ପ୍ରମୁଖ ଖବର
  • କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ
  • ||
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ସାଙ୍ଗର ବିଶ୍ୱାସରେ ବିଷ ଦେଲା ସାଙ୍ଗ : ହଜିଯାଇଥିବା ଏଲଆଇସି ଡକ୍ୟୁମେଣ୍ଟ ହାତେଇ ଋଣ କରି ନେଇଗଲା ଲକ୍ଷାଧିକ ଟଙ୍କା, ଅଭିଯୁକ୍ତ ଗିରଫ

ଖଲ୍ଲିକୋଟଏ , ୨୮।୧୧ : ସାଙ୍ଗର ବିଶ୍ୱାସରେ ବିଷ ଦେଲା ସାଙ୍ଗ । ସାଙ୍ଗର ହଜି ଯାଇଥିବା ୪ ଗୋଟି ଏଲଆଇସି ଡକ୍ୟୁମେଣ୍ଟକୁ କୌଶଳ କ୍ରମେ ହାତେଇବା ପରେ  ଋଣ କରି ଉଠେଇ ନେଲା ୧୨ ଲକ୍ଷ ୯୧ ହଜାର ୧୨୨ ଟଙ୍କା । ସାଙ୍ଗର ଅଭିଯୋଗ କ୍ରମେ  ସାଙ୍ଗ କୁ ବାନ୍ଧିଲା ପୋଲିସ ।ଏଭଳି ଏକ ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅଧୀନରେ ଥିବା ଭେଜିପୁଟ ଫାଣ୍ଡି ଅନ୍ତର୍ଗତ ଲଂଗଳେଶ୍ୱର ଗ୍ରାମରେ । ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁର ଗ୍ରାମର ସ୍ମୃତି ରଞ୍ଜନ ସାହୁ ।

 ଲଂଗଳେଶ୍ୱର ଗ୍ରାମର କାର୍ତ୍ତିକେଶ୍ୱର ରାଉଳ(୫୮) ଙ୍କ କିଛି ମାସ ତଳେ ୪ ଟି ଏଲଆଇସି ଡକ୍ୟୁମେଣ୍ଟ୍ ହଜି ଯାଇଥିଲା । ଏହାର କିଛି  ଦିନ ପରେ ତାଙ୍କ ସାଙ୍ଗ କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁର ଗ୍ରାମର ସ୍ମୃତି ରଞ୍ଜନ ସାହୁ ଲଂଗଳେଶ୍ୱରଙ୍କୁ  ଘରକୁ ବୁଲିବା ପାଇଁ ଆସିଥିଲେ । କାର୍ତ୍ତିକେଶ୍ୱର ତାଙ୍କୁ ଏଲଆଇସି ବଣ୍ଡ ହଜି ଯାଇଥିବା କହିଥିଲେ।  ଭୋଟ ପରିଚୟ ପତ୍ର, ଆଧାର କାର୍ଡ, ପାନ କାର୍ଡ ଓ ଫର୍ମ ୧୬ ରେ ଦସ୍ତଖତ କରି ଦିଅ, ମୁଁ ଡକ୍ୟୁମେଣ୍ଟ୍ ଗୁଡିକ ବାହାର କରିଦେବି ବୋଲି ସ୍ମୃତି କହିଥିଲେ ।ସାଙ୍ଗ କଥା ରେ ବିଶ୍ୱାସ କରି କାର୍ତ୍ତିକେଶ୍ୱର ସମସ୍ତ ପରିଚୟ ପ୍ରମାଣ ପତ୍ର ରେ ଦସ୍ତଖତ କରି ଦେଇଥିଲେ । କିଛି ଦିନ ପରେ ଏହି ବିଷୟରେ କଣ ହେଲା ବୁଝିବା ପାଇଁ ସାଙ୍ଗ ସ୍ମୃତି ରଞ୍ଜନ କୁ ଫୋନ କରିବାରୁ ତାଙ୍କ ଫୋନ ସୁଇଚ ଅଫ ଆସିଥିଲା ।

ଏଥିରେ ସନ୍ଦେହ କରି କାର୍ତ୍ତିକେଶ୍ୱର ବ୍ରହ୍ମପୁର ଏଲଆଇସି ଅଫିସକୁ ବୁଝିବା  ପାଇଁ ଯାଇଥିଲେ। ସେଠାରେ ଜାଣିବାକୁ ପାଇଲେ ଯେ, ତାଙ୍କର ହଜି ଯାଇଥିବା ୪ ଟି ଯାକ ଡକ୍ୟୁମେଣ୍ଟ ଉପରେ ୟୁନିଅନ ବ୍ୟାଙ୍କରୁ ମୋଟ ୧୨ ଲକ୍ଷ ୯୧ ହଜାର ୧୨୨ ଟଙ୍କା ଋଣ ଉଠାଯାଇଛି ।ସେ ଏହା ଉପରେ ଅଧିକ ବୁଝାବୁଝି କରିବାରୁ ଜାଲିଆତି କରି ଜଗତସିଂହପୁର ଶାଖା ୟୁନିଅନ ବ୍ୟାଙ୍କରେ ତାଙ୍କ ନାମରେ  ଆକାଉଣ୍ଟ ନମ୍ବର ରେ ଏକ ବ୍ୟାଙ୍କ ଖାତା ଖୋଲା ଯାଇଥିବା ସେ ଜାଣିବାକୁ ପାଇଥିଲେ । ମିଥ୍ୟା ପ୍ରତିଶ୍ରୁତି ଦେଇ ସାଙ୍ଗ ସ୍ମୃତି ରଞ୍ଜନ ୪ ଟି ଏଲଆଇସି ଡକ୍ୟୁମେଣ୍ଟ ହାତେଇବା ପରେ ତାର ଦୁରୂପଯୋଗ କରି ପାଖାପାଖି ୧୩ ଲକ୍ଷ ଟଙ୍କା ଠକେଇ କରି ନେଇ ଯାଇଥିବା ଜାଣିବାକୁ ପାଇଥିଲେ। ଏହା ପରେ କାର୍ତ୍ତିକେଶ୍ୱର ଗତ ୨୩ ତାରିଖରେ ଭେଜିପୁଟ ଫାଣ୍ଡି ରେ ଏକ ଏତଲା ଦେଇଥିଲେ ।ଏତଲା କୁ ଭିତ୍ତି କରି ଖଲ୍ଲିକୋଟ ଥାନା ରେ ଏକ ମାମଲା ରୁଜ୍ଜୁ କରି ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଘଟଣା ର ତଦନ୍ତ ଆରମ୍ଭ କରିଥିଲେ । ଅଡ଼ଶପୁର ରୁ ଅଭିଯୁକ୍ତ ସ୍ମୃତି ରଞ୍ଜନ ସାହୁ କୁ ଗିରଫ କରିଥିଲେ।  ସ୍ମୃତି ରଞ୍ଜନ ସାହୁଙ୍କ ବିରୋଧରେ ଅଡ଼ଶପୁର,ମଞ୍ଚେଶ୍ୱର ଥାନା ସମେତ ଅନେକ ଥାନାରେ ଏକାଧିକ ମାମଲା ରହିଥିବା ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.