ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଶେଷ ହେଲା ନିର୍ବାଚନ ପ୍ରଚାର: ମୋଦି ୧୭୨, ରାହୁଲ ୧୦୭ ରାଲି କରିଛନ୍ତ

ନୂଆଦିଲ୍ଲୀ ୩୧/୦୫: ୭୫ ଦିନ ଧରି ଚାଲିଥିବା ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନ ଗୁରୁବାର ଶେଷ ହୋଇଛି । ଏହି ଅବଧି ସମୟରେ ସମସ୍ତ ପାର୍ଟିର ବରିଷ୍ଠ ନେତା ଜୋରଶୋରରେ ପ୍ରଚାରର ମଙ୍ଗ ଧରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭୨ଟି ରାଲି ଓ ରୋଡ୍‌ ଶୋ’ କରିଥିବା ସୂଚନା ମିଳିଛି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ୧୮୮ଟି ରାଲି, ରୋଡ୍‌ ଶୋ’ କରିଛନ୍ତି । ଏହି ସମୟରେ ସେ ସଡ଼କ ପଥ ଓ ଆକାଶ ମାର୍ଗରେ ୧ ଲକ୍ଷ ୧୦ କିମି ଯାତ୍ରା କରିଥିଲେ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ୮୭ଟି ରାଲି କରିଥିଲେ । ସେ ମୋଟ ୮୫,୯୫୭ କିମି ଯାତ୍ରା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୯୪ଟି ରାଲି ଓ ୭ଟି ରୋଡ୍‌ ଶୋ’ କରିଥିଲେ ।

ବିରୋଧୀ ଦଳ କଥା କହିବାକୁ ଗଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୧୦୭ ରାଲି ଓ ରୋଡ୍‌ ଶୋ’ କରିଥିଲେ । ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏ କ୍ଷେତ୍ରରେ ତାଙ୍କୁ ଅତିକ୍ରମ କରିଥିଲେ । ପ୍ରିୟଙ୍କା ୧୪୦ରୁ ଅଧିକ ରାଲି, ରୋଡ୍‌ ଶୋ’ କରିଥିଲେ । ୧୦୦ ମିଡିଆ ବାଇଟ୍‌ସ ଓ ସାକ୍ଷାତକାର ଦେଇଥିଲେ । ଏଥିସହ ଖବରକାଗଜକୁ ୫ଟି ସାକ୍ଷାତକାର ବି ଦେଇଥିଲେ । 

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ୧୦୦ରୁ ଅଧିକ ରାଲି, ୨୦ରୁ ଅଧିକ ସାମ୍ବାଦିକ ସମ୍ମିଳନୀ କରିଥିବାବେଳେ ୫୦ରୁ ଅଧିକ ସାକ୍ଷାତକାର ଦେଇଥିଲେ । ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ୬୯ଟି ରାଲି, ୪ଟି ରୋଡ୍‌ ଶୋ’ କରିଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ୬୧ଟି ରାଲି, ଅନେକ ରୋଡ୍‌ ଶୋ’ ଓ ପଦଯାତ୍ରା କରିଥିଲେ । ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ୨୫୧ଟି ରାଲି କରିଥିବାବେଳେ ବିହାରର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ଶର୍ମା ୫୫୧ ଛୋଟ ବଡ଼ ଜନସଭାକୁ ସମ୍ବୋଧନ କରିଥିଲେ । ସୂଚନାଥାଉକି, ୭ଟି ପର୍ଯ୍ୟାୟରେ ଘୋଷିତ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଜୁନ୍‌ ୧ ତାରିଖରେ ଅନୁଷ୍ଠିତ ହେବ । ଜୁନ୍‌ ୪ରେ ପରିଣାମ ସାମ୍ନାକୁ ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.