ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିହାର କି ପଶ୍ଚିମବଙ୍ଗ ନୁହେଁ , ଏହି ରାଜ୍ୟର ନିର୍ବାଚନ ଥିଲା ସବୁଠୁ ମୁସ୍କିଲ : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : ନିର୍ବାଚନୀ ରଣନୀତିଜ୍ଞ ତଥା ଜନ ସୁରାଜ ପ୍ରମୁଖ ପ୍ରଶାନ୍ତ କିଶୋର (ପିକେ) ପଶ୍ଚିମ ବଙ୍ଗ , ବିହାର, ପଞ୍ଜାବ ସମେତ ଅନେକ ରାଜ୍ୟର ନିର୍ବାଚନରେ ବିଭିନ୍ନ ଦଳ ଓ ତାଙ୍କର ନେତାଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ଅଧିକାଂଶ ସ୍ଥାନରେ ପ୍ରଶାନ୍ତ କିଶୋରଙ୍କୁ ସଫଳତା ମଧ୍ୟ ମିଳିଛି ଏବଂ ସେ ଯେଉଁ ନେତା ଓ ଦଳ ପାଇଁ ରଣନୀତି ଗଠନ କରୁଥିଲେ, ତାକୁ ଖୁବ୍‌ ଭଲଭାବେ ବିଜୟ ମିଳୁଥିଲା। ହେଲେ ଆପଣଙ୍କୁ କଣ ଏହା ଜଣା କି , ପାଖାପାଖି ୧୦ ବର୍ଷ ଯାଏ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିଥିବା ପ୍ରଶାନ୍ତ କିଶୋରଙ୍କ ପାଇଁ ସବୁଠୁ କଠିନ କାମ କେଉଁ ରାଜ୍ୟରେ ନିର୍ବାଚନ ଜିତିବାରେ ଥିଲା ? 

ଉଲ୍ଲେଖନୀୟ ଯେ, ସେହି ରାଜ୍ୟ ଥିଲା ପଞ୍ଜାବ ଏବଂ  ତାହା ୨୦୧୭ର ବିଧାନସଭା ନିର୍ବାଚନ ଥିଲା।  ଯେଉଁଥିରେ ପିକେ ସବୁଠୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ପ୍ରଶାନ୍ତ କିଶୋର ନିଜେ ଏହି ରହସ୍ୟରୁ ପରଦା ଉଠାଇଛନ୍ତି। କହିଛନ୍ତି ୨୦୧୭ ମସିହାରେ ହୋଇଥିବା ପଞ୍ଜାବ ବିଧାନସଭା ନିର୍ବାଚନ ତାଙ୍କ ପାଇଁ ସବୁଠୁ ମୁସ୍କିଲ ପୂର୍ଣ୍ଣ ଥିଲା। 

ଇଣ୍ଡିଆ ଟିଭି ର ଆପ୍‌ କି ଅଦାଲତ୍‌ ଶୋ’ରେ ଦିଆଯାଇ ଥିବା ସାକ୍ଷାତକାରରେ ପ୍ରଶାନ୍ତ କିଶୋର କହିଛନ୍ତି କି ମୋର ଜୀବନର ସବୁଠୁ କଠିନ ନିର୍ବାଚନ ପଞ୍ଜାବ ବିଧାନସଭା (୨୦୧୭)ର ଥିଲା। ଏହି ସମୟରେ ଆମ୍‌ ଆଦମୀ ପାର୍ଟିର ପଞ୍ଜାବରେ ଖୁବ୍‌ ବଡ଼ ପ୍ରଭାବ ଥିଲା। ଯେଉଁ ଫଳାଫଳ ୫ ବର୍ଷ ପରେ (୨୦୨୨) ଦେଖିବାକୁ ମିଳିଥିଲା , ଏହାର ବଡ଼ ଫଳ ୨୦୧୭ରେ ଆମ୍‌ ଆଦମୀ ପାର୍ଟିକୁ ମିଳିବାର ଥିଲା , କିନ୍ତୁ ତାହା ଭଲ କ୍ୟାମ୍ପେନ ରହିଥିଲା ଏବଂ ଆମେ ନିର୍ବାଚନ ଜିତି ଥିଲୁ। 

ପ୍ରଶାନ୍ତ କିଶୋର ଆହୁରି କହିଛନ୍ତି କି, ୨୦୧୫ରେ ଦୁଇଟି ଦଳ ବିଜେପିକୁ ହରାଇ ଥିଲା। ଗୋଟିଏ ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ଓ ୨ୟ ଟି ବିହାରରେ ମହାଗଠବନ୍ଧନ କରି ଆମେ ଜିତି ଥିଲୁ। ଏହାପରେ ସୋସିଆଲ ମିଡ଼ିଆରେ ଦୁଇ ଦଳର ଭଲେଣ୍ଟିୟର୍ସଙ୍କ ପକ୍ଷରୁ ଚର୍ଚ୍ଚା ଚାଲିଥିଲା କି ମୋଦି-ଶାହଙ୍କୁ ହରାଇଲ , ଆମ(ଆମ୍‌ ଆଦମୀ ପାର୍ଟି)କୁ ହରାଇ ଦେଖାଅ। ଏସବୁ ଆମର ଭଲେଣ୍ଟିୟର୍ସଙ୍କ ଦ୍ୱାରା ଆରମ୍ଭ କରାଯାଇ ଥିଲା ଏବଂ ପରେ କଥାବାର୍ତ୍ତାରେ ସ୍ଥିର ହେଲା କି ତାଙ୍କୁ (ଆପ୍‌)କୁ ହରାଇବାକୁ ପ୍ରକ୍ରିୟା ଆରମ୍ଭ ହେଉ। ଏହାପରେ ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟିକୁ ଭଲରେ ହରାଇଲୁ ଏବଂ କଂଗ୍ରେସକୁ ସବୁଠୁ ବଡ଼ ବିଜୟ  ପଞ୍ଜାବରେ ୭୭ସିଟ୍ ସହ ମିଳିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.