ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୋଲିସକୁ ଆକ୍ରମଣ କରି ଥାନାରୁ ଅଭିଯୁକ୍ତ ଫେରାର

ଲମତାପୁଟ,୨୬।୫ : କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ କରି ଥାନା ରେ ଅଟକ ଥିବା   ଯୁବକ ଫେରାର ।  ଯୁବକ ଜଣକ ହେଲେ ପାତ୍ର ପଣ୍ଡି ସାହିଲ ଖାଁ ।ନନ୍ଦପୁର ପୋଲିସ ପଚରା ଉଚରା ପାଇଁ   ପାତ୍ର ପଣ୍ଡି ସାହିଲ ଖାଁ କୁ ଆଣିଥିଲା ।  ଥାନାରେ ଥିବା ବନ୍ଧୁକକୁ ଉଠାଇ ଆଣି କନେଷ୍ଟବଳଙ୍କ ମୁଣ୍ଡକୁ  ପିଟି  ଫେରାର ହୋଇଯାଇଛି । 

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଅନ୍ତର୍ଗତ ହିକୁମ୍ ପୁଟ ଗ୍ରାମ ପଂଚାୟତ ର ଖିଲୁଆଁ   ଗ୍ରାମ ରେ ନାବାଳିକା   ଅପହରଣ ଘଟଣାକୁ ନେଇ ପୋଲିସ ବିଭନ୍ନ ଦିଗରୁ ତଦନ୍ତ କରିବା ସହ କିଛି ଲୋକଙ୍କୁ ଉଠାଇ ଆଣିଥିଲା ପୋଲିସ ।  ସନ୍ଦେହରେ ପୋଲିସ ସାହିଲଙ୍କୁ ଅଟକ ରଖିଥିବା ବେଳେ ଥାନା ରେ ଜଣେ କନେଷ୍ଟବଳ ଥିବା ସୁଯୋଗ ନେଇ ଥାନା ପରିସର ରୁ ଚମ୍ପଟ ମାରିବାକୁ ଉଦ୍ୟମ କରିବା ସହ ଥାନା ରେ ରଖା ଯାଇଥିବା ଏକ କାଠ ବନ୍ଧୁକ ରେ କନେଷ୍ଟବଳଙ୍କୁ ଆକ୍ରମଣ କରି ଫେରାର ହୋଇ ଯାଇଛି।  ଗୁରୁତର ଅବସ୍ଥାରେ ରେ କନେଷ୍ଟବଳ ଭୂଷିତ ଟାକ୍ରି ଙ୍କୁ ନନ୍ଦପୁର ମେଡ଼ିକାଲ ରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.