ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଭାରତୀୟ ଟିମ୍‌ ପାକିସ୍ତାନ ଯିବାର ସମ୍ଭାବନା ନାହିଁ, ହାଇବ୍ରିଡ୍‌ ମଡେଲରେ ହୋଇପାରେ ଚାମ୍ପିୟନ୍ସ ଟ୍ରଫି

ନୂଆଦିଲ୍ଲୀ: ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି ୨୦୨୫ । କିନ୍ତୁ ଟିମ୍‌ ଇଣ୍ଡିଆ ପାକିସ୍ତାନ ଯିବାର ସମ୍ଭାବନା ନାହିଁ । ଏକ ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ ଟିମ୍‌ ବିସିସିଆଇ ଏହାକୁ ନେଇ ଆଇସିସି ସହ ଆଲୋଚନା କରିବ । ଏଥର ଚାମ୍ପିୟନ୍ସ ଟ୍ରଫି ହାଇବ୍ରିଡ୍‌ ମଡେଲରେ ହୋଇପାରେ । ଟିମ ଇଣ୍ଡିଆର ମ୍ୟାଚ୍‌ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଆୟୋଜିତ ହେବ ବୋଲି କୁହାଯାଉଛି । ଏହା ପୂର୍ବରୁ ଏସିଆ କପ୍‌ରେ ମଧ୍ୟ ଏଭଳି ହାଇବ୍ରିଡ୍‌ ମଡେଲରେ ଖେଳ ହୋଇଥିଲା । 

ଏଏନଆଇରେ ପ୍ରକାଶିତ ଏକ ଖବର ଅନୁସାରେ, ଚାମ୍ପିୟନ୍ସ ଟ୍ରଫି ଲାଗି ଟିମ୍‌ ପାକିସ୍ତାନ ଯିବାର ସମ୍ଭାବନା ନାହିଁ । ଦୁବାଇ କିମ୍ବା ଶ୍ରୀଲଙ୍କାରେ ମ୍ୟାଚ ଆୟୋଜନ କରିବାକୁ ଆଇସିସିକୁ ବିସିସିଆଇ କହିପାରେ । ଏମିତି ମଧ୍ୟ ହୋଇପାରେ ଯେ, ଟିମ୍‌ ଇଣ୍ଡିଆ ନିଜ ମ୍ୟାଚ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଖେଳିବାକୁ ଥିବା ବେଳେ ବାକି ମ୍ୟାଚ୍‌ ପାକିସ୍ତାନରେ ହିଁ ହେବ । ଏହା ପୂର୍ବରୁ ଏସିଆ କପ୍‌ରେ ଟିମ୍‌ ଇଣ୍ଡିଆ ନିଜର ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିଥିଲା । 

 ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଟିମ୍‌ ଇଣ୍ଡିଆର କୌଣସି ଖେଳାଳି ପାକିସ୍ତାନ ଯିବାକୁ ପ୍ରସ୍ତୁତ ନାହାନ୍ତି । ଏନେଇ ଖେଳାଳିଙ୍କ ସହ ଆଲୋଚନା ଜାରି ରହିଛି । ସେପଟେ ଦିନିକିଆ ବିଶ୍ବକପରେ ପାକିସ୍ତାନ ଟିମ୍‌ ଭାରତ ଆସିଥିଲା । ଏହାକୁ ନେଇ ମଧ୍ୟ ଆଗକୁ ଆହୁରି ଆଲୋଚନା ହୋଇପାରେ । 

ଅନ୍ୟପଟେ ନିକଟରେ ପାକିସ୍ତାନ ଆଇସିସିକୁ ଚାମ୍ପିୟନ୍ସ ଟ୍ରଫିର ଡ୍ରାଫ୍ଟ ପଠାଇଥିଲା । ପାକିସ୍ତାନ କ୍ରିକେଟ ବୋର୍ଡ ପୂରା କାର୍ଯ୍ୟସୂଚୀ ପ୍ରସ୍ତୁତ କରିସାରିଛି । ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌ ଲାହୋରରେ କରାଇବାକୁ ଯୋଜନା ହୋଇଛି । ଏହି ମ୍ୟାଚ୍‌ ମାର୍ଚ୍ଚ ୧ରେ ଖେଳାଯିବାର ଥିଲା । କିନ୍ତୁ ଟିମ୍‌ ଇଣ୍ଡିଆ ପାକିସ୍ତାନ ନଗଲେ ସବୁ ଯୋଜନା ବେକାର ହୋଇଯିବ । ପାକିସ୍ତାନ ସୁରକ୍ଷା ଦୃଷ୍ଟିରୁ ଟିମ୍‌ ଇଣ୍ଡିଆର ସବୁ ମ୍ୟାଚ୍‌ ଲାହୋରରେ କରାଇବାକୁ ସ୍ଥିର କରିଥିଲା । 

  • Team India
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.