ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଶ୍ଚିମବଙ୍ଗରେ ମମତାଙ୍କ ଅପେକ୍ଷା ମୋଦୀଙ୍କ କାମରେ ଅଧିକ ଖୁସି ଅଛନ୍ତି ଜନତା : ସର୍ଭେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ମମତା ବାନାର୍ଜୀଙ୍କ ଅପେକ୍ଷା ରାଜ୍ୟର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ଅଧିକ ଖୁସି ଅଛନ୍ତି । ଏହି ସର୍ଭେରେ ୩୨ ପ୍ରତିଶତ ଲୋକ କହିଛନ୍ତି ଯେ, ସେମାନେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟକୁ ପସନ୍ଦ କରନ୍ତି । ଏଥି ସହିତ ୪୫ ପ୍ରତିଶତ ଲୋକ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ସେମାନେ ଖୁସି ଅଛନ୍ତି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଅପେକ୍ଷା ପିଏମ ମୋଦୀଙ୍କ ଲୋକପ୍ରିୟତା ଟିଏମସି ପାଇଁ ଏବେ ଚିନ୍ତାଜନକ ।

ଲୋକସଭା ନିର୍ବାଚନ ପୂର୍ବରୁ ସର୍ଭେରେ ସାମ୍ନାକୁ ଆସିଥିବା ଏହି ତଥ୍ୟ ଟିଏମସିର ଚିନ୍ତା ବଢାଇଛି ଏବଂ ଏହି ଆଧାରରେ କୁହାଯାଇପାରେ ଯେ ଆଗାମୀ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିର ଭଲ ପ୍ରଦର୍ଶନ କରିବାର ସୁଯୋଗ ରହିଛି ।ପଶ୍ଚିମବଙ୍ଗର ୩୨ ପ୍ରତିଶତ ଲୋକ ମମତା ବାନାର୍ଜୀଙ୍କ କାର୍ଯ୍ୟରେ ଖୁସି ଅଛନ୍ତି ।

ଏଥିସହ ସେଠାରେ ୩୪ ପ୍ରତିଶତ ଏପରି ଲୋକ ଅଛନ୍ତି, ଯେଉଁମାନେ ମମତାଙ୍କ କାର୍ଯ୍ୟରେ ଖୁସି ଅଛନ୍ତିକିନ୍ତୁ ସେମାନେ ବିଶ୍ୱାସ କରନ୍ତି ଯେ ସେ ଏହାଠାରୁ ବି ଭଲ କରିପାରିବେ । 33 ପ୍ରତିଶତ ଲୋକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଖୁସି ନୁହଁନ୍ତି । ଅନ୍ୟ ପକ୍ଷରେ ୪୫ ପ୍ରତିଶତ ଲୋକ ପିଏମ ମୋଦୀଙ୍କ କାର୍ଯ୍ୟରେ ବହୁତ ଖୁସି ଏବଂ ୨୯ ପ୍ରତିଶତ ଲୋକ କମ୍ ଖୁସି ଅଛନ୍ତି। ୨୪ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଅଛନ୍ତି ।

ରାଜ୍ୟରେ ଏନଡିଏ ୪୧ ପ୍ରତିଶତ ଭୋଟ୍ ଏବଂ ଟିଏମସି ୪୩ ପ୍ରତିଶତ ଭୋଟ୍ ପାଇବାର ସମ୍ଭାବନା ରହିଛି । ରାଜ୍ୟରେ କଂଗ୍ରେସର ଅବସ୍ଥା ଅତ୍ୟନ୍ତ ଖରାପ । ଲୋକସଭା ନିର୍ବାଚନରେ କଂଗ୍ରେସ ମାତ୍ର ୬ ପ୍ରତିଶତ ଭୋଟ୍ ପାଇବ ବୋଲି ଆଶା କରାଯାଉଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.