ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବନ୍ଦ ଘରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ଖଣ୍ଡାରେ ହାଣି ହତ୍ୟା

ବାଙ୍କୀ, ୧୨/୦୪ : କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତର ନୂଆସାହି ତ୍ରିନାଥ ମଣ୍ଡପ କୋଠାଘରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର। ମୃତ ଯୁବକ ଜଣଙ୍କ ହେଉଛନ୍ତି ଶୀତଲ ସାହୁ। ପୂଜା କରିବାକୁ ସ୍ଥାନୀୟ ଲୋକେ ମନ୍ଦିର କବାଟ ଖୋଲିବାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣାସ୍ଥଳରେ ବାଙ୍କି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। 

ସୂଚନାନୁଯାୟୀ, ଘରର କବାଟରେ ରକ୍ତ ଛିଟା ଲାଗିଥିବା ବେଳେ ଭିତର ପଟୁ କବାଟ ବନ୍ଦ ରହିଥିଲା। କୋଠ ଘର ଠାରୁ ଶହେ ମିଟର ଦୂରରେ ଯୁବକଙ୍କ ଚପଲ, ମୋବାଇଲ ଓ ଖଣ୍ଡା ପଡ଼ିଛି। ନିକଟରେ ପଡିଥିବା ପଥର ଓ ଇଟାରେ ରକ୍ତ ଛିଟା ଲାଗିଛି। ତେଣୁ କେହି ଖଣ୍ଡାରେ ଆକ୍ରମଣ କରି ପଥରରେ ଛେଚି ହତ୍ୟା କରି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ବାଙ୍କୀ ଏସଡିପିଓ ଓ ଥାନା ଆଇଆଇସି  ପହଞ୍ଚିଛନ୍ତି। ସେପଟେ ଏନେଇ ବାଙ୍କୀ ଏସଡିପିଓଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ତଦନ୍ତ ଚାଲିଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛି। ତଦନ୍ତ ପରେ ପ୍ରକୃତ ସତ ଜଣା ପଡିବ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.