ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଓଡ଼ିଶାର ୩ ପ୍ରମୁଖ ନିଗମର ଅଧ୍ୟକ୍ଷ ଇସ୍ତଫା, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ପଦ ଛାଡ଼ିଲେ କୁନା ତ୍ରିପାଠୀ

ଭୁବନେଶ୍ୱର,୧୧/୦୬: ସୋମବାର  ଓଡ଼ିଶାର ୩ ପ୍ରମୁଖ ନିଗମର ଅଧ୍ୟକ୍ଷ ଇସ୍ତଫା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ର ଅଧ୍ୟକ୍ଷ ସତ୍ୟବ୍ରତ (କୁନା) ତ୍ରିପାଠୀ, ଓଡ଼ିଶା  ରାଜ୍ୟ ମତ୍ସ୍ୟଚାଷ ଉନ୍ନୟନ ନିଗମ (ଓପିଡିସି) ର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର ଓ ଓଡ଼ିଶା କ୍ଷୁଦ୍ର  ଶିଳ୍ପ ନିଗମ (ଓଏସ୍‌ଆଇସି)ର ଅଧ୍ୟକ୍ଷ ଚିନ୍ମୟ  କୁମାର ସାହୁ । ଶ୍ରୀ ପାତ୍ର ତାଙ୍କ ନିଗମ ଏମ୍‌ଡିଙ୍କୁ  ଇସ୍ତଫା ପତ୍ର ପଠାଇଥିଲାବେଳେ ଶ୍ରୀ ସାହୁ  ମୁଖ୍ୟ ଶାସନ ସଚିବଙ୍କୁ ପଠାଇଛନ୍ତି । 

୨୦୨୩  ଜାନୁୟାରୀ ୨୦ରୁ ଓପିଡିସିର ଅଧ୍ୟକ୍ଷ ଦାୟିତ୍ୱ  ନେଇଥିଲେ ସୁବାସ । ସେହିପରି ୨୦୨୨  ଅକ୍ଟୋବର ମାସରୁ ଚିନ୍ମୟ ଓଏସ୍‌ଆଇସିର  ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରୁଥିଲେ ।  ନୂଆ ସରକାର ଆସିବା ପୂର୍ବରୁ ରାଜ୍ୟର  ବିଭିନ୍ନ ନିଗମର ଦାୟିତ୍ୱରେ ଥିବା ଅଧ୍ୟକ୍ଷମାନେ  ଜଣକ ପରେ ଜଣେ ଇସ୍ତଫା ଦେଇ ଚାଲିଛନ୍ତି ।  ପୂର୍ବରୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ  (ଓଟିଡିସି)ର ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ଓଡ଼ିଶା  ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ  କେଶରୀ ପାଇକରାୟ ଇସ୍ତଫା ଦେଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.