ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଦୀପାବଳି ପୂର୍ବରୁ ଏହି କମ୍ପାନୀ କର୍ମଚାରୀଙ୍କୁ ଦେଲା ଖୁସିଖବର, ମିଳିବ ୩୧୪ କୋଟି ଟଙ୍କାର ବୋନସ୍

ନୂଆଦିଲ୍ଲୀ ୫/୯: କମ୍ପାନୀରେ ଲୋକମାନେ ସାଲାରୀ ଅନୁସାରେ କାମ କରନ୍ତି । ତେବେ ଅନେକ କମ୍ପାନୀ କର୍ମଚାରୀଙ୍କୁ ଦିପାବଳୀର ବୋନସ୍ ମଧ୍ୟ ଦିଅନ୍ତି । ଏହି କ୍ରମରେ ଦିପାବଳୀ ପୂର୍ବରୁ ଗୋଟିଏ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ବମ୍ପର ବୋନସ୍ ଘୋଷଣା କରିଛି । ଏହି କମ୍ପାନୀ ଟାଟା ଷ୍ଟିଲ୍, ଯିଏ କି ନିଜ କର୍ମଚାରୀଙ୍କ ପାଇଁ ୩୦୦ କୋଟି ଟଙ୍କାରୁ ଅଧିକ ବୋନସ୍ ଘୋଷଣା କରିଛି । 

ପ୍ରାଇଭେଟ୍ ଷ୍ଟିଲ୍ କମ୍ପାନୀ ଟାଟା ଷ୍ଟିଲ୍ ଟାଟା ୱର୍କର୍ସ ୟୁନିୟନ୍ ସହିତ ଚୁକ୍ତି କରି ହସ୍ତାକ୍ଷର କରିବା ପରେ ୨୦୨୨-୨୩ ପାଇଁ କର୍ମଚାରୀଙ୍କୁ ବାର୍ଷିକ ବୋନସ୍ ରୂପେ ୩୧୪.୭୦ କୋଟି ଟଙ୍କାର ସମୁଦାୟ ପୈଠ କରିବାର ଘୋଷଣା କରିଛି । କମ୍ପାନୀ ତରଫରୁ ସୋମବାର ଜାରି ଏକ ବୟାନ ଅନୁସାରେ ସମସ୍ତ କର୍ମଚାରୀଙ୍କୁ ବୋନସ୍ ରୂପେ ସମୁଦାୟ ୩୧୪.୭୦ କୋଟି ଟଙ୍କା ପ୍ରଦାନ କରିବ । 

ବର୍ଷ ୨୦୨୨-୨୩ ପାଇଁ ଦେୟ ସର୍ବନିମ୍ନ ଏବଂ ସର୍ବାଧିକ ବାର୍ଷିକ ବୋନସ୍ ଯଥାକ୍ରମେ ୪୨,୫୬୧ ଟଙ୍କା ଏବଂ ୪,୬୧,୦୧୯ ଟଙ୍କା ହେବ । ବିଜ୍ଞପ୍ତି ଅନୁସାରେ ଜମଶେଦପୁରର ଡେପୁଟି ଲେବର କମିଶନର ରାକେଶ ପ୍ରସାଦଙ୍କ ଉପସ୍ଥିତିରେ ସିଇଓ  ତଥା ପ୍ରବନ୍ଧକ ଟିବି ନରେନ୍ଦ୍ରନ୍ ଏବଂ ଏଚଆରଏମ୍ ଅତ୍ରେୟୀ ସାନ୍ୟାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରବନ୍ଧନ ତରଫରୁ ଅଧ୍ୟକ୍ଷ ସଞ୍ଜୀବନ କୁମାର ଚୌଧୁରୀ, ମହାସଚିବ ସତୀଶ କୁମାର ସିଂହ, ଟିଡବ୍ଲୁୟୁ ଏବଂ ଅନ୍ୟ ପଦାଧିକାରୀମାନେ ୟୁନିୟନ୍ ତରଫରୁ ଚୁକ୍ତିର ହସ୍ତାକ୍ଷର କରିଛନ୍ତି । 

ଟାଟା ଷ୍ଟିଲର ସେୟାର ପ୍ରାଇଜ୍ ଏବେ ନିଜ ଅଲ ଟାଇମ୍ ହାଇରେ ରହିଛି । ସେୟାରର ଦାମ୍ ମଧ୍ୟ ବଢିବାରେ ଲାଗିଛି । ୫ ସେପ୍ଟେମ୍ବରରେ ଟାରା ଷ୍ଟିଲର ସେୟାରର ଦାମ୍ ୧୩୦ ଟଙ୍କା ଉପରେ ରହିଥିଲା । ସେହିଭଳି ଟାଟା ଷ୍ଟିଲର ସେୟାରର ୫୨ ସପ୍ତାହ ହାଇ ଏନଏସଇରେ ୧୩୨.୯୦ ଟଙ୍କା ଏବଂ ଏହାର ୫୨ ୱିକ୍ ଲୋ ପ୍ରାଇଜ୍ ୯୫ ଟଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.