ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାଦଳ ଉପରେ ଆକ୍ରମଣ, ଜଣେ ଆହତ

ଇମ୍ଫାଲ୍‌,୧୧/୬:ଥମୁନି ମଣିପୁରରେ ମୈତି ଓ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ସଂଘର୍ଷ । ପ୍ରଥମ ଥର ପାଇଁ ଆତଙ୍କବାଦୀମାନେ ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂହଙ୍କ ସୁରକ୍ଷାକର୍ମୀଙ୍କ ଉପରେ କରିଛନ୍ତି ଆକ୍ରମଣ। ଏହି ଆକ୍ରମଣରେ ମୁଖ୍ୟମନ୍ତ୍ରୀଙ୍କ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ସୂଚନା ମୁତାବକ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂହ କାଙ୍ଗ୍‌ପୋକ୍‌ପି ଜିଲ୍ଲାର ଜିରିବାମ୍‌ ଗସ୍ତ କରିବା କାର୍ଯ୍ୟକ୍ରମ ଥିଲା। ଏନେଇ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାଦଳ ଜିରିବାମ୍‌ ଗସ୍ତ କରିଥିଲେ। ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଜାତୀୟ ରାଜପଥ ୩୭ରେ ହଠାତ୍‌ ସୁରକ୍ଷାକର୍ମୀଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିଲା। ଏଥିରେ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଏକ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ‌ବେଳେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତାଙ୍କୁ ସିଜା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

ସେପଟେ ଚିକିତ୍ସିତ ହେଉଥିବା ଆହତ ସୁରକ୍ଷାକର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ସାକ୍ଷାତ କରିଛନ୍ତି। ସୂଚନାଯୋଗ୍ୟ,୬ ଜୁନ୍‌ରେ ଜିରିବାମ୍‌ରେ ମୈତି ସମ୍ପ୍ରଦାୟର ସୋଇବାମ୍‌ ଶରତକୁମାର ସିଂହଙ୍କୁ ଅପହରଣ କରିନେଇ ଦୁର୍ବୃତ୍ତମାନେ ମୁଣ୍ଡକାଟି ଦେଇଥିଲେ। ଏହି ହତ୍ୟା ପଛରେ ‌କୁକି-ଜୋ ସମ୍ପ୍ରଦାୟର ହାତ ରହିଥିବା ଅଭି‌ଯୋଗ କରି ମୈତି ସମ୍ପ୍ରଦାୟର ଲୋକମାନେ କୁକି-ଜୋ ସମ୍ପ୍ରଦାୟର‌ ପ୍ରାୟ ୭୦ଟି ଘର ପୋଡ଼ି ଦେଇଥିଲେ। ଏହାପରେ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.