ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ନାବାଳିକାକୁ ବଳାତ୍କାର ଉଦ୍ୟମ ମାମଲା, ଅଭିଯୁକ୍ତକୁ ୧୦ ବର୍ଷ ଜେଲ

ଫୁଲବାଣୀ,୫/୮ : ଜଣେ ନାବାଳିକାକୁ ବଳାତ୍କାର ଉଦ୍ୟମ ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ୧୦ ବର୍ଷ ଜେଲଦଣ୍ଡାଦେଶ ଦେଇଛନ୍ତି। ଏଥିସହିତ ଦୋଷୀକୁ ୯ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଅଧିକ ଏକ ବର୍ଷ ନଅ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ କ.ନୂଆଗାଁ ଥାନା ଅଞ୍ଚଳର ରୂପକ ଦିଗାଲ(୩୫)। 

ସୂଚନା ଅନୁଯାୟୀ, ଗତ ୨୦୨୧ ମସିହା ମାର୍ଚ୍ଚ ୨୫ ତାରିଖରେ  ଜଣେ  ନାବାଳିକା ଜଣକ ନିଜ ପରିବାର ସହ ଗାଁରେ ହେଉଥିବା ଯାତ୍ରା ଦେଖିବାକୁ ଯାଇଥିଲେ। ରାତି ପ୍ରାୟ  ୧୦ଟା ବେଳେ ସେ ରାସ୍ତାରେ ଯାଉଥିବା ସମୟରେ ଅଭିଯୁକ୍ତ ତାଙ୍କୁ ଜଙ୍ଗଲକୁ ଟାଣି ନେଇ ସେଠାରେ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ପୀଡିତା  କୌଣସି ପ୍ରକାରେ ଅଭିଯୁକ୍ତ ପାଖରୁ ଖସି ଯାଇ ଜେଜେମା ଘରକୁ ଦୌଡ଼ି ପଳାଇଥିଲେ। ଅଭିଯୁକ୍ତ ଏ କଥା କାହାରିକୁ କହିଲେ ଜୀବନରେ ମାରିଦେବି ଵୋଲି ଧମକ ଦେଇଥିବାରୁ ସେ କାହାକୁ କିଛି କହି ନ ଥିଲେ। ପରେ ସେ ଘରେ ଥିବା ବେଳେ ମଧ୍ୟ ଅଭିଯୁକ୍ତ ଅନେକ ଥର ଦୁଷ୍କର୍ମ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। କିଛି ଦିନ ପରେ ପୀଡିତା ମାଆଙ୍କୁ ଏସବୁ ଘଟଣା କହିଵାରୁ ମା’ ଙ୍କ ପରାମର୍ଶକ୍ରମେ ସେ କ.ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ଦାଏର କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲାର ଶୁଣାଣୀ କରି ଫାଷ୍ଟ ଟ୍ରାକ ପୋକସୋ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ୧୭ ଜଣ ସାକ୍ଷୀଙ୍କ ବୟାନ ଓ ଡ଼ାକ୍ତରୀ ରିପୋର୍ଟ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ   ସ୍ବତନ୍ତ୍ର ପିପି ବନମାଳୀ ବେହେରା ପରିଚାଳନା କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.