ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ଛାତ୍ରଙ୍କଠୁ ଚକୋଲେଟ୍‌ ନେବା ପଡିଲା ମହଙ୍ଗା, ଚାକିରି ହରାଇଲେ ନର୍ସରୀ ସ୍କୁଲ ଅଧ୍ୟକ୍ଷ

ନୂଆଦିଲ୍ଲୀ ୧୫/୦୯: ପିଲାମାନଙ୍କ ଉପରେ ବାପା ମା’ଙ୍କ ପରେ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କର ଅଧିକ ପ୍ରଭାବ ପଡି଼ଥାଏ । ସେଥିଯୋଗୁ ଗୁରୁଦିବସରେ ପ୍ରାୟତଃ ଛାତ୍ରଛାତ୍ରୀମାନେ ସେମାନଙ୍କର ଗୁରୁଙ୍କୁ ଶ୍ରଦ୍ଧାରେ ଉପହାରମାନ ଦେଇଥାନ୍ତି । କିନ୍ତୁ ଚୀନ୍‌ରେ ଏହିପରି ଏକ ଘଟଣାରେ ଜଣେ ନର୍ସରୀ ସ୍କୁଲ ଅଧ୍ୟକ୍ଷ ୱାଙ୍ଗଙ୍କୁ ତାଙ୍କର ଚାକିରି ହରାଇବାକୁ ପଡ଼ିଛି । 

ଘଟଣାଟି ଚୋଙ୍ଗକିଙ୍ଗସ୍ଥିତ ସାନ୍‌କ୍ସିଆ କିଣ୍ଡରଗାର୍ଟନ୍‌ର । ଗତବର୍ଷ ଗୁରୁଦିବସରେ ୱାଙ୍ଗଙ୍କୁ ସେଠାକାର ଜଣେ ଛାତ୍ର ଭାରତୀୟ ମୁଦ୍ରାରେ ପ୍ରାୟ ୬୦ ଟଙ୍କା ମୂଲ୍ୟର ଏକ ଚକୋଲେଟ୍‌ ଡବା ଦେଇଥିଲେ । ୱାଙ୍ଗ ତାକୁ ଗ୍ରହଣ କରିବା ପରେ ଶ୍ରଦ୍ଧାରେ ପିଲାଟିକୁ କୁଣ୍ଢାଇ ପକାଇଥିଲେ । ସେହି ଚକୋଲେଟ୍‌କୁ ପରେ ସେ ଅନ୍ୟ ପିଲାମାନଙ୍କୁ ବାଣ୍ଟି ଦେଇଥିଲେ । କିନ୍ତୁ ଏହି ଘଟଣାରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ବାହାର କରିଦେଲେ । 

ଏହା ବିରୋଧରେ ୱାଙ୍ଗ ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହେଲେ । ସେଠାରେ ସ୍କୁଲ ପକ୍ଷରୁ ଦର୍ଶାଯାଇଥିଲା ଯେ, ୱାଙ୍ଗ ଉପହାର ନେଇ ଶିକ୍ଷା ମନ୍ତ୍ରଣାଳୟର ନିୟମକୁ ଉଲ୍ଲଂଘନ କରିଛନ୍ତି । ଏହାଦ୍ୱାରା କିଣ୍ଡରଗାର୍ଟନ୍‌ରେ ନକାରାତ୍ମକ ପରିବେଶ ମଧ୍ୟ ସୃଷ୍ଟି ହୋଇଛି । ତେବେ ମାର୍ଚ୍ଚ ମାସରେ କୋର୍ଟ ୱାଙ୍ଗଙ୍କ ସମର୍ଥନରେ ରାୟ ଦେଇଥିଲେ । ଚକୋଲେଟ୍‌କୁ ଛାତ୍ରଜଣକ ଶ୍ରଦ୍ଧା ଓ ସମ୍ମାନର ସହ ଦେଇଥିବାରୁ ଏହା ନିୟମ ଉଲ୍ଲଂଘନ ନୁହେଁ ବୋଲି କହିବା ସହିତ ୱାଙ୍ଗଙ୍କୁ କ୍ଷତିପୂରଣ ଦେବାକୁ କିଣ୍ଡରଗାର୍ଟନକୁ ନିର୍ଦ୍ଦେଶ ଦେଇଥିଲେ । ନର୍ସରୀ ସ୍କୁଲ କର୍ତ୍ତୃପକ୍ଷ ଏହା ବିରୋଧରେ ଉପର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଉପର କୋର୍ଟ ମୂଳ ରାୟକୁ ଅପରିବର୍ତ୍ତିତ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.