ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହଂସପାଳ ମୁଖ୍ୟ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଅସାବଧାନତା ଯୋଗୁଁ ଗୋଡ଼ ଖସିଯିବାରୁ

ଭୁବନେଶ୍ୱର, ୭।୬: ହଂସପାଳ ମୁଖ୍ୟ କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ଯୁବକ ଜଣକ ୨୪ ବର୍ଷୀୟ ସୌମ୍ୟ ରଞ୍ଜନ ଦାସ ବୋଲି ଜଣାପଡ଼ିଛି । ମୃତ ଯୁବକ ଜଣକ ଜଗତସିଂହପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଗତକାଲି ଶୌଚ ପାଇଁ ଯାଇଥିବା ବେଳେ ସେ ହଂସପାଳ ମୁଖ୍ୟ କେନାଲରେ ଭାସି ଯାଇଥିଲେ । ଅଗ୍ନିଶମ ବାହିନୀ ଶୁକ୍ରବାର ତାଙ୍କ ମୃତଦେହ ଉଦ୍ଧାର କରିଛି । ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ମଞ୍ଚେଶ୍ୱର ଥାନା ପୋଲିସ କ୍ୟାପିଟାଲ ହସ୍ପିଟାଲ ପଠାଇଛି । 

ତେବେ ହଂସପାଳ ନିକଟରେ ପୁରୀ ମେନ୍‌ କେନାଲରେ ବୁଡ଼ି ଯୁବକ ଜଣକ ନିଖୋଜ ଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କେନାଲରେ ଖୋଜାଖୋଜି ଜାରି ରଖିଥିଲେ । ଅଗ୍ନିଶମ ବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ସାଢ଼େ ୮ଟା ବେଳେ  ସୌମ୍ୟରଞ୍ଜନ ପୁରୀ ମେନ୍‌ କେନାଲକୁ ଶୌଚ ହେବା ପାଇଁ ଯାଇଥିଲେ । ତେବେ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସିଯିବାରୁ ସେ ଗଭୀର ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି  ବୋଟ ସହାୟତାରେ କେନାଲରେ ଖୋଜାଖୋଜି କରିବା ପରେ ତାଙ୍କ ଶୁକ୍ରବାର ମୃତଦେହ ଉଦ୍ଧାର ହୋଇଛି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.