ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଉତ୍ତର ଓଡ଼ିଶାର ସର୍ବବୃହତ୍ ଜଗଦ୍ଧାତ୍ରୀ ମେଳା ଆରମ୍ଭ, ନିର୍ମାଣ ହୋଇଛି 'ଦୁବାଇର ବୁର୍ଜ ଖଲିଫା' ଆକୃତିର ତୋରଣ

ବାରିପଦା, ୨୭.୧୧: ଆରମ୍ଭ ହେଲା ଉତ୍ତର ଓଡ଼ିଶାର ସର୍ବବୃହତ୍ ଜଗଦ୍ଧାତ୍ରୀ ମେଳା । ବାରିପଦା ଭଞ୍ଜପୁରସ୍ଥିତ ଜଗଦ୍ଧାତ୍ରୀ ପଡ଼ିଆଠାରେ ୨୯ ତମ ଜଗଦ୍ଧାତ୍ରୀ ମେଳା ଆରମ୍ଭ ହୋଇଛି । ତେବେ ଏହି ଉଦଘଟାନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ଉତ୍ତରାଞ୍ଚଳ ଆଇ.ଜି. ହିମାଂଶୁ ଲାଲ, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ବାରିପଦା ମ୍ୟୁନିସିପାଲଟି ଚେୟାରମ୍ୟାନ୍ କୃଷ୍ଣନନ୍ଦ ମହାନ୍ତି ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଛନ୍ତି । 

ଗତ ୨୧ ତାରିଖଠାରୁ ଏଠାରେ ମା’ ଜଗଦ୍ଧାତ୍ରୀଙ୍କ ୭୧ ତମ ପୂଜା କାର୍ଯ୍ୟ ଆରମ୍ଭ ହୋଇ ସାରିଥିବା ବେଳେ ରବିବାରଠାରୁ ଆରମ୍ଭ ହୋଇଛି ଆନ୍ତଃରାଜ୍ୟ ୨୯ ତମ ଜଗଦ୍ଧାତ୍ରୀ ମେଳା । ପ୍ରତିବର୍ଷ ଏଠାରେ ଭିନ୍ନ ଭିନ୍ନ ଆକୃତିର ତୋରଣରେ ପୂଜା ପାଆନ୍ତି ମା’ । ସେହି କ୍ରମରେ ଚଳିତ ବର୍ଷ "ଦୁବାଇର ବୁର୍ଜ ଖଲିଫା" ଆକୃତିର ତୋରଣ ପ୍ରସ୍ତୁତ ହୋଇଛି । ତେବେ ପ୍ରବଳ ଜନ ସମାଗମକୁ ଲକ୍ଷ କରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.