ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଚିନ୍ତା ବଢାଇଲା ବଦ୍ରିନାଥ ହାଇୱେ , ଯୋଶୀମଠରେ ଭୂ-ସ୍ଖଳନ ପରେ ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି

ଡେରାଡୁନ୍‌ – ଚାରିଧାମ ଯାତ୍ରା ସମୟରେ ଏକ ହାଇୱେରେ ପୁଣି ଥରେ ଚିନ୍ତା ବଢି ଯାଇଛି। ବଦ୍ରିନାଥ ହାଇୱେରେ ଯୋଶୀମଠର ରେଲୱେ ସଂରକ୍ଷଣ କେନ୍ଦ୍ର ପାଖରେ ମଙ୍ଗଳବାର ଦୁଇଟି ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ଦେଖିବାକୁ ମିଳିଛି। ଦୁଇଟି ଗର୍ତ୍ତ ପରସ୍ପରକୁ ପାଖାପାଖି ୩୦ ମିଟର ଦୂରତାରେ ରହିଛି। 

ପାଖାପାଖି ଦେଢ ମାସ ପରେ ହାଇୱେରେ ଗାତ ହେବା ଯୋଗୁଁ ପୁଣି ଥରେ ଲୋକଙ୍କ ମଧ୍ୟରେ ଆତଙ୍କର ମାହୋଲ ଦେଖିବାକୁ ମିଳୁଛି। ବିଆରଓ ଏହି ସମୟରେ ଗାତରେ ପଥର ଓ ମାଟି ଭର୍ତ୍ତି କରି ଦେଇଛି। ଗତ ଅପ୍ରେଲ୍‌ ମାସର ଶେଷ ସପ୍ତାହରେ ଜଳ ସଂସ୍ଥାନ କାର୍ଯ୍ୟାଳୟ ଉପରେ ବଦ୍ରିନାଥ ନ୍ୟାସାନାଲ ହାଇୱେରେ ନାଳ ତିଆରି କରିବା ସମୟରେ ଏକ ଗଭୀର ଗାତ ଦେଖା ଦେଇଥିଲା। 

ଏହି ସମୟରେ ବଦ୍ରିନାଥ ଓ ହେମକୁଣ୍ଡର ଯାତ୍ରା ଜୋରସୋରରେ ଚାଲିଛି। ଯେଉଁ ସଡ଼କରେ ଏହି ଗର୍ତ୍ତ ଥିଲେ ସେହି ସଡ଼କ ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଯାତ୍ରା ବାହନ ଯୋଶୀମଠ ନଗର ଦେଇ ଯାତ୍ରା କରୁଛନ୍ତି। ଏହି ସଡ଼କରେ ଠିକ୍‌ ତଳକୁ ପାଖାପାଖି ୪୦ରୁ ଅଧିକ ପରିବାର ବସବାସ କରନ୍ତି। ଦୁଇ ଗାତ ପାଖାପାଖି ୪ରୁ ୫ ଫୁଟର ଚଉଡ଼ା। 

ଯେଉଁ କାରଣରୁ ଲୋକଙ୍କ ମଧ୍ୟରେ ଭୟ ବଢି ଯାଇଛି। ଏପଟେ ନଗରର ମନୋହରବାଗ୍‌ରେ ଏବେ ବି ଭୂସ୍ଖଳନର ଘଟଣା ଜାରି ରହିଛି। ନଗର ପାଳିକା ଦ୍ୱାରା ଆଦି କେଦାରେଶ୍ୱର ଠାରୁ ଜ୍ୟୋର୍ତିମଠ ମନୋହରବାଗ ଯାଏ ପୂର୍ବରେ ନିର୍ମିତ ହାଲକା ମୋଟର ଗାଡ଼ି ମାର୍ଗରେ ଲଗାତାର ମୋଟାମୋଟା ଫାଟ ସୃଷ୍ଟି ହୋଇଛି। 

ଯେଉଁ କାରଣରୁ ଏଠାରେ ଦୁଇ ଚକିଆ ଗାଡ଼ିର ଯାତାୟାତ ମଧ୍ୟ ବିପଦ ମୁକ୍ତ ନୁହେଁ। କହି ରଖୁଛି କି, ନଗରରେ ବଢୁଥିବା ଭୂସ୍ଖଳନ କାରଣରୁ ଅନେକ ପରିବାରକୁ ବିସ୍ଥାପନ ଯୋଜନାରେ ସରକାର ବିଚାର କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.