ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇ ଷ୍ଟ୍ରଙ୍ଗ ରୁମରେ ରଖାଗଲା ଇଭିଏମ

ମାଲକାନଗିରି,୧୪/୫ : ସୋମବାର  ରାତ୍ର ପର୍ଯ୍ୟନ୍ତ କେତକ ବୁଥ ରେ ଭୋଟଙ୍ଗି ଚାଲି ଥିବାରୁ ବିଳମ୍ବିତ ରାତ୍ର ରେ ପୁଲିଙ୍ଗ ପାର୍ଟି ପଲିଟେକ୍ନିକ କଲେଜ ବିତରଣ କେନ୍ଦ୍ର ଠାରେ ପହଁଚି ଥିଲେ। ଆଜି ସମସ୍ତ ରାଜନୈତିକ ଦଳର ସଭାପତି ତଥା ପ୍ରାର୍ଥୀ ଙ୍କ ଉପସ୍ଥିତି ରେ ଇଭିଏମ  ଗୁଡିକ ସିଲ କରାଯାଇ ତ୍ରିସ୍ତରୀୟ କଡା ସୁରକ୍ଷା ମଧ୍ୟରେ ପଲିଟେକ୍ନିକ କଲେଜ ପରିସର ଷ୍ଟ୍ରଙ୍ଗ ରୁମ ମଧ୍ୟରେ ସୁରକ୍ଷିତ ଭାବେ ରଖାଯାଇଛି। 

ଇଭିଏମ ସିଲ ସମୟରେ ନିର୍ବାଚନ ପର୍ଯ୍ୟବେକ୍ଷକ,ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲା ପାଳ ସଚିନ ପାୱାର,ଏସପି ନିତେଶ ୱାଧାନୀ,ଅତିରିକ୍ତ ଜିଲ୍ଲାପାଳ ବେଦ ବର ପ୍ରଧାନ, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ,ମାଲକାନଗିରି ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ସହିତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏହି ଷ୍ଟ୍ରଙ୍ଗ ରୁମ ସମ୍ମୁଖରେ ବାଲି ବସ୍ତା ପାଚେରୀ କରି ବିଏସଏଫ ଜବାନ ଓ ଅନ୍ୟାନ୍ୟ ସୁରକ୍ଷା କର୍ମୀ ମାନେ ଦିନ ରାତି ୨୪ଘଣ୍ଟିଆ ପ୍ରହରା ଦେଉଛନ୍ତି ।

ମାଲକାନଗିରି ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ର ୧୫ଜଣ ବିଧାୟକ ପ୍ରାର୍ଥୀ ଓ ନବରଙ୍ଗପୁର ଲୋକସଭା ଆସନର ୪ଜଣ ସାଂସଦ ପ୍ରାର୍ଥୀ ଙ୍କ ଭାଗ୍ୟ ଇଭିଏମ ମେସିନରେ ସିଲ ହୋଇରହିଛି। ୧୪୭ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ରୁ ୬ଜଣ ଓ ୧୪୭ଚିତ୍ରକୋଣ୍ଡା ଆସନରୁ ୯ଜଣ ଓ ନବରଙ୍ଗପୁର ଲୋକସଭା ଆସନ ପାଇଁ ୪ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.