ଭୁବନେଶ୍ବର, ୨୨/୮ : ବ୍ରହ୍ମପୁରରେ ନାଳରେ ଭାସି ନାବାଳକଙ୍କ ମୃତ୍ୟୁ ଘଟଣାରେ ଅନୁକମ୍ପାମୂଳକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏ ନେଇ ସିଏମଓ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇ ଲେଖାଯାଇଛି କି, ବ୍ରହ୍ମପୁରରେ ନାଳରେ ଭାସି ନାବାଳକଙ୍କ ମୃତ୍ୟୁ ହୋଇଥିବା ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିବା ସହ ୪ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।
ପ୍ରକାଶ ଯେ, ବୁଧବାର ସନ୍ଧ୍ୟା ପ୍ରାୟ ୮ଟାରେ ଲକ୍ଷ୍ମୀନୃସିଂହ ସାହି ନିକଟ ଡ୍ରେନ୍ରେ ଭାସିଯାଇ ଜଣେ ୧୧ ବର୍ଷର ଛାତ୍ର ସାଇରାମ ପାତ୍ରର ମୃତ୍ୟୁ ହୋଇଥିଲା ।