍ଟ

Image source: NDTV

ନୂଆଦିଲ୍ଲୀ,୧୫/୦୫: ୟୁଏପିଏ ମାମଲାରେ ସୁପ୍ରିମକୋର୍ଟ ନ୍ୟୁଜ୍ କ୍ଲିକ୍‌ର ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଚୀନ୍‌କୁ ଅର୍ଥ ଯୋଗାଣ ଅଭିଯୋଗରେ ଦିଲ୍ଲୀ ପୋଲିସ ପ୍ରବୀର ପୁରକାୟସ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା। ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ଏକ ମାମଲାରେ ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ତାଙ୍କ ଗିରଫକୁ ବେଆଇନ ବୋଲି ଘୋଷଣା କରିବା ସହିିତ ବୁଧବାର ସୁପ୍ରିମକୋର୍ଟର ଜଷ୍ଟିସ୍ ବି ଆର ଗାବଇ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏହା ଘୋଷଣା କରିଛନ୍ତି।

ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ତାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍ଆଇଆର୍ ଅନୁଯାୟୀ, 'ଭାରତର ସାର୍ବଭୌମତ୍ୱକୁ ଭଣ୍ଡୁର କରିବା' ତଥା ଦେଶ ପ୍ରତି ଅସନ୍ତୋଷ ସୃଷ୍ଟି କରିବା ପାଇଁ ନ୍ୟୁଜ୍ ପୋର୍ଟାଲ୍ ଚୀନ୍ ଠାରୁ ବିପୁଳ ଅର୍ଥ ଗ୍ରହଣ କରିଥିବା ଅଭିଯୋଗ ହୋଇଛି। ଏହା ମଧ୍ୟ ଅଭିଯୋଗ କରିଛି ଯେ ୨୦୧୯ ଲୋକସଭା ନିର୍ବାଚନ ସମୟରେ ନିର୍ବାଚନ ପ୍ରକ୍ରିୟାକୁ ଭଣ୍ଡୁର କରିବା ପାଇଁ ପୁରକାୟସ୍ତ ଏକ ଗୋଷ୍ଠୀ, ପିପୁଲ୍ସ ଆଲାଇନ୍ସ ଫର୍ ଡେମୋକ୍ରାସି ଆଣ୍ଡ୍ ସେକୁଲାରିଜ୍‌ମ ସହିତ ଷଡଯନ୍ତ୍ର କରିଥିଲେ।

କହିରଖୁଛୁ ଯେ, ମାର୍ଚ୍ଚରେ ଦିଲ୍ଲୀ ପୋଲିସ ଆଡିସନାଲ ମାଜିଷ୍ଟ୍ରେଟ୍‌ ହରଦୀପ କୌର କୋର୍ଟରେ ୟଏପିଏ ଅଧୀନରେ ପୁରକାୟସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୁରକାୟସ୍ତ ଏବଂ ନ୍ୟୁଜ୍ କ୍ଲିକ୍ ର ଏଚ୍‌ଆର୍‌ ହେଡ୍‌ ଅମିତ ଚକ୍ରବର୍ତ୍ତୀଙ୍କୁ ଗତ ବର୍ଷ ଅକ୍ଟୋବରରେ ଗିରଫ କରାଯାଇଥିଲା। ନଭେମ୍ବରରେ ଉଭୟଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଚଳିତ ବର୍ଷ ଜାନୁଆରୀରେ ଚକ୍ରବର୍ତ୍ତୀ ଏହି ମାମଲାରେ ସରକାରୀ ସାକ୍ଷୀ ହୋଇଥିଲେ। କହିରଖୁଛୁ ଯେ, ୟୁଏପିଏ ସମେତ ବିଭିନ୍ନ ବିଭାଗ ଅଧୀନରେ ନ୍ୟୁଜ୍ କ୍ଲିକ୍, ପୁରକାୟସ୍ତ, ଆମେରିକୀୟ ବ୍ୟବସାୟୀ ନେଭିଲ୍ ରୟ ସିଙ୍ଗହମ୍ ଏବଂ ୱାର୍ଲ୍ଡ ୱାଇଡ୍ ମିଡିଆ ହୋଲ୍ଡିଂର ଜେସନ୍ ଫେଚର୍ଙ୍କ ବିରୋଧରେ ଏକ ଏତଲା ପଞ୍ଜିକୃତ ହୋଇଥିଲା।

ଦିଲ୍ଲୀ ପୋଲିସ ଅଭିଯୋଗ କରିଛି ଯେ ନ୍ୟୁଜ୍ କ୍ଲିକ୍ ଆମେରିକା ମାଧ୍ୟମରେ ଚୀନ୍ ଠାରୁ ବେଆଇନ ଟଙ୍କା ପାଇଛି। ଏଲ୍‌ଗାର ପ୍ୟାରିସ ଉଗ୍ରବାଦୀ ଲିଙ୍କ ମାମଲାରେ ନଜରବନ୍ଦି ଥିବା କାର୍ଯ୍ୟକର୍ତ୍ତା ଗୌତମ ନବଲାଖାଙ୍କ ସହ ୧୯୯୧ ମସିହାରେ ପୁରକାୟାସ୍ତଙ୍କର 'ବନ୍ଧୁତା' ବିଷୟରେ ମଧ୍ୟ ଏଫଆଇଆରରେ ଉଲ୍ଲେଖ କରିଛି। ପ୍ରବୀର ପୁରକାୟସ୍ତଙ୍କ ବିରୋଧରେ ଏଫ୍ଆଇଆର୍‌ରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ମଧ୍ୟ ଅଭିଯୋଗ କରିଛି ଯେ ନ୍ୟୁଜ୍ କ୍ଲିକ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ କାଶ୍ମୀର ଏବଂ ଅରୁଣାଚଳ ପ୍ରଦେଶ ଭାରତର ଅଂଶ ନୁହେଁ। ଏହା ବ୍ୟତୀତ କୋଭିଡ ବିରୋଧରେ ଭାରତ ସରକାରଙ୍କ ସଂଗ୍ରାମକୁ ବଦନାମ କରିବା, କୃଷକଙ୍କ ଆନ୍ଦୋଳନକୁ ଆର୍ଥିକ ସହାୟତା ଦେବା ଏବଂ ଚୀନ୍ ଟେଲିକମ୍ କମ୍ପାନୀଗୁଡିକର ସୁରକ୍ଷା ଆଦି ଅଭିଯୋଗ ମଧ୍ୟ ରହିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.