ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ମତଦାନ ପ୍ରତିଶତକୁ ନେଇ ସୃଷ୍ଟି ହେଉଛି ଗୁଜବ; ଭୋଟ ତ‌ଥ୍ୟ ପ୍ରକାଶକୁ ନେଇ ଉଠିଲା ପ୍ରଶ୍ନ

Image sourcre: Jansatta

ନୂଆଦିଲ୍ଲୀ,୨୪/୦୫: ଭୋଟ୍ ତଥ୍ୟକୁ ସାର୍ବଜନୀନ କରିବା ଦାବି ଉପରେ ସୁପ୍ରିମକୋର୍ଟ ସିଧାସଳଖ ଏନେଇ ନିର୍ବାଚନ ପରେ ନିଷ୍ପତ୍ତି ନିଆଯିବ ବୋଲି ସୁପ୍ରିମକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। କହିରଖୁଛୁ ଯେ, ନିକଟରେ କିଛି ଏଜେନ୍ସି ପକ୍ଷରୁ ଦାବି କରାଯାଇ‌ଥିଲା ଯେ, ପ୍ରତ୍ୟେକ ପର୍ଯ୍ୟାୟରେ କରାଯାଇଥିବା ମତଦାନର ସମସ୍ତ ତଥ୍ୟ ସାର୍ବଜନୀନ କରାଯାଉ ଏବଂ ନିର୍ବାଚନ ଆୟୋଗ ଏହାକୁ ନିଜ ୱେବସାଇଟରେ ଅପଲୋଡ୍ କରନ୍ତୁ। ଫର୍ମ ୧୭ ସି ର ତଥ୍ୟ ମଧ୍ୟ ପ୍ରକାଶ କରିବାକୁ ଆଲୋଚନା ହୋଇଥିଲା। କିନ୍ତୁ ଏହି ସବୁ ଦାବି ଉପରେ ତୁରନ୍ତ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।

ନିର୍ବାଚନ ପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଷଷ୍ଠ ପର୍ଯ୍ୟାୟ ଭୋଟ୍ ହେବାକୁ ଯାଉଛି, ତେଣୁ ମଝିରେ କୌଣସି ପରିବର୍ତ୍ତନ କରିବା ଠିକ୍ ନୁହେଁ ବୋଲି କହିଛନ୍ତି କୋର୍ଟ। ଏପରିକି ସୁପ୍ରିମକୋର୍ଟ ଆବେଦନକାରୀଙ୍କ ସମୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନ ଆରମ୍ଭ ହେବା ପରେ କାହିଁକି ଏପରି ପିଟିସନ ଦାଖଲ କରାଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଏହା ମଧ୍ୟ କୋର୍ଟ କହିଛନ୍ତି ଯେ, ଆବେଦନକାରୀ ଉପଯୁକ୍ତ ଦାବି ସହିତ ତାଙ୍କ ଆବେଦନ ଦାଖଲ କରିନାହାଁନ୍ତି। 

ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ମଧ୍ୟ ଅତ୍ୟନ୍ତ କଠୋର ମନୋଭାବ ପ୍ରଦର୍ଶନ କରି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଏପରି ଆବେଦନକାରୀଙ୍କ ଉପରେ ଜୋରିମାନା ଲାଗୁ କରାଯିବା ଉଚିତ; କାରଣ ସେମାନେ ଲୋକଙ୍କ ମନରେ ମିଥ୍ୟା ସନ୍ଦେହ ସୃଷ୍ଟି କରୁଛନ୍ତି। ଏପରିକି କୁହାଯାଇଛି ଯେ ନିର୍ବାଚନ ସମୟରେ ଏଭଳି ଆବେଦନ କରିବା ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ସଦୃଶ। ବର୍ତ୍ତମାନ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ଦେବାକୁ ମନା କରି ଦେଇଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗରେ ବିତର୍କ ନିର୍ବାଚନ ପରେ ଦେଖାଯିବ ବୋଲି କୁହାଯାଇଛି। 

କହିରଖୁଛୁ ଯେ,  ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟର ଭୋଟ୍ ପ୍ରତିଶତରେ ବହୁତ ପାର୍ଥକ୍ୟ ଦେଖାଯିବା ପରେ ଏହି ବିବାଦ ଉଠିଥିଲା। ପୂର୍ବରୁ ପ୍ରକାଶିତ ହୋଇଥିବା ଆକଳନଗୁଡ଼ିକରେ ବହୁତ ପରିବର୍ତ୍ତନ ଆସିଥିଲା ଏବଂ ପରେ ପ୍ରକାଶିତ ହୋଇଥିବା ତଥ୍ୟାରେ ପାର୍ଥକ୍ୟ ଦେଖାଦେ‌ଇଥିଲା। ସେହି ପାର୍ଥକ୍ୟକୁ ନେଇ ବିବାଦ ଆରମ୍ଭ ହୋଇଥିଲା ଏବଂ ବିରୋଧୀ ନିର୍ବାଚନ ଆୟୋଗକୁ ଟାର୍ଗେଟ କରିଥିଲେ। ଏହା ପରେ, ଏକ ଦାବି କରାଯାଇଥିଲା ଯେ ଫର୍ମ ୧୭ ସି' ରେ ଯାହା ତଥ୍ୟ ଅଛି, ଏହାକୁ ମଧ୍ୟ ସାର୍ବଜନୀନ କରାଯିବା ଉଚିତ ଏବଂ ନିର୍ବାଚନ ଆୟୋଗ ଏହାକୁ ନିଜ ୱେବସାଇଟରେ ରଖିବା ଉଚିତ୍। ତମାମ ଆଲୋଚନା ପର୍ଯ୍ୟାଲୋଚନା ଉପରେ ଆଜି ସୁପ୍ରିମକୋର୍ଟ ଇସିଙ୍କୁ ଆଶ୍ବସ୍ତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.