ନିର୍ବାଚନ ଖବର
  • ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ
  • ||
  • ପୁରୀ ବାଣ ବିସ୍ଫୋରଣ ଘଟଣା, SCBରୁ ଡିସଚାର୍ଜ ହେଲେ ୨ ଗୁରୁତର, ବିଭିନ୍ନ ହସ୍ପିଟାଲରେ ୧୫ ଜଣ ଚିକିତ୍ସିତ
  • ||
  • ନବୀନଙ୍କ ୫ମ ପାଳିର ଅନ୍ତିମ କ୍ୟାବିନେଟ ବୈଠକ ଶେଷ..ଷୋଡଶ ବିଧାନସଭା ଭଙ୍ଗ ସୁପାରିସ୍ ନେଇ ବାଜିଲା ମୋହର
  • ||
  • ଭୂକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୯ ରେକର୍ଡ
  • ||
  • ନୀଳଗିରି: ଦଳିଦେଲା କୂଳଡିହା ହାତୀ, ଅଳ୍ପକେ ବର୍ତିଲେ ଛାତ୍ରୀ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪ରେ ପ୍ରଥମ ସୁପର ଓଭର, ଓମାନକୁ ପରାସ୍ତ କଲା ନାମିବିୟା
  • ||
  • ସମ୍ବଲପୁରରେ ନିର୍ମାଣଧିନ ପୋଲ ଉପରୁ ଖସିପଡିଲା ବୋଲେରୋ, ୨ ମୃତ, ୮ରୁ ଅଧିକ ଆହତ
  • ||
  • ଭୋଟ ଗଣତି କାଉଣ୍ଟଡାଉନ୍‌,ମଙ୍ଗଳବାର ବାହାରିବ ଫଳ, ରାଜ୍ୟର ୧୬୮ କେନ୍ଦ୍ରରେ ହେବ ଗଣତି
  • ||
  • ଏମ୍ପି ରାଜଗଡ଼ରେ ଭୟଙ୍କର ଦୁର୍ଘଟଣା, ଟ୍ରାକ୍ଟର ଓଲଟି ୧୩ ମୃତ, ବିବାହ ଉତ୍ସବକୁ ଯାଉଥିଲେ
  • ||
  • ରଥଖଳା ହାଲ୍‌ଚାଲ୍‌...୩୨ ଚକ ଶେଷ, ଯୋକା ଆରମ୍ଭ, ଆଜି ମୁହାଁଟ ବିନ୍ଧ ଅନୁକୂଳ
  • ||
  • ଗାଡି ଚାଳକଙ୍କ ପକେଟକୁ ମହଙ୍ଗା ମାଡ଼, ସୋମବାରଠୁ ଦେଶବ୍ୟାପୀ ଟୋଲ୍‌ ଦେୟ ୩ରୁ୫% ବୃଦ୍ଧି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମପ୍ରବାହ: ଜୁନ୍‌ ୧୫ ଆଗରୁ ମୌସୁମୀ ବର୍ଷା ହେବନି
  • ||

ଏହି ରାଶିର ବ୍ୟକ୍ତିଙ୍କ ଆଖି ଦୃଶିଆ ଅଭିବୃଦ୍ଧି ଏବଂ ନୂତନ ଆୟର ପନ୍ଥା ଖୋଲିବ

ମେଷ : ଅପରାହ୍ନ ୩ଟା ୨୫ମିନିଟ୍‌ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ଏବଂ ପରେ ପଞ୍ଚମ ଚନ୍ଦ୍ର ଭୋଗ ହେଲେ ମଧ୍ୟ ଘାତ ନକ୍ଷତ୍ର ଯୋଗୁ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ମାନ ସମ୍ମାନ ହାନି ହେବ । ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଚାଲିଚଳନ, ବ୍ୟବହାର ବିବାଦୀୟ ହେବ । ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଶେଷ ସଫଳତା ମିଳିବ ନାହିଁ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ, ସେମାନେ ସତର୍କ ହେବେ । ଶୁଭ ରଙ୍ଗ : ଲାଲ୍‌, ସଂଖ୍ୟା : ୧୧, ଆରାଧନା : ପ୍ରଭୁ ହନୁମାନ ।

ବୃଷ : ଅପରାହ୍ଣ ୩ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ ତୃତୀୟ ଚନ୍ଦ୍ର, ବୁଧବାର ଏବଂ ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ସେ ସମୟ ପର୍ଯ୍ୟନ୍ତ ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା ଏବଂ ସମସ୍ତ କର୍ମରେ ତତ୍ପରତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ । ଏହା ପରେ ଚତୁର୍ଥ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ବିଘ୍ନ ଏବଂ ଅର୍ଜିଥିବା ଆୟ ବଦ୍‌ଖର୍ଚ୍ଚରେ ଯିବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଦେଖାଦେବ ଏବଂ କର୍ମରେ ବହୁବିଧ ସମସ୍ୟା ଦେଖାଦେବ । ଯେଉଁମାନଙ୍କର କୃତ୍ତିକା ଓ ରୋହିଣୀ ବୃଷ, ସେମାନେ ସତର୍କ ହେବେ । 

ଶୁଭ ରଙ୍ଗ : ଧଳା, ସଂଖ୍ୟା : ୪, ଆରାଧନା : ମା’ ଗାୟତ୍ରୀ ।

ମିଥୁନ : ଦ୍ୱିତୀୟ ଓ ତୃତୀୟ ଚନ୍ଦ୍ର, ବୁଧବାର ଏବଂ ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସମସ୍ତ ଆଶା, ଆକାଂକ୍ଷା, ଅଭିଳାଷ ପୂର୍ଣ୍ଣ ହେବ । ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଯେଉଁମାନଙ୍କର ମୃଗଶିରା ମିଥୁନ, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ:  କଫି, ସଂଖ୍ୟା : ୧୨, ଆରାଧନା : ମା’ ତ୍ରିପୁରସୁନ୍ଦରୀ ।

କର୍କଟ : ଶ୍ରୀଚନ୍ଦ୍ର ଏବଂ ଦ୍ୱିତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଏବଂ ଘାତବାର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ । ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି ଏବଂ ପରିବାର ସହ କୌଣସି ମାଙ୍ଗଳିକ କର୍ମରେ ଯୋଗଦେବେ । ଧନର ସତ୍‌ବିନିଯୋଗ କରିବେ ଏବଂ ଆୟର ନୂତନ ପନ୍ଥା ଖୋଲିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ  ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ । ଯେଉଁମାନଙ୍କର ପୁଷ୍ୟା କର୍କଟ, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ: ଲାଲ୍‌, ସଂଖ୍ୟା: ୧, ଆରାଧନା : ଭଗବାନ ଶିବ ।

ସିଂହ : ଅପରାହ୍ଣ ୩ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ ଦ୍ୱାଦଶ ଚନ୍ଦ୍ର ଯୋଗୁ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ ଏବଂ ଆର୍ଥିକ ସଙ୍କଟ ଦେଖାଦେବ । ମନରେ ଅସ୍ଥିରତା, ସମସ୍ତ କର୍ମରେ ଆଳସ୍ୟତା, ମନରେ ଅଯଥା ଚିନ୍ତା ଏବଂ ବୃଥା ଭାବନା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଏହା ପରେ ଶ୍ରୀଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଓ ବ୍ୟବସାୟରେ କିଛିଟା ଶୁଭଫଳ ମିଳିବ । ଯେଉଁମାନଙ୍କର ମଘା ସିଂହ, ସେମାନେ ସତର୍କ ହେବେ । 

ଶୁଭ ରଙ୍ଗ : ସିଲ୍‌ଭର, ସଂଖ୍ୟା : ୩, ଆରାଧନା : ମା’ ମାଣିକେଶ୍ୱରୀ ।

କନ୍ୟା : ଅପରାହ୍ଣ ୩ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ ଏକାଦଶ ଚନ୍ଦ୍ର, ବୁଧବାର ଏବଂ ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଆୟରେ ଆଖିଦୃଶିଆ ଅଭିବୃଦ୍ଧି ଏବଂ ନୂତନ ଆୟର ପନ୍ଥା ଖୋଲିବ । ଅନ୍ୟକୁ ଦେଇଥିବା ଧନ ଓ ବକେୟା ଧନ ଆଦାୟ ହେବ ଏବଂ ହୃତଧନ ପେରିପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଏହା ପରେ ଦ୍ୱାଦଶ ଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା, ପରିବାରରେ ଅଶାନ୍ତି ଏବଂ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ ଏବଂ କର୍ମର ବିଘ୍ନ ଘଟିବ । ଯେଉଁମାନଙ୍କର ହସ୍ତା କନ୍ୟା, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ :  ସବୁଜ, ସଂଖ୍ୟା : ୪, ଆରାଧନା : ମା’ ଷୋଡ଼ଶୀ ।

ତୁଳା : ଦଶମ ଓ ଏକାଦଶ ଚନ୍ଦ୍ର, ବୁଧବାର ଏବଂ ବୁଧ, କେତୁ, ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଆକସ୍ମିକ ଧନଲାଭ ଏବଂ ହୃତଧନ ଫେରିପାଇବେ । ଭାଗ୍ୟରେ, କର୍ମରେ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ସମସ୍ତ ଈପସିତ୍‌ ପଦାର୍ଥ ହାତ ପାଆନ୍ତରେ ଉପଲବ୍ଧ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପ୍ରମୋଶନ ମିଳିପାରେ । ଯେଉଁମାନଙ୍କର ଚିତ୍ରା ଓ ସ୍ୱାତୀ ତୁଳା, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ: ଚକୋଲେଟ୍‌, ସଂଖ୍ୟା: ୧୨, ଆରାଧନା: ପ୍ରଭୁ ଶ୍ରୀରାମ ।

ବିଛା : ନବମ ଓ ଦଶମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ ଏବଂ କୌଣସି ସଭା କିମ୍ବା ସଙ୍ଗଠନର ନେତୃତ୍ୱ ନେବେ । ମନରେ ଉନ୍ନତ ଚିନ୍ତାଧାରା ଓ ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ମନୋବଳ ସୁଦୃଢ଼ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ । କର୍ମରେ ସଫଳତା, ସହକର୍ମୀଙ୍କ ସହାୟତା ଏବଂ ପଦସ୍ଥ ଅଧିକାରୀଙ୍କ କୃପା ଲାଭ କରିବେ । ଯେଉଁମାନଙ୍କର ଅନୁରାଧା ଓ ଜ୍ୟେଷ୍ଠା ବିଛା, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ : ଗୋଲାପି, ସଂଖ୍ୟା : ୧୧, ଆରାଧନା : ମା’ ଚଣ୍ଡୀ ।

ଧନୁ : ଅପରାହ୍ନ ୩ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଓ ବ୍ୟବସାୟରେ ବିଘ୍ନ ଓ ଅଶୁଭଫଳ ମିଳିବ । ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଶାରୀରିକ ପୀଡ଼ା ଭୋଗିବେ । ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ ଏବଂ ଉଚିତ୍‌ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍‌ କର୍ମରେ ଆଗ୍ରହ ରଖିବେ । ଏହା ପରେ ନବମ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଓ ବ୍ୟବସାୟରେ ଶୁଭଫଳ ମିଳିବ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ମୂଳା ଧନୁ, ସେମାନେ ସତର୍କ ହେବେ ।  

ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୫, ଆରାଧନା : ମା’ ତାରା ।

ମକର : ଅପରାହ୍ନ ୩ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ ସପ୍ତମ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ମନରେ ପ୍ରସନ୍ନତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ପରିବାରର କୌଣସି ସଦସ୍ୟ କିମ୍ବା ପୁତ୍ରକନ୍ୟାଙ୍କର ମାଙ୍ଗଳିକ କର୍ମକୁ ନେଇ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ କିଛିଟା ସଫଳତା ମିଳିବ । ଏହା ପରେ ଘାତଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ବିଘ୍ନ, ମନରେ ଅସ୍ଥିରତା, ବାଣିଜ୍ୟ, ବ୍ୟବସାୟରେ କ୍ଷତି ଏବଂ ପରିବାରରେ ଅଶାନ୍ତିର ବାତାବରଣ ରହିବ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଶ୍ରବଣା ମକର, ସେମାନେ ସତର୍କ ହେବେ । 

ଶୁଭ ରଙ୍ଗ : ବାଇଗଣୀ, ସଂଖ୍ୟା : ୧୧, ଆରାଧନା : ମା’ ଦୁର୍ଗା ।

କୁମ୍ଭ : ଷଷ୍ଠ ଓ ସପ୍ତମ ଚନ୍ଦ୍ର, ବୁଧବାର ଏବଂ ବୁଧ, କେତୁ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିôବାରୁ ଆଜି ସମସ୍ତ କର୍ମ ଆପଣଙ୍କ ପାଇଁ ସହଜ ହେବ । ଦୁଃଖ, କ୍ଳେଶ, ରୋଗ, ଋଣ ଏବଂ ଅବସାଦମୁକ୍ତ ହେବେ ଏବଂ ପରିଚିତ ମହିଳାଙ୍କ ଦ୍ୱାରା ଉପକୃତ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ଧନିଷ୍ଠା ଓ ଶତଭିଷା କୁମ୍ଭ, ସେମାନେ ସୁଫଳ ପାଇବେ ।  

ଶୁଭରଙ୍ଗ : କଳା, ସଂଖ୍ୟା : ୬, ଆରାଧନା : ମା’ କାଳୀ ।

ମୀନ : ପଞ୍ଚମ ଓ ଷଷ୍ଠ ଚନ୍ଦ୍ର ଉଭୟ ଭୋଗ ହେଉଥିôବାରୁ ଏବଂ ଅପରାହ୍ଣ ୩ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ ଘାତ ନକ୍ଷତ୍ର ରହୁଥିôବାରୁ ସେ ସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ କିଛି ସମସ୍ୟା ଆସିପାରେ । ବିଦ୍ୟାରେ ବିଚକ୍ଷଣତା, ସନ୍ତାନମାନଙ୍କର କୃତଜ୍ଞତା, ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ପରୋପକାର, ସମାଜସେବାରେ ନିଜକୁ ସାମିଲ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତି ସୁଧୁରିଯିବ । ଯେଉଁମାନଙ୍କର ଉତ୍ତରଭାଦ୍ର ଓ ରେବତୀ ମୀନ, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୨, ଆରାଧନା :  ପ୍ରଭୁ ଶ୍ରୀଜଗନ୍ନାଥ ।

ଜ୍ୟୋତିର୍ବିଦ୍‌ : କୈଳାସ ଦାଶ

ଯୋଗାଯୋଗ : ୯୪୩୭୧୩୩୪୭୩

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.