ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ଅତ୍ୟଧିକ ଓଜନ ଯୋଗୁ ବିଲେଇ କରୁଛି ଡାଏଟିଂ

ନୂଆଦିଲ୍ଲୀ, ୧୨/୦୯ : ରୁଷ୍‌ରେ ଏକ ବିଲେଇ ଅତ୍ୟଧିକ ଓଜନ ଯୋଗୁ ଡାଏଟିଂରେ ଅଛି। କ୍ରୋଶିକ୍‌ ନାମକ ବିଲେଇର ଓଜନ ୧୭ କିଲୋ । ଏକ ପୋଷା ବିଲେଇର ଓଜନ ସାଧାରଣତଃ ୪-୫ କିଲୋ ମଧ୍ୟରେ ରହିଥାଏ । ତେବେ ଅତ୍ୟଧିକ ଖାଇବା ଅଭ୍ୟାସ ଯୋଗୁ କ୍ରୋଶିକ୍‌ର ଓଜନ ଗୋଟିଏ ମଣିଷ ପିଲା ଭଳି ହୋଇଛି । ସେଥିଯୋଗୁ ସେ ଭଲରେ ଚଲାବୁଲା କରିପାରୁନାହିଁ । ଏଭଳିସ୍ଥିତିରେ ଓଜନ କମାଇବା ଲାଗି ତାକୁ ଏକ ପୁନର୍ବାସ କେନ୍ଦ୍ରକୁ ନିଆଯାଉଛି । ସେଠାରେ ଖାଦ୍ୟ ବିଶେଷଜ୍ଞମାନେ ତାକୁ ସ୍ପେଶାଲ ଡାଏଟ୍‌ରେ ରଖିଛନ୍ତି । 

ରିପୋର୍ଟ ମୁତାବକ, ପଶ୍ଚିମ ରୁଷ୍‌ର ପର୍ମ ସହରସ୍ଥିତ ଏକ ହସ୍ପିଟାଲର ବେସ୍‌ମେଣ୍ଟରେ ବିଲେଇଟି ରହୁଛି । ତାର ପୂର୍ବତନ ମାଲିକ ତାକୁ ଆଣି ସେଇଠି ଛାଡ଼ି ଦେଇଯାଇଥିଲେ । ତା’ ପରଠାରୁ ହସ୍ପିଟାଲ କର୍ମଚାରୀମାନେ ତାକୁ ଖାଇବାକୁ ଦେଇ ବଞ୍ଚାଇଥିଲେ । ସେମାନଙ୍କ ନିକଟରୁ ଲଗାତର ପାଉଁରୁଟି, ସୁପ୍‌, ହ୍ୱିସ୍କି, ମାଂସ ଖାଇଖାଇ ବିଲେଇର ଓଜନ ଏତେ ବଢ଼ିଗଲା ଯେ ସେ ଚଲାବୁଲା କରିପାରିଲା ନାହିଁ । ଏହାପରେ ପଶୁ କଲ୍ୟାଣ ଲାଗି କାମ କରୁଥିବା ଏକ ସ୍ୱେଚ୍ଛାସେବୀ ସଂଗଠନ ତାକୁ ଉଦ୍ଧାର କରି ମାଟ୍ରୋସ୍କିନ୍‌ ପୁନର୍ବାସ କେନ୍ଦ୍ରକୁ ନେଲା । ସେଠାରେ ଏତେ ଅଧିକ ଓଜନ ଯୋଗୁ ତା’ ଶରୀରର ଅନ୍ୟ ଅଙ୍ଗ ଉପରେ କିଛି ପ୍ରଭାବ ପଡି଼ଛି କି ନାହିଁ ତାହା ଜାଣିବା ଲାଗି ଡାକ୍ତରମାନେ ଅଲ୍‌ଟ୍ରାସାଉଣ୍ଡ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଅତ୍ୟଧିକ ଚର୍ବି ଯୋଗୁ ସେନ୍ସର ଠିକ୍‌ ଭାବେ କାମ କରିନଥିଲା । ଏ ସଂପର୍କରେ ପୁନର୍ବାସ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଏହା ଏକ ଅତି ବିରଳ ଘଟଣା । ବିଲେଇର ମାଲିକ ତାକୁ ଏତେ ଭଲ ପାଉଥିଲେ ଯେ ତାକୁ ଅତ୍ୟଧିକ ଖୁଆଇ ଗତିହୀନ କରିଦେଇଛନ୍ତି । ବର୍ତ୍ତମାନ ଆମ ସେଣ୍ଟରରେ ଫିଜିକାଲ୍‌ ଥେରାପି ସହିତ ତାର ଡାଏଟ୍‌କୁ କଡ଼ାକଡ଼ି ଜଗାଯିବ । ସୁସ୍ଥ ହେବା ଲାଗି ବିଲେଇକୁ ପ୍ରତି ସପ୍ତାହରେ ୭୦-୧୫୦ ଗ୍ରାମ ଓଜନ କମାଇବାକୁ ହେବ । ସପ୍ତାହେ ହେଲା କ୍ରୋଶିକ୍‌ ସେଠାକୁ ଯାଉଥିବାବେଳେ ଧୀରେ ଧୀରେ ଚାଲିବା ପାଇଁ ତାଲିମ ନେଉଛି । ପୁନର୍ବାସ କେନ୍ଦ୍ର ପକ୍ଷରୁ କ୍ରୋଶିକ୍‌ର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଅପଲୋଡ୍‌ କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.