ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗିରଫ ନକଲି ଆଇଏଏସ ବିରୋଧରେ ଅଭିଯୋଗର ଫର୍ଦ୍ଦ ବଢ଼ି ଚାଲିଛି, ୩୦ରୁ ଊର୍ଦ୍ଧ୍ବ ମାମଲା ରୁଜୁ

ମାଲକାନଗିରି,୩/୬ : ମାଲକାନଗିରି ଥାନା ପକ୍ଷରୁ ଶନିବାର ଗିରଫ ହୋଇ ଥିବା ନକଲି ଆଇଏଏସ ଅଫିସର ମନୋଜ ସୁତାରଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଦିନକୁ ଦିନ ବଢ଼ି ଚାଲିଛି । ତାଙ୍କ ଠକାମୀ ବିରୋଧରେ ମାଲକାନଗିରି, କୋରକୁଣ୍ଡା, କାଲିମେଳା ଥାନା ସହିତ ଅନ୍ୟାନ ଥାନାରେ ଇତିମଧ୍ୟରେ ୩୦ ରୁ ଊର୍ଦ୍ଧ୍ବ ମାମଲା ରୁଜୁ ହୋଇ ସାରିଲାଣି। ବିଶେଷ କରି ଗତ ଶନିବାର ଓ ରବିବାର ମାଲକାନଗିରି ଥାନରେ ନକଲି ଆଇଏଏସ ଭୋଇଙ୍କ ବିରୋଧରେ ୭ଟି ଏତଲା ଦାୟର ହୋଇଛି।

ସେଥିମଧ୍ୟରୁ ମାଲକାନଗିରି ଏମପିଭି ୪ଗ୍ରାମର କୁମାରେସଙ୍କୁ ଜିପିଓ ଚାକିରୀରେ ନିଯୁକ୍ତି କରିଦେବା ପାଇଁ ୧୧ଲକ୍ଷ ଟଙ୍କା, ଏମଭି୧୨ ଗ୍ରାମର ଅନୁପ କୁମାର ମଣ୍ଡଳଙ୍କୁ ସିଜିଏଲ ଚାକିରୀ କରାଇ ଦେଵା ପାଇଁ ୧୧ଲକ୍ଷ ଟଙ୍କା, ଏମଭି ୬୮ଗ୍ରାମର ସାଗର ଦୀପ ମଣ୍ଡଳ ଙ୍କୁ ଷ୍ଟାଫନର୍ସ ଚାକିରୀ ଦେଵା ପାଇଁ ୫ଲକ୍ଷ ଟଙ୍କା,ଏମଭି ୨୨ଗ୍ରାମର ଲିପିକା ବିଶ୍ୱାସ ଙ୍କୁ ଷ୍ଟାଫ ନର୍ସ ଚାକିରୀ ଦେଵା ପାଇଁ ୩ଲକ୍ଷ ୫୦ହଜାର ଟଙ୍କା, ମାଲକାନଗିରି ଜେଲ ସାହି ର ଅଭିଜିତ ଗୌରବ କ୍ଷେତ୍ରୀୟ ଙ୍କୁ ଷ୍ଟାଫ ନର୍ସ ଚାକିରୀ ଦେଵା ପାଇଁ ୫ଲକ୍ଷ ଟଙ୍କା, ଭାଟିଶାଳ ଗୁଡା ଗ୍ରାମର ସମିରିନ ପାତ୍ରଙ୍କୁ ପିଇଓ ଚାକିରୀ ଦେଵା ପାଇଁ  ୧୧ଲକ୍ଷ ଟଙ୍କା, ବେଜାଙ୍ଗ ୱାର୍ଡ ଗ୍ରାମର ସୁଭଦ୍ରା ବାଇନ ଙ୍କୁ ଷ୍ଟାଫନର୍ସ ଚାକିରୀ ଦେଵା ପାଇଁ କହି ୪ଲକ୍ଷ ଟଙ୍କା ନେଇ ଥିଲେ। ବର୍ଷ ବର୍ଷ ବିତିଗଲା ପରେ ମଧ୍ୟ ସେମାନଙ୍କୁ ଚାକିରୀ ନ ମିଳିବାରୁ ଟଙ୍କା ଫେରସ୍ତ ନକରିବାରୁ  ପିଲା ମାନେ ଥାନା ରେ ଅଭିଯୋଗ କରିଛନ୍ତି। ନକଲି ଆଇ ଏଏସ ଙ୍କ  ବିରୋଧ ରେ ଦିନ କୁ ଦିନ ଅଭିଯୋଗ ଫର୍ଦ ବଢ଼ି ଚାଲିଥିବାରୁ ତାଙ୍କୁ ଖୁବ ଶୀଘ୍ର ଅଦାଲରୁ ରିମାଣ୍ଡ ରେ ଅଣାଯାଇ ପଚରା ଉଚରା କରାଯିବ ବୋଲି ମାଲକାନଗିରି ଆଦର୍ଶ ଥାନା ଆଇ ଆଇ ସି ରିଗନ କିଣ୍ଡୋ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ନିଜକୁ ଜଣେ ଆଇଏଏସ ଅଫିସର ପରିଚୟ ଦେଇ ମାଲକାନଗିରି ଜିଲ୍ଲାର ଶିକ୍ଷିତ ଯୁବକ ଓ ଯୁବତୀମାନଙ୍କ ଠାରୁ ୨କୋଟି ରୁ ଉର୍ଦ୍ଧ ଟଙ୍କା ଠକି ନେଇଥିବା  ଭଦ୍ରକ ଜିଲ୍ଲାର ମନୋଜ ସୁତାରଙ୍କୁ ମାଲକାନଗିରି ଥାନା  ପୁଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରି ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.