ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ଗାଁର ମହିଳାଙ୍କ ପାଖରେ ସୁବିଧାରେ ପହଞ୍ଚିବ ସୁଭଦ୍ରା ଫର୍ମ, ୭୪ ହଜାର ଅଙ୍ଗନବାଡି କେନ୍ଦ୍ରରେ ହେବ ଉପଲବ୍ଧ

ଭୁବନେଶ୍ଵର, ୨୭/୦୮ : ସୁଭଦ୍ରା ଯୋଜନା ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ଯେ, ଗାଁର ମହିଳାଙ୍କ ପାଖରେ ସୁବିଧାରେ ପହଞ୍ଚିବ ସୁଭଦ୍ରା ଗାଇଡଲାଇନ୍ ଓ ଫର୍ମ। ଏଥିପାଇଁ ଯୋଜନା କରାଯାଇଛି। ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍‌ରେ ଫର୍ମ ଉପଲବ୍ଧ ହେବ। ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକରେ ମଧ୍ୟ ଫର୍ମ ମିଳିବ। ମହିଳାମାନେ ୭୪ ହଜାର ଅଙ୍ଗନବାଡି କେନ୍ଦ୍ରରୁ ସୁଭଦ୍ରା ଫର୍ମ ନେଇପାରିବେ। 

ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ସୁଭଦ୍ରା ଯୋଜନା ଆରମ୍ଭ ହେବ। ପ୍ରଭୁ ଜଗନ୍ନାଥଙ୍କ ପାଖରେ ସମର୍ପିତ ପ୍ରଧାନମନ୍ତ୍ରୀ। ତେଣୁ ସୁଭଦ୍ରାଙ୍କ ନାଁରେ ନାମିତ ଯୋଜନା ପ୍ରଧାନମନ୍ତ୍ରୀ ମା ଓ ଭଉଣୀମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ। ସୁଭଦ୍ରା ଯୋଜନା ବିକଶିତ ଓଡ଼ିଶାର ମୂଳ ପିଣ୍ଡ ହେବ। ଯିଏ ଏହି ଯୋଜନାର ଦୁରୂପଯୋଗ କରିବ ଏବଂ ମହିଳାମାନଙ୍କ ପାଖରେ ଯୋଜନା ପହଞ୍ଚାଇବାକୁ ଯିଏ ପ୍ରତିବନ୍ଧକ ହେବ ତାକୁ ଦଣ୍ଡ ମିଳିବ। ସୁଭଦ୍ରା ଯୋଜନାକୁ ନେଇ ବିରୋଧୀ ଦଳ ନେତା ଯେଉଁ ଉକ୍ତି ରଖିଛନ୍ତି ବିଧାସଭାରେ ତାର ଉତ୍ତର ଦିଆଯିବ। 

ରାଜ୍ୟରେ ୨୧ ରୁ ୬୦ ବର୍ଷ ମଧ୍ୟରେ ମହିଳାଙ୍କ ସଂଖ୍ୟା ହେଉଛି ଦୁଇ କୋଟି ୨୫ ଲକ୍ଷ। ଏହି ସଂଖ୍ୟା ଭିତରୁ ସ୍ଵଛଳ ବର୍ଗର ମହିଳାଙ୍କୁ ଛାଡ଼ି ଦେଲେ ୨୧ ରୁ ୬୦ ବର୍ଷର ମହିଳାଙ୍କ ସଂଖ୍ୟା ପାଖାପାଖି ୧ କୋଟି। ରାଜ୍ୟ ସରକାର ଏକ କୋଟି ୮ ଲକ୍ଷ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବେ। ଯଦି ଆଉ କିଛି ମହିଳା ପାଇବେନି ବୋଲି ବିଜୁ ଜନତା ଦଳକୁ ଅନୁଭବ ହେବ ମତେ ଚିଠା ପଠେଇ ଦେବେ ମୁଁ ସମସ୍ତଙ୍କୁ ଦେବି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। 

ସେହିପରି ସୁଭଦ୍ରା ଯୋଜନାକୁ ନେଇ ବିଜେଡିର କଟାକ୍ଷକୁ ନେଇ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲଲିପପ୍ ଯିଏ ଦେଖାଉଥାଏ ତାକୁ ସବୁ ଜିନିଷରେ ଲଲିପପ୍ ଦେଖାଯାଏ। ବିଜେପି ପ୍ରତିଶ୍ରୁତିବଦ୍ଧ। ଯାହା କହିକି ସରକାରକୁ ଆସିଛି ତାହା ଦେବ। ଆମେ କହିଥିଲୁ ସମସ୍ତଙ୍କୁ ଦେବୁ, କେମିତି ଦେବୁ ବୋଲି କେବେ କହି ନଥିଲୁ। ୫୦ ହଜାର କହିଥିଲୁ, ୫୦ ହଜାର ଦେଉଛୁ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.