ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପୁରୀ ମେନ୍ କେନାଲକୁ ଖସିଲା କାର, ଚାଳକ ସହ ପାଣିରେ ବୁଡିଗଲା ଗାଡି

ବାରଙ୍ଗ, ୨୭।୨ : ଏକ କାର  ଭାରସାମ୍ୟ ହରାଇ ପୁରୀ ମେନ୍ କେନାଲ ଭିତରକୁ ପଶିଯାଇଛି। ଏପରିକି କେନାଲ ପାଣିରେ ଗାଡି ଚାଳକ ସହ କାରଟି ବୁଡିଯାଇଥିଲା ।  ଖବର ପାଇ ଚାଳକ ସହ ଗାଡିକୁ କେନାଲ ଭିତରୁ ବାରଙ୍ଗ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଗୋଡିସାହିରୁ ବାରଙ୍ଗ କାରଟି ଆସୁଥିବା ବେଳେ ଦୁର୍ଘଟଣାଗସ୍ତ ହୋଇଛି। 

ଗୋଡ଼ିସାହିରୁ ବାରଙ୍ଗ ଅଭିମୁଖେ ଗୋଟିଏ ସ୍ଵିଫ୍ଟ ଡିଜାୟାର କାର ଆସୁଥିଲା।  ଗାଡ଼ି ଚଳାଉଥିବା କାହ୍ନୁ ଦାସଙ୍କ  ମୋବାଇଲକୁ ଏକ କଲ୍ ଆସିଥିଲା । ସେ  ଫୋନ୍ ରିସଭ୍ କରି କଥା ହେବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ରାମଦାସ ପୁର ପଞ୍ଚାୟତ ଅଫିସ ନିକଟରେ ଥିବା ପୁରୀ ମେନ୍ କେନାଲ ଭିତରକୁ ପଶି ଯାଇଥିଲା। ଚାଳକ ସମେତ ଗାଡ଼ି ପାଣି ଭିତରେ ବୁଡିଯାଇଥିଲେ। ଏହା  ଦେଖି ସ୍ଥାନୀୟ ଲୋକେ  ପୁଲିସ୍ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଗୋଡ଼ିସାହି ଫାଣ୍ଡି ଅଧିକାରୀ ଓ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି କାର୍ ସମେତ ଚାଳକଙ୍କୁ ଉଦ୍ଧାର କରିଥିଲେ। ପରେ ଗୁରୁତର ଥିବା କାହ୍ନୁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ମେଡିକାଲ ନିଆଯାଇଥିଲା।

ଆହୁରି ପଢନ୍ତୁ : କଲର୍ଭଟରେ ପିଟି ହେଲା ବାଇକ : ଜଣେ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.