ନୂଆଦିଲ୍ଲୀ: ପାକିସ୍ତାନର ଅଶାନ୍ତ ବାଲୁଚିସ୍ତାନ ପ୍ରଦେଶରେ ଆଜି (ରବିବାର) ଆତଙ୍କବାଦୀ ମାନେ ୭ ଜଣ ପଞ୍ଜାବୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡ ଅଶାନ୍ତ କ୍ଷେତ୍ରର ଏକ ସଦ୍ୟତମ ଘଟଣା । ପୋଲିସ କହିଛି ଯେ, ଏହି ଶ୍ରମିକ ମାନଙ୍କୁ ପଞ୍ଜଗୁର ସହରର ଖୁଦା-ଇ-ଅବଦାନ ଅଞ୍ଚଳରେ ଏକ ଘର ନିର୍ମାଣ ପାଇଁ ନିଯୁକ୍ତି ଦିଆଯାଇଥିଲା । ପୀଡିତ ମାନେ ପଞ୍ଜାବ ପ୍ରଦେଶର ମୁଲତାନ ଜିଲ୍ଲାର ବାସିନ୍ଦା ଥିଲେ ଏବଂ ଆକ୍ରମଣ ସମୟରେ ସେମାନେ ଏକ ଛାତ ତଲେ ଶୋଇଥିଲେ । ସୂଚନାନୁସାରେ, ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆକ୍ରମଣକାରୀ ମାନେ ପରିସର ଭିତରକୁ ଯାଇ ଗୁଳି ଚଳାଇବା ଆରମ୍ଭ କରିଥିଲେ।
ଘଟଣାସ୍ଥଳରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି । ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂସ୍ଥା ଦାୟୀ ବୋଲି ଦାବି କରିନାହାଁନ୍ତି, କିନ୍ତୁ ପଞ୍ଜଗୁର ଏସଏସପି ଫାଜିଲ ଶାହ ବୁଖାରୀ ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି ଏବଂ ତଦନ୍ତ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।
ଏହି ଆକ୍ରମଣକୁ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଜରଦାରୀ ଏବଂ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ନିନ୍ଦା କରିଛନ୍ତି । ପ୍ରଧାନମନ୍ତ୍ରୀ ବାଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ମୀର ସରଫରାଜ ବଗିଙ୍କ ଠାରୁ ଏକ ରିପୋର୍ଟ ମାଗିଛନ୍ତି । ଆତଙ୍କବାଦକୁ ମୂଳୋତ୍ପାଟନ ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ସେ ନିଜର ସଂକଳ୍ପକୁ ଦୋହରାଇଛନ୍ତି।
।