ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ରାଜ୍ୟସଭାରେ ଦୁଇଥର ଶପଥ ପାଠ କଲେ ସ୍ୱାତି ମାଲିୱାଲ, ଜାଣନ୍ତୁ କ’ଣ ଥିଲା ଏହା ପଛର କାରଣ ?

Published By : Prameya | January 31, 2024 6:53 PM

ନୂଆଦିଲ୍ଲୀ,୩୧।୧:  ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ୱାତି ମାଲିୱାଲ ବୁଧବାର  ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ କରିଛନ୍ତି, କିନ୍ତୁ ତାଙ୍କୁ ଦୁଇଥର ଶପଥ ଗ୍ରହଣ କରିବାକୁ ପଡିଥିଲା।

ନ୍ୟୁଜ୍ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ସ୍ୱାତି ମାଲିୱାଲଙ୍କୁ ଦୁଇଥର ଶପଥ ନେବାକୁ ପଡିଥିଲା କାରଣ ଚେୟାରମ୍ୟାନ୍ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖର ପ୍ରଥମ ଥର  ଶପଥ ଗ୍ରହଣକୁ ବିଚାରକୁ ନେଇନଥିଲେ। ପୁନର୍ବାର ତାଙ୍କ ନାଁ ଡାକିଥିଲେ। ସେ କିଛି ଶବ୍ଦ ବ୍ୟବହାର କରିଥିଲେ ଯାହା ଶପଥର ଅଂଶ ନୁହେଁ। ଉଲ୍ଲେଖନୀୟ ଯେ, ବୁଧବାର ସ୍ୱାତି ମାଲିୱାଲଙ୍କ ସହ ୩ ନୂଆ ସାଂସଦ ଶପଥ ଗ୍ରହଣ କରିଥିଲେ। ସେମାନେ ହେଲେ ସତନାମ ସିଂହ ସନ୍ଧୁ ଓ ନାରାୟଣ ଦାସ ଗୁପ୍ତା। ଶପଥ ଗ୍ରହଣ ପରେ ରାଜ୍ୟସଭା  ଅଧ୍ୟକ୍ଷ ଜଗଦୀପ ଧନଖର ନୂତନ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ।

ସତନାମ ସିଂହ ସାନ୍ଧୁ  ମନୋନୀତ ସଦସ୍ୟ ହୋଇଥିବାବେଳେ ନାରାୟଣ ଦାସ ଗୁପ୍ତା ଏବଂ ସ୍ବାତୀ ମାଲିୱାଲ ଦିଲ୍ଲୀରୁ  ନିର୍ବିରୋଧ ନିର୍ବାଚିତ ହୋଇଥିଲେ। ଗୁପ୍ତାଙ୍କୁ ଆମ୍ ଆଦମୀ ପାର୍ଟି  ପକ୍ଷରୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହୋଇଥିବାବେଳେ ସୁଶୀଲ ଗୁପ୍ତାଙ୍କ ସ୍ଥାନରେ ମାଲିୱାଲଙ୍କୁ ଦଳ ମନୋନୀତ କରାଯାଇଛି। ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା-କୁଳପତି ସାନ୍ଧୁଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟସଭାକୁ ମନୋନୀତ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.