ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ପରୀକ୍ଷାର ବିଶ୍ୱସନୀୟତା କରାଯିବ ସୁନିଶ୍ଚିତ

ଭୁବନେଶ୍ୱର: ପ୍ରତିଯୋଗିତାମୂଳକ ପରୀକ୍ଷାର ସଚ୍ଚୋଟତାକୁ ନେଇ ବଢୁଥିବା ଚିନ୍ତାକୁ ଦୃଷ୍ଟିରେ ରଖି ଆମ ସରକାର ଏହି ସମସ୍ୟାର ସମାଧାନ ପାଇଁ ଦ୍ରୁତ ଗତିରେ ନିର୍ଣ୍ଣାୟକ ପଦକ୍ଷେପ ନେଇଛନ୍ତି । ନିଟ୍‌ ସ୍ନାତକୋତ୍ତର ପରୀକ୍ଷା ସ୍ଥଗିତ ରହିବା ଏବଂ ୬ଟି ସହରରେ ନିଟ୍‌-ସ୍ନାତକ ପୁନଃପରୀକ୍ଷା ସମୟରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ଏବଂ ନିକଟରେ ୟୁଜିସି ନେଟ୍‌ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାଗୁଡ଼ିକର ସ୍ୱଚ୍ଛତା ଏବଂ ବିଶ୍ୱସନୀୟତାକୁ ନେଇ ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାଭାବିକ ଭାବେ ଗମ୍ଭୀର ସନ୍ଦେହ ସୃଷ୍ଟି କରିଛି । ତେବେ ନେସନାଲ ଟେଷ୍ଟିଂ ଏଜେନ୍‌ସି (ଏନଟିଏ)ର ନେତୃତ୍ୱ ପରିବର୍ତ୍ତନ କରିବା ଏବଂ ବିଶେଷଜ୍ଞ କମିଟି ଗଠନ କରିବା ସମେତ ଭାରତ ସରକାରଙ୍କ ବିଭିନ୍ନ ସକ୍ରିୟ ପଦକ୍ଷେପ ବିଶ୍ୱାସକୁ ପୁନଃପ୍ରତିଷ୍ଠା କରିବା ତଥା ପରୀକ୍ଷା ପ୍ରକ୍ରିୟାର ବିଶ୍ୱସନୀୟତା ସୁନିଶ୍ଚିତ କରିବା ପାଇଁ ଏକ ସ୍ପଷ୍ଟ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ପଦକ୍ଷେପଗୁଡ଼ିକ କେବଳ ତତ୍କାଳ ଆହ୍ୱାନର ମୁକାବିଲା କରିବା ପାଇଁ ନୁହେଁ, ବରଂ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭରସା ଫେରାଇ ଆଣିବା ଓ ସ୍ୱଚ୍ଛତା ସୁନିଶ୍ଚିତ କରିବା ଲାଗି ଏକ ଦୀର୍ଘମିଆଦୀ ରଣନୀତିକୁ ସୂଚିତ କରିଥାଏ ।

ପାରଦର୍ଶୀ, ସୁଗମ ଏବଂ ସ୍ୱଚ୍ଛ ଭାବେ ପରୀକ୍ଷା ପରିଚାଳନା ସୁନିଶ୍ଚିତ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛି । ପରୀକ୍ଷା ପ୍ରକ୍ରିୟାରେ ସଂସ୍କାର ଆଣିବା, ତଥ୍ୟ ସୁରକ୍ଷା ନିୟମକୁ ଅଧିକ ସୁରକ୍ଷିତ କରିବା ଏବଂ ଭବିଷ୍ୟତରେ କୌଣସି ପ୍ରକାର ଉଲ୍ଲଂଘନ ଠାରୁ ବର୍ତ୍ତିବା ନିମନ୍ତେ ଏନଟିଏର ସମ୍ଭାବ୍ୟ ପୁନର୍ଗଠନ ଲାଗି ଏହି କମିଟି ଦୁଇ ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନଯୋଗ୍ୟ ସୁପାରିସ କରିବ । ଅଧିକନ୍ତୁ, ସିବିଆଇର ସମ୍ପୃକ୍ତି ପୁଙ୍ଖାନୁପୁଙ୍ଖ ତଥା ନିରପେକ୍ଷ ତଦନ୍ତ ପ୍ରତି ପ୍ରତିବଦ୍ଧତାକୁ ସୂଚାଇଥାଏ³ ଯାହା କେବଳ ଦାୟୀ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବ ନାହିଁ ବରଂ ଏପରି ଉଲ୍ଲଂଘନ ଘଟାଇବାକୁ ଅନୁମତି ଦେଉଥିବା ବ୍ୟବସ୍ଥାଗତ ଦୁର୍ବଳତାକୁ ମଧ୍ୟ ଉନ୍ମୋଚନ କରିବ । ଏହାବ୍ୟତୀତ ସରକାର ଅନୁଚିତ୍‌ ପ୍ରଥା ଉପରେ ଅଙ୍କୁଶ ଲଗାଇବା ଏବଂ ସମ୍ଭାବ୍ୟ ନିୟମ ଉଲ୍ଲଂଘନକାରୀଙ୍କୁ ଅଟକାଇବା ପାଇଁ ସାର୍ବଜନୀନ ପରୀକ୍ଷା ଆଇନକୁ ଲାଗୁ କରିଛନ୍ତି । ଏହି ଆଇନ ଅନୁଯାୟୀ ପରୀକ୍ଷାରେ ଅନିୟମିତତା ପାଇଁ ଦୋଷୀ ସାବ୍ୟସ୍ତ ହେଲେ ୧କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ୧୦ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ କଠୋର ଦଣ୍ଡବିଧାନ ରହିଛି  । ଏକ ଦୃଢ଼ ପ୍ରତିରୋଧକ ବାର୍ତ୍ତା ଦେବା ଏବଂ ସାର୍ବଜନୀନ ପରୀକ୍ଷାର ପବିତ୍ରତାକୁ ସୁନିଶ୍ଚିତ କରିବା ପାଇଁ ଏହି କଠୋର ପଦକ୍ଷେପ ଜରୁରି ଅଟେ ।

ତୁରନ୍ତ ପଦକ୍ଷେପ ଦୃଢ଼ ଓ ଜରୁରି ହୋଇଥିବା ବେଳେ ପରୀକ୍ଷା ବ୍ୟବସ୍ଥାରେ ଦୀର୍ଘମିଆଦୀ ସୁରକ୍ଷା ଓ ବିଶ୍ୱସନୀୟତା ସୁନିଶ୍ଚିତ କରିବା ଦିଗରେ ପରବର୍ତ୍ତୀ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ । ଅନଲାଇନ୍‌ ପରୀକ୍ଷା ପାଇଁ ଅତ୍ୟାଧୁନିକ ଏନକ୍ରିପ୍ସନ୍‌ କୌଶଳ ଏବଂ ବହୁମୁଖି ପ୍ରମାଣୀକରଣ ବା ମଲ୍ଟି-ଫେକ୍ଟର ଅଥେଣ୍ଟିକେସନ୍‌ କାର୍ଯ୍ୟକାରୀ କରିବା ଦ୍ୱାରା ଅନଧିକୃତ ଆକସେସ୍‌ରୁ ରକ୍ଷା ମିଳିପାରିବ । ପରୀକ୍ଷା ପତ୍ର ପ୍ରସ୍ତୁତି ଠାରୁ ଆରମ୍ଭ କରି ମୂଲ୍ୟାୟନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ନିରୀକ୍ଷଣ ଏବଂ ସୁରକ୍ଷିତ କରିବା ପାଇଁ ବ୍ଲକ୍‌ଚେନ୍‌ ଜ୍ଞାନକୌଶଳ ବ୍ୟବହାର କରାଯାଇପାରିବ । ଏହାଦ୍ୱାରା ଯେକୌଣସି ତ୍ରୁଟି ତୁରନ୍ତ ଚିହ୍ନଟ ହାଇପାରିବ ।

ପାରମ୍ପରିକ, ଅଫଲାଇନ୍‌ ପରୀକ୍ଷା ପାଇଁ ପ୍ରତ୍ୟେକ ପର୍ଯ୍ୟାୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଜରୁରି । ଏଥିରେ ପରୀକ୍ଷା ସାମଗ୍ରୀର ପ୍ୟାକେଜିଂ, ସୁରକ୍ଷିତ ପରିବହନ ଏବଂ ସମସ୍ତ ପରିଚାଳନା ପଏଣ୍ଟରେ କଠୋର ଯାଞ୍ଚ ଅନ୍ତର୍ଭୁକ୍ତ । ଲଜିଷ୍ଟିକ୍ସ ପାଇଁ ରିୟଲ ଟାଇମ୍‌ ଜିପିଏସ୍‌ ଟ୍ରାକିଂ ବ୍ୟବହାର କରିବା ଏବଂ ଡିଜିଟାଲ ୱାଟରମାର୍କିଂ ବ୍ୟବହାର କରିବା ମଧ୍ୟ ଲିକ୍‌ ବା ପ୍ରଘଟ ହେବାର ଆଶଙ୍କାକୁ ଯଥେଷ୍ଟ ହ୍ରାସ କରିପାରେ । ଏଆଇ ଚାଳିତ ପ୍ରୋକ୍ଟୋରିଂ ସିଷ୍ଟମ ବ୍ୟବହାର କରିବା ଦ୍ୱାରା ପରୀକ୍ଷାର ତଦାରଖ ବୃଦ୍ଧି ପାଇବ, ଜାଲିଆତି ହେବାର ସମ୍ଭାବନା ହ୍ରାସ ପାଇବ । ବାୟୋମେଟ୍ରିକ୍‌ ଯାଞ୍ଚ ଦ୍ୱାରା ପରୀକ୍ଷାର୍ଥୀଙ୍କ ପ୍ରକୃତ ପରିଚୟ ସୁନିଶ୍ଚିତ ହେବ ଏବଂ ଏହା ପରୀକ୍ଷା ପ୍ରକ୍ରିୟାରେ ଆଉ ଏକ ସ୍ତରର ସୁରକ୍ଷା ସୁନିଶ୍ଚିତ କରିବ ।

ଏହା ବ୍ୟତୀତ ସ୍ୱାଧୀନ ଓ ନିରପେକ୍ଷ ସଂସ୍ଥାମାନଙ୍କ ଦ୍ୱାରା ବାରମ୍ବାର, ପୁଙ୍ଖାନୁପୁଙ୍ଖ ଅଡିଟ୍‌ କରିବା ଦ୍ୱାରା ପରୀକ୍ଷା ପ୍ରକ୍ରିୟା ମଧ୍ୟରେ ଥିବା ଦୁର୍ବଳତାକୁ ଚିହ୍ନଟ କରିବାରେ ସହାୟତା ମିଳିପାରିବ । ସ୍ୱଚ୍ଛ ଏବଂ ନିୟମିତ ସମୀକ୍ଷା ଦ୍ୱାରା ସୁରକ୍ଷା ପ୍ରାଟୋକଲ୍‌ ପାଳନ କରିବା ଏବଂ କୌଣସି ଅସଙ୍ଗତିକୁ ଶୀଘ୍ର ସମାଧାନ କରିବା ସୁନିଶ୍ଚିତ ହୋଇପାରିବ । ଭବିଷ୍ୟତରେ ଡିଜିଟାଲ ଲକ୍‌ର ବିଫଳତା ଫଳରେ ପରୀକ୍ଷା ପୁସ୍ତିକା ବାକ୍ସ ଖୋଲିବା ଏବଂ ପ୍ରଶ୍ନପତ୍ର ବଣ୍ଟନରେ ବିଳମ୍ବକୁ ରୋକିବା ପାଇଁ କଠୋର ରକ୍ଷଣାବେକ୍ଷଣ କାର୍ଯ୍ୟସୂଚୀ ଏବଂ ବ୍ୟାକଅପ୍‌ ପ୍ରୋଟୋକଲ୍‌ ବା ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଆବଶ୍ୟକ । ପରୀକ୍ଷା ପୂର୍ବରୁ ଡିଜିଟାଲ୍‌ ଲକ୍‌ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବା ସୁନିଶ୍ଚିତ କରିବା ଲାଗି ନିୟମିତ ରକ୍ଷଣାବେକ୍ଷଣ ଯାଞ୍ଚ ହେବା ଉଚିତ୍‌ । ତାହାଛଡ଼ା ତତ୍ତ୍ୱାବଧାନରେ ସୁରକ୍ଷିତ ମାନୁଆଲ ଓଭରରାଇଡ୍‌ ପାଇଁ ଜରୁରିକାଳୀନ ପ୍ରକ୍ରିୟା ସମ୍ପର୍କରେ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ଉଚିତ୍‌ । ଏହି ପଦକ୍ଷେପଗୁଡିକ ବାଧାବିଘ୍ନକୁ ହ୍ରାସ କରିବା ଏବଂ ପରୀକ୍ଷାଗୁଡ଼ିକର ବିଶ୍ୱସନୀୟତା ବଜାୟ ରଖିବାରେ ସାହାଯ୍ୟ କରିବ ।

ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷୟିତ୍ରୀ ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ନେଇ ନିୟମିତ ଆଲୋଚନା ସହିତ ନିରପେକ୍ଷତା ଏବଂ ସଚ୍ଚୋଟତାର ଗୁଣ ଉପରେ ଗୁରୁତ୍ୱାରୋପ କରୁଥିବା ସଚ୍ଚୋଟତା କର୍ମଶାଳା ସକ୍ରିୟ ପଦକ୍ଷେପଗୁଡ଼ିକର ପ୍ରତିନିଧିତ୍ୱ କରେ³ ଯାହା ପରୀକ୍ଷା ବିଶ୍ୱସନୀୟତାକୁ ଯଥେଷ୍ଟ ବୃଦ୍ଧି କରିପାରିବ । ଏହି ଆଲୋଚନାରେ ଅଂଶୀଦାରମାନଙ୍କୁ ସାମିଲ କରିବା ଦ୍ୱାରା ଏକ ସଚେତନ ସମୁଦାୟ ସୃଷ୍ଟି ହେବ, ଯାହାଦ୍ୱାରା ଆନ୍‌ସାର୍‌ କୀ’ରେ କୌଣସି ଅନଧିକୃତ ଆକସେସ୍‌ ହୋଇପାରିବ ନାହିଁ । ଏହି ପଦକ୍ଷେପଗୁଡ଼ିକ କେବଳ ତତ୍କାଳ ଚିନ୍ତାର ସମାଧାନ କରିବ ନାହିଁ ବରଂ ପରୀକ୍ଷା ପ୍ରକ୍ରିୟାରେ ଦୀର୍ଘମିଆଦୀ ଉନ୍ନତି ପାଇଁ ଭିତ୍ତିଭୂମି ମଧ୍ୟ ସ୍ଥାପନ କରିବ ।

ଏନଟିଏ ଅଧୀନରେ ବିଭିନ୍ନ ପରୀକ୍ଷା ପାଇଁ ବାର୍ଷିକ ୧୦ ନିୟୁତରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରୁଥିବାବେଳେ କେବଳ ୨୦୨୩ରେ ଉଲ୍ଲେଖନୀୟ ୧୨.୩ ନିୟୁତ ପରୀକ୍ଷାର୍ଥୀ ପଞ୍ଜିକୃତ ହୋଇଛନ୍ତି । ଏନଟିଏ ପରୀକ୍ଷା ପରିଚାଳନା ସଂସ୍ଥାରେ ବିଶ୍ୱସ୍ତରରେ ଅଗ୍ରଣୀ ଭାବେ ଉଭା ହୋଇଛି । ଏହି ବ୍ୟାପକ ଅଂଶଗ୍ରହଣ ଭାରତର ଯୁବବର୍ଗଙ୍କ ଆକାଂକ୍ଷାକୁ ଆକାର ଦେବାରେ ପ୍ରଭାବଶାଳୀ ଭୂମିକାକୁ ଦର୍ଶାଉଛି । ଏହି ସଂଖ୍ୟା ଏବଂ ଭାରତର ପ୍ରସିଦ୍ଧ ଶିକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସରକାରଙ୍କ ସକ୍ରିୟ ପଦକ୍ଷେପ ପ୍ରଶଂସନୀୟ ଏବଂ ସୁଦୂରପ୍ରସାରୀ, ଯାହାର ଉଦ୍ଦେଶ୍ୟ ହେଉଛି ଦୀର୍ଘମିଆଦୀ ସଚ୍ଚୋଟତା ଏବଂ ବିଶ୍ୱସନୀୟତା ସୁନିଶ୍ଚିତ କରିବା । ଏହି ପଦକ୍ଷେପ କେବଳ ତତ୍କାଳ ଆହ୍ୱାନର ମୁକାବିଲା କରିବ ନାହିଁ, ବରଂ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଏବଂ ଆକାଂକ୍ଷାର ସୁରକ୍ଷା ପାଇଁ ଏକ ମଜଭୁତ ଭିତ୍ତିଭୂମି ସ୍ଥାପନ କରିବ । ଏହି ଆଭିମୁଖ୍ୟ ଶିକ୍ଷା ବ୍ୟବସ୍ଥା ଉପରେ ବିଶ୍ୱାସକୁ ସୁଦୃଢ଼ କରିବ, ଆଗାମୀ ପିଢ଼ି ପାଇଁ ନିରପେକ୍ଷତା ଏବଂ ସ୍ୱଚ୍ଛତାକୁ ପ୍ରାତ୍ସାହିତ କରିବ ।

ଆଗକୁ ଦେଖିଲେ, ଭାରତୀୟ ପ୍ରତିଯାଗିତାମୂଳକ ପରୀକ୍ଷାର ଭବିଷ୍ୟତ, ନିରପେକ୍ଷତା ଏବଂ ଦକ୍ଷତା ସୁନିଶ୍ଚିତ କରିବା ଦିଗରେ ଅଭିନବ ରଣନୀତି ଉପରେ ନିର୍ଭର କରେ । ଡିଜିଟାଲ ଜ୍ଞାନକୌଶଳ ଶିକ୍ଷାକୁ ଆକାର ଦେଉଥିବା ବେଳେ ଦୃଢ଼ ଡିଜିଟାଲ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଭାବେ ଉଭା ହୋଇଛି । ଅନଲାଇନ୍‌ ପରୀକ୍ଷା ପାଇଁ ଅତ୍ୟାଧୁନିକ ଏନକ୍ରିପ୍ସନ୍‌ ପ୍ରୋଟୋକଲ୍‌ ଏବଂ କଠୋର ପ୍ରମାଣୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦ୍ୱାରା ସାଇବର ବିପଦ ଏବଂ ଅନଧିକୃତ ଆକସେସ୍‌ ବିରୋଧରେ ଏକ ଦୃଢ଼ ପ୍ରତିରକ୍ଷା ଆବରଣ ସୃଷ୍ଟି ହେବ । ଏହି ସକ୍ରିୟ ଆଭିମୁଖ୍ୟ କେବଳ ମୂଲ୍ୟାୟନର ଅଖଣ୍ଡତାକୁ ସୁରକ୍ଷିତ କରିବ ନାହିଁ ବରଂ ଅଂଶୀଦାରମାନଙ୍କ ମଧ୍ୟରେ ବିଶ୍ୱାସ ମଧ୍ୟ ବିକଶିତ କରିବ । ଡାଟା ଆନାଲିଟିକ୍ସ ଏବଂ ପ୍ରେଡିକ୍ଟିଂ ମଡେଲିଂରେ ଅଗ୍ରଗତିକୁ ଗ୍ରହଣ କରିବା ଦ୍ୱାରା ପରୀକ୍ଷା ଲଜିଷ୍ଟିକ୍ସ ଏବଂ ସମ୍ବଳ ଆବଣ୍ଟନକୁ ଆହୁରି ଅନୁକୂଳ କରାଯାଇପାରିବ । ଏହାଦ୍ୱାରା ମଧ୍ୟ ସୁଗମ ପରିଚାଳନା ସୁନିଶ୍ଚିତ ହୋଇପାରିବ ଏବଂ ପରିଚାଳନଗତ ଆହ୍ୱାନକୁ ହ୍ରାସ କରାଯାଇପାରିବ ।

ବୈଷୟିକ ଉନ୍ନତି ଏବଂ ଶିକ୍ଷାଗତ ପ୍ରାଥମିକତାର ସମନ୍ୱୟ ସହିତ ଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷାର ଗତିପଥ ଶୃଙ୍ଖଳିତ ପ୍ରକ୍ରିୟା ଏବଂ ବିଶ୍ୱସନୀୟତା ବୃଦ୍ଧି କରିପାରିବ । ଏହି ଭବିଷ୍ୟବାଦୀ ଚିନ୍ତାଧାରାକୁ ଅନୁସରଣ କରି ଶିକ୍ଷା କ୍ଷେତ୍ର ନିରପେକ୍ଷତା, ସ୍ୱଚ୍ଛତା ଓ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତା ବଜାୟ ରଖିପାରିବ, ଯାହା ଶେଷରେ ଛାତ୍ରଛାତ୍ରୀଙ୍କ ଆକାଂକ୍ଷା ଏବଂ ଦେଶର ଶିକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତାକୁ ଲାଭ ପହଞ୍ଚାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.